୮ବର୍ଷର ପିଲାକୁ ଝୁଣି ଖାଇଗଲେ କୁକୁର

ନୂଆପଡ଼ା/କୋମନା: ଆଠ ବର୍ଷ ବୟସର ଏକ ପିଲାକୁ ବୁଲାକୁକୁରମାନେ ଝୁଣି ଖାଇଯିବା ଭଳି ଏକ ଅଭାବନୀୟ ଘଟଣା ଜନମାନସକୁ ବିଚଳିତ କରିଛି। କର୍ଣ୍ଣାଟକକୁ ଦାଦନ ଖଟି ଯାଇଥିବା ନୂଆପଡ଼ା ଜିଲ୍ଲାର ଜଣେ ଶ୍ରମିକଙ୍କ ଏହି ନାବାଳକର ଏଭଳି ଦୁଃଖଦ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଢୋର୍ଲାମୁଣ୍ଡା ଗାଁର ମାଲଭଟା ପଡ଼ାର  ହନସିଂ ମାଝୀ, ସ୍ତ୍ରୀ ନୂତନୀ ସହ କର୍ଣ୍ଣାଟକର କୁପଲ ଜିଲ୍ଲା ଜିନ୍ଦଗିରି ଗାଁର ଇଟାଭାଟିରେ କାମ କରୁଥିଲେ। ଗାଁରେ ରହି ତୃତୀୟ ଶ୍ରେଣୀରେ ପଢ଼ୁଥିବା ତାଙ୍କର […]

୮ବର୍ଷର ପିଲାକୁ ଝୁଣି ଖାଇଗଲେ କୁକୁର
dog attack

ନୂଆପଡ଼ା/କୋମନା: ଆଠ ବର୍ଷ ବୟସର ଏକ ପିଲାକୁ ବୁଲାକୁକୁରମାନେ ଝୁଣି ଖାଇଯିବା ଭଳି ଏକ ଅଭାବନୀୟ ଘଟଣା ଜନମାନସକୁ ବିଚଳିତ କରିଛି। କର୍ଣ୍ଣାଟକକୁ ଦାଦନ ଖଟି ଯାଇଥିବା ନୂଆପଡ଼ା ଜିଲ୍ଲାର ଜଣେ ଶ୍ରମିକଙ୍କ ଏହି ନାବାଳକର ଏଭଳି ଦୁଃଖଦ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଢୋର୍ଲାମୁଣ୍ଡା ଗାଁର ମାଲଭଟା ପଡ଼ାର  ହନସିଂ ମାଝୀ, ସ୍ତ୍ରୀ ନୂତନୀ ସହ କର୍ଣ୍ଣାଟକର କୁପଲ ଜିଲ୍ଲା ଜିନ୍ଦଗିରି ଗାଁର ଇଟାଭାଟିରେ କାମ କରୁଥିଲେ। ଗାଁରେ ରହି ତୃତୀୟ ଶ୍ରେଣୀରେ ପଢ଼ୁଥିବା ତାଙ୍କର ଏକମାତ୍ର ପୁଅ ସୁଶାନ୍ତକୁ ଝାଡ଼ାବାନ୍ତି ହେଉଥିବା ଖବର ପାଇ ତାକୁ ପାଖକୁ ନେଇଯାଇଥିଲେ। ବୁଧବାର ମଧ୍ୟାହ୍ନରେ ପିଲାଟି ସ୍ଥାନୀୟ ଏକ ଦୋକାନକୁ କିଛି ସାମଗ୍ରୀ କିଣିବାକୁ ଯାଇଥିବା ସମୟରେ ରାସ୍ତାରେ ବୁଲାକୁକୁରମାନେ ତାକୁ ଅତର୍କିତ ଭାବେ ଝାମ୍ପ ମାରିଥିଲେ। ଭୟରେ ପିଲାଟି ତଳେ ପଡ଼ିଯିବା ପରେ ଭୋକିଲା କୁକୁରମାନେ ତାକୁ କାମୁଡ଼ି କାମୁଡ଼ି ମାରିଦେବା ପରେ ଝୁଣି ଝୁଣି ମାଂସ ଖାଇଯାଇଥିଲେ। ପରିବାର ଲୋକ ପିଲାଟିକୁ ହସ୍‌ପିଟାଲକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।