ପୁଣି ରାଜଧାନୀରେ ଫୁଟିଲା ବୋମା, ନାବାଳକ ଆହତ
ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ସିରିଜ୍ ବୋମାମାଡ଼ ହୋଇଛି । କେଦାରପଲ୍ଲୀ ବସ୍ତିର ଲେନ୍-୧ ଓ ବରହମପୁର ଗଳିରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଜଣେ ନାବାଳକ ଆହତ ହୋଇଥିବା ବେଳେ ଘଟଣାର ଖୋଳତାଡ଼ କରୁଛି ପୋଲିସ୍।
ପୁଣି ରାଜଧାନୀରେ ଫୁଟିଲା ବୋମା। ଭୁବନେଶ୍ବର ବାପୁଜୀ ନଗର କେଦାରପଲ୍ଲୀ ବସ୍ତିର ଦୁଇଟି ସ୍ଥାନରେ ସିରିଜ୍ ବୋମାମାଡ଼ ହୋଇଛି। କେଦାରପଲ୍ଲୀ ବସ୍ତିର ଲେନ୍-୧ ଓ ଶିଶୁ ଭବନ ନିକଟସ୍ଥ ବରହମପୁର ଗଳି ବସ୍ତିରେ ହୋଇଛି ବୋମାମାଡ। ଏଥିରେ ଜଣେ ନାବାଳକ ଆହତ ହୋଇ ।କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି।
ଅଧିକ ପଢନ୍ତୁ : ପୋଲିସର ବର୍ବରତା: ସେନାର ଉଦବେଗ, ଥାନାରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ଼
ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତ ଚମ୍ପଟ ମାରିବା ଦୃଶ୍ୟ। ପ୍ରାଥମିକ ସ୍ତରରେ ପତିଆରା ପାଇଁ ଏହି କାଣ୍ଡ ଘଟା ଯାଇଥିବା ସୂଚନା ମିଳିଛି। ସେପଟେ ଘଟଣା ପରେ କ୍ୟାପିଟାଲ ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଖୋଳତାଡ଼ କରୁଛି।