ପୁରୀରେ ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ,୪ା୭: ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ହେବ। ଗୋଟିଏ ପରିସରରେ ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ କେନ୍ଦ୍ର ରହିବ। ପରିସରରେ ୩୦୦ ଆସନ ବିଶିଷ୍ଟ ଅଡିଟୋରିୟମ ପ୍ରତିଷ୍ଠା ହେବ। ଅଡିଟୋରିୟମରେ ପ୍ରତିଦିନ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ପ୍ରଦର୍ଶିତ ହେବ।  ଅଡିଟୋରିୟମ ସହ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ହେବ ବୋଲି […] The post ପୁରୀରେ ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ appeared first on Dharitri Odia News.

ପୁରୀରେ ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ,୪ା୭: ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ହେବ। ଗୋଟିଏ ପରିସରରେ ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ କେନ୍ଦ୍ର ରହିବ। ପରିସରରେ ୩୦୦ ଆସନ ବିଶିଷ୍ଟ ଅଡିଟୋରିୟମ ପ୍ରତିଷ୍ଠା ହେବ। ଅଡିଟୋରିୟମରେ ପ୍ରତିଦିନ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ପ୍ରଦର୍ଶିତ ହେବ।  ଅଡିଟୋରିୟମ ସହ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁକ୍ତାକାଶ ରଙ୍ଗମଞ୍ଚରେ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ବି ପରିବେଷଣ ହେବ।

 

The post ପୁରୀରେ ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ appeared first on Dharitri Odia News.