ପୁଣେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଗିରଫ; ଶିରୁରରୁ ବାନ୍ଧିଲା ୧୩ ଜଣିଆ ସ୍ବତନ୍ତ୍ର ପୋଲିସ ଟିମ୍
ନୂଆଦିଲ୍ଲୀ: ପୁଣେ ଜିଲ୍ଲା ସ୍ବରଗେଟ୍ ବସ୍ଷ୍ଟାଣ୍ଡରେ ଘଟିଥିବା ଦୁଷ୍କର୍ମ ମାମଲାରେ ପୋଲିସକୁ ସଫଳତା । ଅଭିଯୁକ୍ତ ଦତାତ୍ରେୟ ରାମଦାସ ଗାଡେ ଗିରଫ । ପୁଣେର ଶିରୁର ଅଞ୍ଚଳରୁ ମହାରାଷ୍ଟ୍ର ପୋଲିସ ତାକୁ ବାନ୍ଧିଛି । କୁହାଯାଇଛି, ବିଳମ୍ବିତ ରାତିରେ ଜଣେ ସମ୍ପର୍କୀୟ ଘରକୁ ଖାଇବାକୁ ଯାଇଥିଲା, ଏହି ସମୟରେ ପୋଲିସ ଅଭିଯୁକ୍ତକୁ ମାଡ଼ି ବସିଥିଲା । ଶୁକ୍ରବାର ଅର୍ଥାତ୍ ଆଜି ତାକୁ ପୁଣେ ଅଦାଲତରେ ହାଜର କରାଯିବ ।ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଦତାତ୍ରେୟ ରାମଦାସ ଗାଡେ ନାଁରେ ପୂର୍ବରୁ ଚୋରି, ଡକାୟତି, ଛିନ୍ତାଇ ଭଳି ଅଧା ଡଜନ ମାମଲା ରହିଛି । ୨୦୧୯ରେ ଅଭିଯୁକ୍ତ ସର୍ତ୍ତମୂଳକ ଜାମିନରେ ଜେଲରୁ ବାହାରକୁ ଆସିଥିଲା । ଏହା ପରେ ଗାଡେ ଆଇ ଜେଲ୍କୁ ଫେରିନଥିଲା । ପୋଲିସ ତାକୁ ଧରିବାକୁ ଏକ ୧୩ ଜଣିଆ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରିଥିଲା । ତେବେ ସ୍ବରଗେଟ୍ ବସ୍ଷ୍ଟାଣ୍ଡ ଦୁଷ୍କର୍ମ ମାମଲାରେ ମହାରାଷ୍ଟ୍ରର ପୋଲିସ ଅଭିଯୁକ୍ତକୁ ଧରିବାକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ଶେଷ ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଦତାତ୍ରେୟ ରାମଦାସ ଗାଡେକୁ ପୋଲିସ ଗିରଫ କରିଛି ।ସୂଚନା ଅନୁଯାୟୀ, ମଙ୍ଗଳବାର ଭୋରୁ ଏହି ଅଭାବନୀୟ ଘଟଣା ଘଟିଥିଲା। ଜଣେ ମହିଳା ପ୍ଲାଟ୍ଫର୍ମରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ଦତ୍ତାତ୍ରେୟ ନିଜକୁ ବସ୍ କଣ୍ଡକ୍ଟର ପରିଚୟ ଦେଇ, ମହିଳାଙ୍କୁ ଅନ୍ୟ ଏକ ପ୍ଲ
ନୂଆଦିଲ୍ଲୀ: ପୁଣେ ଜିଲ୍ଲା ସ୍ବରଗେଟ୍ ବସ୍ଷ୍ଟାଣ୍ଡରେ ଘଟିଥିବା ଦୁଷ୍କର୍ମ ମାମଲାରେ ପୋଲିସକୁ ସଫଳତା । ଅଭିଯୁକ୍ତ ଦତାତ୍ରେୟ ରାମଦାସ ଗାଡେ ଗିରଫ । ପୁଣେର ଶିରୁର ଅଞ୍ଚଳରୁ ମହାରାଷ୍ଟ୍ର ପୋଲିସ ତାକୁ ବାନ୍ଧିଛି । କୁହାଯାଇଛି, ବିଳମ୍ବିତ ରାତିରେ ଜଣେ ସମ୍ପର୍କୀୟ ଘରକୁ ଖାଇବାକୁ ଯାଇଥିଲା, ଏହି ସମୟରେ ପୋଲିସ ଅଭିଯୁକ୍ତକୁ ମାଡ଼ି ବସିଥିଲା । ଶୁକ୍ରବାର ଅର୍ଥାତ୍ ଆଜି ତାକୁ ପୁଣେ ଅଦାଲତରେ ହାଜର କରାଯିବ ।
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଦତାତ୍ରେୟ ରାମଦାସ ଗାଡେ ନାଁରେ ପୂର୍ବରୁ ଚୋରି, ଡକାୟତି, ଛିନ୍ତାଇ ଭଳି ଅଧା ଡଜନ ମାମଲା ରହିଛି । ୨୦୧୯ରେ ଅଭିଯୁକ୍ତ ସର୍ତ୍ତମୂଳକ ଜାମିନରେ ଜେଲରୁ ବାହାରକୁ ଆସିଥିଲା । ଏହା ପରେ ଗାଡେ ଆଇ ଜେଲ୍କୁ ଫେରିନଥିଲା । ପୋଲିସ ତାକୁ ଧରିବାକୁ ଏକ ୧୩ ଜଣିଆ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରିଥିଲା । ତେବେ ସ୍ବରଗେଟ୍ ବସ୍ଷ୍ଟାଣ୍ଡ ଦୁଷ୍କର୍ମ ମାମଲାରେ ମହାରାଷ୍ଟ୍ରର ପୋଲିସ ଅଭିଯୁକ୍ତକୁ ଧରିବାକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ଶେଷ ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଦତାତ୍ରେୟ ରାମଦାସ ଗାଡେକୁ ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଭୋରୁ ଏହି ଅଭାବନୀୟ ଘଟଣା ଘଟିଥିଲା। ଜଣେ ମହିଳା ପ୍ଲାଟ୍ଫର୍ମରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ଦତ୍ତାତ୍ରେୟ ନିଜକୁ ବସ୍ କଣ୍ଡକ୍ଟର ପରିଚୟ ଦେଇ, ମହିଳାଙ୍କୁ ଅନ୍ୟ ଏକ ପ୍ଲାଟଫର୍ମକୁ ଡାକି ନେଇଥିଲା। ମହିଳା ଜଣଙ୍କ ତାଙ୍କ କଥାରେ ବିଶ୍ୱାସ କରି ଏମ୍ସିଆର୍ଟିସିର ଏକ ପ୍ଲାଟ୍ଫର୍ମରେ ଏକାକୀ ଛିଡ଼ା ହୋଇଥିବା ଏକ ବସ୍ ଭିତରେ ବସିଯିବା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ସେଠାରୁ ଫେରାର୍ ହୋଇଯାଇଥିଲା ।