ପୁରୁଷଙ୍କ ତୁଳନାରେ ମହିଳା ନକ୍ସଲଙ୍କ ସଂଖ୍ୟା ଅଧିକ; ବନ୍ଧୁକ ମୁନରେ ଜୋର୍ ଜବରଦସ୍ତ ଭର୍ତ୍ତି

ନୂଆଦିଲ୍ଲୀ,୦୭/୦୯: ୨୦୨୬ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ । ମାଓବାଦୀଙ୍କ ବିରୋଧୀ ଅଭିଯାନ ଜାରି ରହିଛି ଆଉ ଜାରି ରହିବ । ବିଶେଷକରି ମାଓବାଦୀଙ୍କ ଆଡ୍ଡା ପାଲଟିଥିବା ଛତିଶଗଡ଼ରେ ନକ୍ସଲଙ୍କ ଗତିବିଧି ଉପରେ ଅହରହ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ରିପୋର୍ଟ ଅନୁସାରେ, ଏହି ନକ୍ସଲ ସଙ୍ଗଠନଗୁଡ଼ିକର କମାଣ ମହିଳାଙ୍କ ହାତରେ  ରହିଛି । ଏଥିରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ରହିଛନ୍ତି । ବସ୍ତର ସଙ୍ଗଠନରେ ପୁରୁଷ ମାଓବାଦୀଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା  ପ୍ରାୟ ୬୦% ରହିଛି । ସେମାନେ ଫ୍ରଣ୍ଟଲାଇନ ବା  ଆଗରେ ରହି ସୁରକ୍ଷାକର୍ମୀଙ୍କ ସହ ଲଢ଼ୁଛନ୍ତି । ଗତ ୬ ମାସରେ ହୋଇଥିବା ବଡ଼ ଏନ୍‌କାଉଣ୍ଟରରେ ୩୬ରୁ ଅଧିକ ମହିଳା ମାଓବାଦୀ ନିହତ ହୋଇଛି । ସେମାନଙ୍କ ଉପରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା  କରାଯାଇଥିଲା । ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ ସୂଚନା ଅନୁସାରେ, ନକ୍ସଲ ସଙ୍ଗଠନରେ ଗତ କିଛି ବର୍ଷରେ  ବନ୍ଧୁକ ମୁନରେ ଯୁବତୀଙ୍କୁ ଭର୍ତ୍ତି କରାଯାଉଛି । ସେମାନଙ୍କୁ  ମାନସିକ ଭାବେ ଭ୍ରମିତ କରାଯାଉଛି ଏବଂ ପରେ ଲଢ଼େଇ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । କେତେକ  ଏରିଆରେ କମିଟିର ନେତୃତ୍ୱ ମହିଳା ମାଓବାଦୀ ନେଉଛନ୍ତି । ଏନ୍‌କାଉଣ୍ଟରବେଳେ ସଙ୍ଗଠନର ଶୀର୍ଷ ନେତୃତ୍ୱ ମହିଳାଙ୍କୁ ଆଗକୁ ଠେଲି ସେମାନଙ୍କୁ ମରିବାକୁ ଛାଡ଼ି ଦେଉଥିବା ସେ ପ୍ରକାଶ କରିଛନ୍ତି ।

ପୁରୁଷଙ୍କ ତୁଳନାରେ ମହିଳା ନକ୍ସଲଙ୍କ ସଂଖ୍ୟା ଅଧିକ; ବନ୍ଧୁକ ମୁନରେ ଜୋର୍ ଜବରଦସ୍ତ ଭର୍ତ୍ତି

ନୂଆଦିଲ୍ଲୀ,୦୭/୦୯: ୨୦୨୬ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ । ମାଓବାଦୀଙ୍କ ବିରୋଧୀ ଅଭିଯାନ ଜାରି ରହିଛି ଆଉ ଜାରି ରହିବ । ବିଶେଷକରି ମାଓବାଦୀଙ୍କ ଆଡ୍ଡା ପାଲଟିଥିବା ଛତିଶଗଡ଼ରେ ନକ୍ସଲଙ୍କ ଗତିବିଧି ଉପରେ ଅହରହ ନଜର ରଖିଛନ୍ତି ସୁରକ୍ଷାକର୍ମୀ । 

ରିପୋର୍ଟ ଅନୁସାରେ, ଏହି ନକ୍ସଲ ସଙ୍ଗଠନଗୁଡ଼ିକର କମାଣ ମହିଳାଙ୍କ ହାତରେ  ରହିଛି । ଏଥିରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ରହିଛନ୍ତି । ବସ୍ତର ସଙ୍ଗଠନରେ ପୁରୁଷ ମାଓବାଦୀଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା  ପ୍ରାୟ ୬୦% ରହିଛି । ସେମାନେ ଫ୍ରଣ୍ଟଲାଇନ ବା  ଆଗରେ ରହି ସୁରକ୍ଷାକର୍ମୀଙ୍କ ସହ ଲଢ଼ୁଛନ୍ତି । ଗତ ୬ ମାସରେ ହୋଇଥିବା ବଡ଼ ଏନ୍‌କାଉଣ୍ଟରରେ ୩୬ରୁ ଅଧିକ ମହିଳା ମାଓବାଦୀ ନିହତ ହୋଇଛି । ସେମାନଙ୍କ ଉପରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା  କରାଯାଇଥିଲା । 

ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ ସୂଚନା ଅନୁସାରେ, ନକ୍ସଲ ସଙ୍ଗଠନରେ ଗତ କିଛି ବର୍ଷରେ  ବନ୍ଧୁକ ମୁନରେ ଯୁବତୀଙ୍କୁ ଭର୍ତ୍ତି କରାଯାଉଛି । ସେମାନଙ୍କୁ  ମାନସିକ ଭାବେ ଭ୍ରମିତ କରାଯାଉଛି ଏବଂ ପରେ ଲଢ଼େଇ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । କେତେକ  ଏରିଆରେ କମିଟିର ନେତୃତ୍ୱ ମହିଳା ମାଓବାଦୀ ନେଉଛନ୍ତି । ଏନ୍‌କାଉଣ୍ଟରବେଳେ ସଙ୍ଗଠନର ଶୀର୍ଷ ନେତୃତ୍ୱ ମହିଳାଙ୍କୁ ଆଗକୁ ଠେଲି ସେମାନଙ୍କୁ ମରିବାକୁ ଛାଡ଼ି ଦେଉଥିବା ସେ ପ୍ରକାଶ କରିଛନ୍ତି ।