ପୁରୁଷଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ କହିଲେ ଟ୍ବିଙ୍କ୍‌ଲ, ହଜମ କରି ପାରିଲେନି କଙ୍ଗନା, କହିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ କେବେ ନା କେବେ କାହାକୁ କିଛି କହି ଅସୁବିଧାରେ ପଡ଼ିଥାନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ‘ପଙ୍ଗା କ୍ୱିନ୍‌’ ମଧ୍ୟ ଡାକନ୍ତି। ଆଜିପର୍ଯ୍ୟନ୍ତ ସେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ମେସେଜ କରିଛନ୍ତି। ନିକଟରେ ସେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ତଥା ରାଜେଶ ଖାନ୍ନଙ୍କ ଝିଅ ଟ୍ବିଙ୍କ୍‌ଲ ଖାନ୍ନାଙ୍କୁ ସୋସିଆଲ ମିଡିଆରେ ନିନ୍ଦା କରିଛନ୍ତି। ଟ୍ବିଙ୍କ୍‌ଲଙ୍କ ଏକ ଭିଡିଓ ଦେଖିବା ପରେ କଙ୍ଗନା ରାଗି କି […] The post ପୁରୁଷଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ କହିଲେ ଟ୍ବିଙ୍କ୍‌ଲ, ହଜମ କରି ପାରିଲେନି କଙ୍ଗନା, କହିଲେ ଏମିତି… appeared first on Dharitri Odia News.

ପୁରୁଷଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ କହିଲେ ଟ୍ବିଙ୍କ୍‌ଲ, ହଜମ କରି ପାରିଲେନି କଙ୍ଗନା, କହିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ କେବେ ନା କେବେ କାହାକୁ କିଛି କହି ଅସୁବିଧାରେ ପଡ଼ିଥାନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ‘ପଙ୍ଗା କ୍ୱିନ୍‌’ ମଧ୍ୟ ଡାକନ୍ତି। ଆଜିପର୍ଯ୍ୟନ୍ତ ସେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ମେସେଜ କରିଛନ୍ତି। ନିକଟରେ ସେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ତଥା ରାଜେଶ ଖାନ୍ନଙ୍କ ଝିଅ ଟ୍ବିଙ୍କ୍‌ଲ ଖାନ୍ନାଙ୍କୁ ସୋସିଆଲ ମିଡିଆରେ ନିନ୍ଦା କରିଛନ୍ତି।

kangana ranaut, twinkle khanna

ଟ୍ବିଙ୍କ୍‌ଲଙ୍କ ଏକ ଭିଡିଓ ଦେଖିବା ପରେ କଙ୍ଗନା ରାଗି କି ପାଚି ଲାଲ୍‌ ହୋଇଯାଇଥିଲେ। ସେହି ଭିଡିଓ ଶେୟାର କରି ଅଭିନେତ୍ରୀଙ୍କ ଉପରେ ଏକ ନୋଟ୍‌ ଲେଖିଥିଲେ। ଏହି ଭିଡିଓରେ ଟ୍ବିଙ୍କ୍‌ଲ କହିଛନ୍ତି, ମହିଳାମାନେ ପୁରୁଷଙ୍କ ଆବଶ୍ୟକ କରନ୍ତି ନାହିଁ। ଆମକୁ ପୁରୁଷମାନେ ଆବଶ୍ୟକ, ଯେପରି ଆମକୁ ପଲିଥିନ୍‌ ବ୍ୟାଗ ଦରକାର। ପଲିଥିନ ବ୍ୟାଗ୍‌ ସହିତ ପୁରୁଷଙ୍କ ତୁଳନାକୁ ଆଦୌ ପସନ୍ଦ କଲେନି କଙ୍ଗନା।

କଙ୍ଗନା ଲେଖିଛନ୍ତି, ‘ ଯେଉଁମାନେ ନିଜ ବ୍ୟକ୍ତିଙ୍କୁ ବ୍ୟାଗ୍‌ ବୋଲି ଡାକନ୍ତି ଏବଂ ଆପଣ ଏସବୁ କହି ଥଣ୍ଡା ହେବାକୁ ଚାହାଁନ୍ତି କି? ଏହି ନେପୋ ପିଲାମାନେ ରୁପା ଚାମଚ ସହିତ ଜନ୍ମ ହୁଅନ୍ତି। ସୁନାର ଥାଳିରେ ଏମାନଙ୍କୁ ଏକ ଫିଲ୍ମ କ୍ୟାରିଅର୍‌ ମିଳିଥାଏ। କେବଳ ଏଥିପାଇଁ ସେମାନଙ୍କର ସମ୍ମାନ ନାହିଁ, ସେମାନେ ଅତି କମରେ ମାତୃତ୍ୱ ଜୀବନକୁ ଉପଭୋଗ କରିବା ଉଚିତ୍‌। କିନ୍ତୁ ଏହା ମଧ୍ୟ ସେମାନଙ୍କ କ୍ଷେତ୍ରରେ ଅଭିଶାପ ପରି ମନେହୁଏ।  କ’ଣ ହେବାକୁ ଚାହୁଁଛ? ପନିପରିବା? ଏହା ନାରୀବାଦ?

Kangana Ranaut (Left) and Twinkle Khanna

ଟ୍ବିଙ୍କ୍‌ଲ ତାଙ୍କର ଏକ ପୁରୁଣା ଭିଡିଓରେ କହିଥିଲେ ଯେ, ତାଙ୍କ ମା ଡିମ୍ପଲ କାପାଡିଆ ତାଙ୍କୁ କିପରି ଶିକ୍ଷା ଦେଇଛନ୍ତି, ମହିଳାମାନେ ପୁରୁଷଙ୍କ ଆବଶ୍ୟକ କରନ୍ତି ନାହିଁ। ସେ କହିଥିଲେ, ‘ଆମେ ନାରୀବାଦ ଏବଂ ସମାନତା ବିଷୟରେ କଦାପି କଥାବାର୍ତ୍ତା କରୁନାହୁଁ। କିନ୍ତୁ ଏହା ବହୁତ ସ୍ପଷ୍ଟ ଯେ ପୁରୁଷର ଆବଶ୍ୟକତା ନାହିଁ। ହଁ, ଯଦି ଆପଣଙ୍କର ଭଲ ହ୍ୟାଣ୍ଡବ୍ୟାଗ ଅଛି ତେବେ ଜଣେ ପୁରୁଷ ଭଲ ଦେଖାଯାଏ, ତେଣୁ ମୁଁ ଏହି ପ୍ରକାର ଚିନ୍ତାଧାରା ସହିତ ବଢ଼ିଛି।

ଟ୍ବିଙ୍କଲ ତୁମର ସୁନ୍ଦର ହ୍ୟାଣ୍ଡବ୍ୟାଗ ଥିବା ଭଳି ଜଣେ ପୁରୁଷ ରହିବା ଭଲ। ଯଦି ଆପଣଙ୍କର ଏକ ପ୍ଲାଷ୍ଟିକ ବ୍ୟାଗ ଥାଏ ତେବେ ଏହା କାମ କରିବ। ତେଣୁ ମୁଁ ଏହି ଧାରଣା ସହିତ ବଢ଼ିଛି ଏବଂ ଦୀର୍ଘ ସମୟ ଧରି ମୁଁ ଅନୁଭବ କଲି ଯେ ସେମାନଙ୍କ ପାଇଁ କୌଣସି ବିଶେଷ ଆବଶ୍ୟକତା ନାହିଁ। ‘ସେ ଆହୁରି ମଧ୍ୟ କହିଥିଲେ ଯେ, ପୁରୁଷମାନେ ପ୍ରକୃତି ଅନୁସାରେ ମହିଳାମାନଙ୍କ ଅପେକ୍ଷା ଦୁର୍ବଳ। ସେମାନଙ୍କର କେଶ ଶୀଘ୍ର ଝଡ଼ିଥାଏ। ଯଦି ସେମାନେ ୧୦-୧୫ବର୍ଷ ଆମ ପୂର୍ବରୁ ମରନ୍ତି, ତେବେ ଆମେ ସେମାନଙ୍କ ପାଇଁ ଖରାପ ଅନୁଭବ କରୁ। ଏହି କଥାକୁ ଆଦୌ ହଜମ କରି ପାରି ନ ଥିଲେ କଙ୍ଗନା। ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଟ୍ବିଙ୍କଲ୍‌ଙ୍କୁ କଡ଼ା ଜବାବ ଦେଇଥିଲେ।

The post ପୁରୁଷଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ କହିଲେ ଟ୍ବିଙ୍କ୍‌ଲ, ହଜମ କରି ପାରିଲେନି କଙ୍ଗନା, କହିଲେ ଏମିତି… appeared first on Dharitri Odia News.