ପୁରୀର ୟୁଟ୍ୟୁବରଙ୍କ ସହ କ’ଣ ଥିଲା ଜ୍ୟୋତିଙ୍କ ସମ୍ପର୍କ: ଅଜ୍ଞାତ ସ୍ଥାନରେ ରଖି ….
ପୁରୀ, ୧୮।୫: ଗିରଫ ୟୁଟ୍ୟୁବର ଜ୍ୟୋତି ଲିଙ୍କ୍ ନେଇ ଖୋଳତାଡ଼ ଜାରି ରହିଛି। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି ରହିଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ମଧ୍ୟ ଚାଲିଛି। ଗତକାଲିଠାରୁ ଅଜ୍ଞାତ ସ୍ଥାନରେ ରଖି IB, ପୁରୀ ପୋଲିସ ଓ ଗୋଇନ୍ଦା ଅଧିକାରୀ ଜେରା ଚଳାଇଛନ୍ତି। ପୁରୀରେ ଜ୍ୟୋତି କେତେଦିନ ରହିଥିଲେ? ଶ୍ରୀମନ୍ଦିରକୁ ନେଇ କଣ ଫଟୋ ଉଠାଇଛନ୍ତି । ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ପାକ୍କୁ […] The post ପୁରୀର ୟୁଟ୍ୟୁବରଙ୍କ ସହ କ’ଣ ଥିଲା ଜ୍ୟୋତିଙ୍କ ସମ୍ପର୍କ: ଅଜ୍ଞାତ ସ୍ଥାନରେ ରଖି …. appeared first on Dharitri Odia News.
ପୁରୀ, ୧୮।୫: ଗିରଫ ୟୁଟ୍ୟୁବର ଜ୍ୟୋତି ଲିଙ୍କ୍ ନେଇ ଖୋଳତାଡ଼ ଜାରି ରହିଛି। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି ରହିଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ମଧ୍ୟ ଚାଲିଛି। ଗତକାଲିଠାରୁ ଅଜ୍ଞାତ ସ୍ଥାନରେ ରଖି IB, ପୁରୀ ପୋଲିସ ଓ ଗୋଇନ୍ଦା ଅଧିକାରୀ ଜେରା ଚଳାଇଛନ୍ତି। ପୁରୀରେ ଜ୍ୟୋତି କେତେଦିନ ରହିଥିଲେ? ଶ୍ରୀମନ୍ଦିରକୁ ନେଇ କଣ ଫଟୋ ଉଠାଇଛନ୍ତି । ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ପାକ୍କୁ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି।
ପାକିସ୍ତାନୀ ଗୋଇନ୍ଦା ସଂସ୍ଥାକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପଠାଉଥିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୟାମିନ, ଦେବିନ୍ଦର ଓ ଅର୍ମାନ ରହିଛନ୍ତି।
ହରିୟାଣାର ହିସାରରେ ରହୁଥିବା ଟ୍ରାଭେଲ ବ୍ଲଗର ଜ୍ୟୋତି ଏକ ୟୁଟ୍ୟୁବ୍ ଚ୍ୟାନେଲ ଚଳାଉଥିଲେ ଓ ବିଭିନ୍ନ ସମୟରେ ପାକିସ୍ତାନ ସମେତ ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଯାଉଥିଲେ। ନ୍ୟୁ ଅଗରସେନ୍ ଏକ୍ସଟେନ୍ଶନରୁ ତାଙ୍କୁ ଗିରଫ କରାଯିବା ସହ ସରକାରୀ ଗୋପନୀୟତା ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ୫ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଯାଇଛି।
ଜ୍ୟୋତିଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଇନ୍ଷ୍ଟାଗ୍ରାମ ଆକାଉଣ୍ଟର ଯଥାକ୍ରମେ ୩.୭୭ ଲକ୍ଷ ସବ୍ସ୍କ୍ରାଇବର ଏବଂ ୧.୩୩ ଲକ୍ଷ ଫଲୋର୍ସ ରହିଛନ୍ତି। ଦିଲ୍ଲୀରେ ପାକିସ୍ତାନ ହାଇକମିଶନ୍ରେ କାର୍ଯ୍ୟରତ ପାକିସ୍ତାନୀ କର୍ମଚାରୀମାନଙ୍କ ସହ ତାଙ୍କର ଯୋଗଯୋଗ ରହିଥିଲା। ଗୁପ୍ତଚର ବୃତ୍ତି କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଗତ ୧୩ ତାରିଖରେ ନୂଆଦିଲ୍ଲୀ ପାକିସ୍ତାନୀ କର୍ମଚାରୀମାନଙ୍କୁ ବହିଷ୍କାର କରିଛି। ଜ୍ୟୋତିଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଆକାଉଣ୍ଟରେ ତାଙ୍କର ପାକିସ୍ତାନ ଭ୍ରମଣକୁ ନେଇ ‘ଇଣ୍ଡିଆନ୍ ଗର୍ଲ ଇନ୍ ପାକସ୍ତାନ’, ‘ଇଣ୍ଡିଆନ୍ ଗର୍ଲ ଏକ୍ସପ୍ଲୋରିଙ୍ଗ ଲାହୋର’, ‘ଇଣ୍ଡିଆନ ଗର୍ଲ ଆଟ୍ କାଟସ୍ ରାଜ ଟେମ୍ପଲ’ ଏବଂ ‘ଇଣ୍ଡିଆନ୍ ଗର୍ଲ ରାଇଡ୍ସ ଲକ୍ଜୁରି ବସ୍ ଇନ୍ ପାକିସ୍ତାନ’ ନାମରେ ଭିଡିଓ ଦେଖିବାକୁ ମିଳିଥାଏ। ସେ ବର୍ତ୍ତମାନ ସୁଦ୍ଧା ୪୮୭ଟି ଭିଡିଓ କରିଛନ୍ତି।
The post ପୁରୀର ୟୁଟ୍ୟୁବରଙ୍କ ସହ କ’ଣ ଥିଲା ଜ୍ୟୋତିଙ୍କ ସମ୍ପର୍କ: ଅଜ୍ଞାତ ସ୍ଥାନରେ ରଖି …. appeared first on Dharitri Odia News.