ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା : ବାଲି ଟିପ୍ପରକୁ ଧକ୍କା ଦେଲା ମୋ ବସ୍‌

ପୁରୀ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଚନ୍ଦନପୁର ନିକଟରେ ଶନିବାର ସିରିଜ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟିପ୍ପରକୁ ପ୍ରଥମେ ଧକ୍କା ଦେଇଥିଲା ମୋ ବସ୍‌। ଏହାପରେ ମୋ ବସ୍‌କୁ ପଛପଟୁ ଧକ୍କ ଦେଇଥିଲା ଏକ ୱିଙ୍ଗର ଗାଡି। ଫଳରେ ଏହି ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଏବଂ ଗୁରୁତରମାନଙ୍କୁ ସାକ୍ଷୀଗୋପାଳ, ପୁରୀ ଏବଂ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚତୁର୍ଥ ଶନିବାର ଛୁଟିଦିନ […]

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା : ବାଲି ଟିପ୍ପରକୁ ଧକ୍କା ଦେଲା ମୋ ବସ୍‌
Series of accidents on Puri-Bhubaneswar national highway

ପୁରୀ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଚନ୍ଦନପୁର ନିକଟରେ ଶନିବାର ସିରିଜ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟିପ୍ପରକୁ ପ୍ରଥମେ ଧକ୍କା ଦେଇଥିଲା ମୋ ବସ୍‌। ଏହାପରେ ମୋ ବସ୍‌କୁ ପଛପଟୁ ଧକ୍କ ଦେଇଥିଲା ଏକ ୱିଙ୍ଗର ଗାଡି। ଫଳରେ ଏହି ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଏବଂ ଗୁରୁତରମାନଙ୍କୁ ସାକ୍ଷୀଗୋପାଳ, ପୁରୀ ଏବଂ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚତୁର୍ଥ ଶନିବାର ଛୁଟିଦିନ ଯୋଗୁ ପୁରୀ-ଭୁବନେଶ୍ୱର ରାସ୍ତାରେ ଅଧିକ ସଂଖ୍ୟାରେ ଗାଡ଼ି ମୋଟର ଚଳାଚଳ କରୁଥିଲା। ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ପୁରୀକୁ ଯିବା ଆସିବା କରୁଥିଲେ। ସନ୍ଧ୍ୟାରେ ଏକ ବାଲି ବୋଝେଇ ଟିପ୍ପର ସାକ୍ଷୀଗୋପାଳ ପଟୁ ଚନ୍ଦନପୁର ଆଡକୁ ଆସୁଥିଲା। ସମଯାଜପୁର ଓଭରବ୍ରିଜ୍‌ ଉପରେ ଏହାର ଗୋଟିଏ ଚକ ଫାଟି ଯାଇଥିଲା। ଫଳରେ ଗାଡିଟି ରାସ୍ତା ପାଶ୍ୱର୍ରେ ଛିଡା ହୋଇ ରହିଥିଲା। ଏହି ସମୟରେ ଜଗତପୁରୁ ପୁରୀ ଅଭିମୁଖେ ଆସୁଥିବା ମୋ ବସ୍‌ (ନଂ.ଓଡ଼ି୦୨ବିଜେ-୯୪୧୫) ସେହି ବାଲି ବୋଝେଇ ଟିପ୍ପରକୁ ଧକ୍କା ଦେଇଥିଲା। ବସ୍‌ ପଛରେ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ଏକ ୱିଙ୍ଗର ଗାଡି ବସ୍‌କୁ ଧକ୍କା ଦେଇଥିଲା। ଫଳରେ ଏହି ସିରିଜ ଦୁର୍ଘଟଣାରେ ମୋ ବସ୍‌ ଏବଂ ୱିଙ୍ଗର ଗାଡିରେ ଥିବା ଯାତ୍ରୀମାନେ ବିଶେଷ ଭାବେ ଆହତ ହୋଇଥିଲେ।

ବସ୍‌ରେ ପ୍ରାୟ ୩୫ରୁ ଅଧିକ ଯାତ୍ରୀ ଥିଲେ। କିଛି ଯାତ୍ରୀ ଠିଆ ହୋଇ ଆସୁଥିଲେ। ସେମାନଙ୍କ ମଧ୍ୟରୁ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ସହ ୱିଙ୍ଗରରେ ଥିବା ଗୋରଖପୁର ଓ ଟାଟା ଅଞ୍ଚଳର ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସାକ୍ଷୀଗୋପାଳ ଏବଂ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପୁରୀରେ ପ୍ରାୟ ୨୦ ଜଣ ଏବଂ ସାକ୍ଷୀଗୋପାଳ ଡାକ୍ତରଖାନାରେ ୧୬ ଜଣ ଆହତ ଭର୍ତ୍ତି ହୋଇଥିଲେ। ପୁରୀକୁ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସେହିପରି ସାକ୍ଷୀଗୋପାଳ ହସ୍ପିଟାଲରୁ ଗୁରୁତର ଥିବା ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଏହି ସିରିଜ୍‌ ଦୁର୍ଘଟଣା ପରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଓ ସଦର ଥାନା ପୋଲିସ ପହଞ୍ଚି ଗାଡି ଚଳାଚଳକୁ ସ୍ୱାଭାବିକ କରିବା ସହ ଦୁର୍ଘଟଣା ସମ୍ପର୍କରେ ଅନୁସନ୍ଧାନ ଚଳାଇଛନ୍ତି।