ପୁରୀରେ ଉଠାଦୋକାନୀଙ୍କ ଗର୍ଜନ । ବଡ଼ଦାଣ୍ଡରେ ହଜାର ହଜାର ଦୋକାନୀଙ୍କ ଧାରଣା ।

କନକ ବ୍ୟୁରୋ : ପୁରୀ ବଡ଼ଦାଣ୍ଡରେ ଉଠା ଦୋକାନୀଙ୍କ ଗର୍ଜନ । ୭୩ଦିନର ଶାନ୍ତିପୂର୍ଣ୍ଣ ଧାରଣା ପରେ ବଡଦାଣ୍ଡର ଉଠାଦୋକାନୀ ସଙ୍ଘ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । କରିବା ସହ ରାସ୍ତା ରୋକ କରିଛନ୍ତି  l ବଡଦାଣ୍ଡରୁ ଉଚ୍ଛେଦ ହୋଇଥିବା ଗରିବ ଉଠା ଦୋକାନୀ ଥଇଥାନ ଦାବିରେ ଆମରଣ ଅନଶନରେ ବସିଥିଲେ । ଶାନ୍ତିପୂର୍ଣ୍ଣ ପ୍ରତିବାଦ ପରେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ପକ୍ଷରୁ ଶ୍ରୀସେତୁ ନିକଟରେ ଭିତି ଭୂମିର ସ୍ଥାପନ କରାଯାଇ ଦୋକାନ କରିବାକୁ କୁହାଯାଇଥିଲା । କିଛି ମାସ ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ଆର୍ଥିକ ସହାୟତ ପ୍ରଦାନ କରା‌ଯାଇଥିଲା । ହେଲେ ସେଠାରେ ବ୍ୟବସାୟୀ କରିବା ଉପଯୁକ୍ତ ନୁହଁ ବୋଲି କହୁଛନ୍ତି ଉଠାଦୋକାନୀ । ଏହାର ପ୍ରତିବାଦରେ ସମସ୍ତ ଦୋକାନୀ ବଡ଼ଦାଣ୍ଡରେ ଧାରଣ ଦେବା ସହ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।   

ପୁରୀରେ ଉଠାଦୋକାନୀଙ୍କ ଗର୍ଜନ । ବଡ଼ଦାଣ୍ଡରେ ହଜାର ହଜାର ଦୋକାନୀଙ୍କ ଧାରଣା ।

କନକ ବ୍ୟୁରୋ : ପୁରୀ ବଡ଼ଦାଣ୍ଡରେ ଉଠା ଦୋକାନୀଙ୍କ ଗର୍ଜନ । ୭୩ଦିନର ଶାନ୍ତିପୂର୍ଣ୍ଣ ଧାରଣା ପରେ ବଡଦାଣ୍ଡର ଉଠାଦୋକାନୀ ସଙ୍ଘ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । କରିବା ସହ ରାସ୍ତା ରୋକ କରିଛନ୍ତି  l ବଡଦାଣ୍ଡରୁ ଉଚ୍ଛେଦ ହୋଇଥିବା ଗରିବ ଉଠା ଦୋକାନୀ ଥଇଥାନ ଦାବିରେ ଆମରଣ ଅନଶନରେ ବସିଥିଲେ ।

ଶାନ୍ତିପୂର୍ଣ୍ଣ ପ୍ରତିବାଦ ପରେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ପକ୍ଷରୁ ଶ୍ରୀସେତୁ ନିକଟରେ ଭିତି ଭୂମିର ସ୍ଥାପନ କରାଯାଇ ଦୋକାନ କରିବାକୁ କୁହାଯାଇଥିଲା । କିଛି ମାସ ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ଆର୍ଥିକ ସହାୟତ ପ୍ରଦାନ କରା‌ଯାଇଥିଲା । ହେଲେ ସେଠାରେ ବ୍ୟବସାୟୀ କରିବା ଉପଯୁକ୍ତ ନୁହଁ ବୋଲି କହୁଛନ୍ତି ଉଠାଦୋକାନୀ । ଏହାର ପ୍ରତିବାଦରେ ସମସ୍ତ ଦୋକାନୀ ବଡ଼ଦାଣ୍ଡରେ ଧାରଣ ଦେବା ସହ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।