ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ

ପୁରୀ : ଆସନ୍ତା ଜୁନ ୨୨ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା। ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନ ପୂର୍ଣ୍ଣିମାଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବ। ଏହି ଗୁପ୍ତ ନୀତି ପାଇଁ ଆବଶ୍ୟକ ସାମଗ୍ରୀମାନ ଅଣାଯାଉଛି। ଏହି କ୍ରମରେ ସୋମବାର ବାସୁଙ୍ଗା ପାଟ ଆସି ପୁରୀରେ ପହଞ୍ଚିଛି। ବାସୁଙ୍ଗା ପାଟ ଘଣା ଲାଗି ସମୟରେ ଆବଶ୍ୟକ ହୋଇଥାଏ। ମୋଟ ୩ କୁଇଣ୍ଟାଲ ବାସୁଙ୍ଗା ପାଟ ଶ୍ରୀକ୍ଷେତ୍ରରେ ପହଞ୍ଚିଛି। କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ […]

ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ
Basunga paata for Rath Yatra delivered in Puri

ପୁରୀ : ଆସନ୍ତା ଜୁନ ୨୨ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା। ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନ ପୂର୍ଣ୍ଣିମାଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବ। ଏହି ଗୁପ୍ତ ନୀତି ପାଇଁ ଆବଶ୍ୟକ ସାମଗ୍ରୀମାନ ଅଣାଯାଉଛି। ଏହି କ୍ରମରେ ସୋମବାର ବାସୁଙ୍ଗା ପାଟ ଆସି ପୁରୀରେ ପହଞ୍ଚିଛି। ବାସୁଙ୍ଗା ପାଟ ଘଣା ଲାଗି ସମୟରେ ଆବଶ୍ୟକ ହୋଇଥାଏ। ମୋଟ ୩ କୁଇଣ୍ଟାଲ ବାସୁଙ୍ଗା ପାଟ ଶ୍ରୀକ୍ଷେତ୍ରରେ ପହଞ୍ଚିଛି।

କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏକ ଗାଡି ଯୋଗେ ଏହି ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାଖଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ ଦିଆଯାଇଥିଲା। ପୂର୍ବରୁ ଏହି ପାଟର ସାମ୍ପୁଲ ଚିହ୍ନଟ ଲାଗି ଦଇତାପତି ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଯଦି ଆଉ ବାସୁଙ୍ଗା ପାଟ ଆବଶ୍ୟକ ପଡେ ତେବେ ଟସର ବ୍ୟବସାୟୀ ଯୋଗାଇଦେବେ ବୋଲି କହିଛନ୍ତି।