ପୁରୀ ଦଳଚକଟାକୁ ନେଇ ମୁହଁ ଖୋଲିଲେ ଗଜପତି, କହିଦେଲେ…
ପୁରୀ,୨୯।୬: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି, ଦଳାଚକଟା ଘଟଣାରେ ମର୍ମାହତ। ଏଥିସହ ଏହି ଘଟଣାରେ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ନିବେଦନ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ […] The post ପୁରୀ ଦଳଚକଟାକୁ ନେଇ ମୁହଁ ଖୋଲିଲେ ଗଜପତି, କହିଦେଲେ… appeared first on Dharitri Odia News.
ପୁରୀ,୨୯।୬: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି, ଦଳାଚକଟା ଘଟଣାରେ ମର୍ମାହତ।
ଏଥିସହ ଏହି ଘଟଣାରେ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ନିବେଦନ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
The post ପୁରୀ ଦଳଚକଟାକୁ ନେଇ ମୁହଁ ଖୋଲିଲେ ଗଜପତି, କହିଦେଲେ… appeared first on Dharitri Odia News.