ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, କାର ଧକ୍କାରେ ୫ ଆହତ

ମୁମ଼୍ବାଇ, ୧୬।୬: ମହାରାଷ୍ଟ୍ରରେ ହିଟ ଆଣ୍ଡ ରନ ମାମଲା ପୁଣିଥରେ ସାମ୍ନାକୁ ଆସିଛି । ପୁଣେ ପୋର୍ସେ ଘଟଣାକୁ ଲୋକେ ଏପର୍ଯ୍ୟନ୍ତ ଭୁଲି ନଥିବା ବେଳେ ଆଉ ଏକ ସମାନ ମାମଲା ଘଟିଛି। ନାଗପୁରରେ ହାଇ ସ୍ପିଡ କାର ଯୋଗୁଁ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ନନ୍ଦନବନ ପୋଲିସ ଷ୍ଟେସନ ଅନ୍ତର୍ଗତ ଭେଙ୍କଟେସନଗର ଛକରେ ଥିବା କେଡିକେ କଲେଜ ନିକଟରେ ଜଣେ ନାବାଳକ କାର ଚଳାଉଥିଲେ। ହଠାତ୍‌ କାରଟି ନାବାଳକଙ୍କର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ […] The post ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, କାର ଧକ୍କାରେ ୫ ଆହତ appeared first on Dharitri Odia News.

ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, କାର ଧକ୍କାରେ ୫ ଆହତ

ମୁମ଼୍ବାଇ, ୧୬।୬: ମହାରାଷ୍ଟ୍ରରେ ହିଟ ଆଣ୍ଡ ରନ ମାମଲା ପୁଣିଥରେ ସାମ୍ନାକୁ ଆସିଛି । ପୁଣେ ପୋର୍ସେ ଘଟଣାକୁ ଲୋକେ ଏପର୍ଯ୍ୟନ୍ତ ଭୁଲି ନଥିବା ବେଳେ ଆଉ ଏକ ସମାନ ମାମଲା ଘଟିଛି। ନାଗପୁରରେ ହାଇ ସ୍ପିଡ କାର ଯୋଗୁଁ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ନନ୍ଦନବନ ପୋଲିସ ଷ୍ଟେସନ ଅନ୍ତର୍ଗତ ଭେଙ୍କଟେସନଗର ଛକରେ ଥିବା କେଡିକେ କଲେଜ ନିକଟରେ ଜଣେ ନାବାଳକ କାର ଚଳାଉଥିଲେ। ହଠାତ୍‌ କାରଟି ନାବାଳକଙ୍କର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ କାରଟି ପ୍ରଥମେ ରାସ୍ତାକଡ଼ରେ ପାର୍କିଂ ହୋଇଥିବା କିଛି ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା । ପରେ ଫଳ-ପନିପରିବା ବିକ୍ରେତା ଏବଂ ଲୋକଙ୍କ ଭିଡ ଭିତରକୁ ପଶି ଯାଇଥିଲା । ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେବା ପରେ କାରଟି ଅଟକି ଥିଲା।

ଏହି ଘଟଣାରେ ଫଳ ଓ ପନିପରିବା ବିକ୍ରେତାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଧକ୍କା ଦେବା ଫଳରେ ଗାଡ଼ି ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । କାର ଅଟକିବା ପରେ ଲୋକେ ରାଗିଯାଇ ନାବାଳକ ଚାଳକକୁ ଧରି ପ୍ରବଳ ମାଡ଼ ମାରିଥିଲେ । ନାବାଳକ ସାହାଯ୍ୟ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ବି କେହି ଶୁଣି ନଥିଲେ । ପରେ କିଛି ଲୋକ ଅଭିଯୁକ୍ତ ନାବାଳକଙ୍କୁ ଭିଡରୁ ଉଦ୍ଧାର କରି ପୋଲିସକୁ ଦେଇଥିଲେ। ଏହି ଘଟଣା ଶନିବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଘଟିଥିଲା ।

The post ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, କାର ଧକ୍କାରେ ୫ ଆହତ appeared first on Dharitri Odia News.