ପୁନେରେ ଜିକା ଭାଇରସ୍ ସଂକ୍ରମଣ ଭୟ; ସହରରେ ୬ଜଣ ସଂକ୍ରମିତ ଚିହ୍ନଟ
ପୁନେ: ମହାରାଷ୍ଟ୍ରର ପୁନେରେ ଜିକା ଭାଇରସ୍ ଆତଙ୍କ । ପୁନେରେ ଧୀରେ ଧୀରେ କାୟ ମେଲାଉଛି ଭୁତାଣୁ । ସହରରେ ୬ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସବୁଠାରୁ କଥା ହେଉଛି, ଏହି ଭାଇରସ୍ ଗର୍ଭବତୀଙ୍କୁ ଆଟାକ୍ କରୁଛି । ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଗର୍ଭବତୀ ମହିଳା ରହିଛି ।ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ମୁତାବକ, ପୁନେର ଏରଣ୍ଡଓ୍ବାନ୍ ଅଞ୍ଚଳରେ ଏହି ମାମଲା ସାମ୍ନାକୁ ଆସିଛି । ଜିକା ଭାଇରାସ ଚିହ୍ନଟ ହୋଇଥିବା ୨୮ ବର୍ଷୀୟା ମହିଳା ଗର୍ଭବତୀ ଅଛନ୍ତି । ମହିଳାଙ୍କ ରିପୋର୍ଟ ଜିକା ପଜିଟିଭ୍ ଆସିଛି । ଏହାଛଡ଼ା ଅନ୍ୟ ଜଣେ ଗର୍ଭବତୀ ମଧ୍ୟ ଏହି ଭାଇରସର ଶିକାର ହୋଇଥିବା ଜଣାପଡ଼ିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ମୁତାବଲ, ଗର୍ଭବତୀ ଜିକା ଭାଇରସର ଶିକାର ହେଲେ ଭୃଣରେ ମାଇକ୍ରୋସେଫେଲି ହୋଇଥାଏ । ଏହା ଦ୍ବାରା ଶିଶୁର ମସ୍ତିଷ୍କ ବିକାଶ ବାଧାପ୍ରାପ୍ତ ହୋଇଥାଏ । ସାମାନ୍ୟ ଶିଶୁଙ୍କ ଠାରୁ ଏମାନଙ୍କ ମୁଣ୍ଡ ଛୋଟ ହୋଇଥାଏ । ଏହାଛଡ଼ା ଦୁଇ ମହିଳାଙ୍କୁ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ପୁଣେ ପ୍ରଥମେ ଜଣେ ୪୬ ବର୍ଷିୟ ଡାକ୍ତରଙ୍କ ଠାରେ ଜିକା ଭାଇରଲ ଚିହ୍ନଟ ହୋଇଥିଲା । ପରେ ଜଣେ ୧୫ ବର୍ଷୀୟା ଝିଏର ରକ୍ତ ନମୂନା ପିଜିଟିଭ୍ ଆସିଥିଲା । ମୋଟ୍ ୬ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏମାନ ମଧ୍ୟରୁ ୨ଜଣ ଗର୍ଭବତୀ ରହିଛନ୍ତି । ପୁଣେ ନଗର ନିଗମର ସ୍ବାସ୍ଥ୍ୟ ବିଭାଗ ସମ
ପୁନେ: ମହାରାଷ୍ଟ୍ରର ପୁନେରେ ଜିକା ଭାଇରସ୍ ଆତଙ୍କ । ପୁନେରେ ଧୀରେ ଧୀରେ କାୟ ମେଲାଉଛି ଭୁତାଣୁ । ସହରରେ ୬ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସବୁଠାରୁ କଥା ହେଉଛି, ଏହି ଭାଇରସ୍ ଗର୍ଭବତୀଙ୍କୁ ଆଟାକ୍ କରୁଛି । ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଗର୍ଭବତୀ ମହିଳା ରହିଛି ।
ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ମୁତାବକ, ପୁନେର ଏରଣ୍ଡଓ୍ବାନ୍ ଅଞ୍ଚଳରେ ଏହି ମାମଲା ସାମ୍ନାକୁ ଆସିଛି । ଜିକା ଭାଇରାସ ଚିହ୍ନଟ ହୋଇଥିବା ୨୮ ବର୍ଷୀୟା ମହିଳା ଗର୍ଭବତୀ ଅଛନ୍ତି । ମହିଳାଙ୍କ ରିପୋର୍ଟ ଜିକା ପଜିଟିଭ୍ ଆସିଛି । ଏହାଛଡ଼ା ଅନ୍ୟ ଜଣେ ଗର୍ଭବତୀ ମଧ୍ୟ ଏହି ଭାଇରସର ଶିକାର ହୋଇଥିବା ଜଣାପଡ଼ିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ମୁତାବଲ, ଗର୍ଭବତୀ ଜିକା ଭାଇରସର ଶିକାର ହେଲେ ଭୃଣରେ ମାଇକ୍ରୋସେଫେଲି ହୋଇଥାଏ । ଏହା ଦ୍ବାରା ଶିଶୁର ମସ୍ତିଷ୍କ ବିକାଶ ବାଧାପ୍ରାପ୍ତ ହୋଇଥାଏ । ସାମାନ୍ୟ ଶିଶୁଙ୍କ ଠାରୁ ଏମାନଙ୍କ ମୁଣ୍ଡ ଛୋଟ ହୋଇଥାଏ । ଏହାଛଡ଼ା ଦୁଇ ମହିଳାଙ୍କୁ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।
ପୁଣେ ପ୍ରଥମେ ଜଣେ ୪୬ ବର୍ଷିୟ ଡାକ୍ତରଙ୍କ ଠାରେ ଜିକା ଭାଇରଲ ଚିହ୍ନଟ ହୋଇଥିଲା । ପରେ ଜଣେ ୧୫ ବର୍ଷୀୟା ଝିଏର ରକ୍ତ ନମୂନା ପିଜିଟିଭ୍ ଆସିଥିଲା । ମୋଟ୍ ୬ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏମାନ ମଧ୍ୟରୁ ୨ଜଣ ଗର୍ଭବତୀ ରହିଛନ୍ତି । ପୁଣେ ନଗର ନିଗମର ସ୍ବାସ୍ଥ୍ୟ ବିଭାଗ ସମସ୍ତ ଆକ୍ରାନ୍ତ ଉପରେ ତୀକ୍ଷ୍ଣ ନଜର ରଖିଛି । ଜଣେ ଅଧିକାରୀ କହିଛନ୍ତି, ସହରରେ ମଶାଙ୍କ ବୃଦ୍ଧି ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ।