ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ

ଢେଙ୍କାନାଳ,୨୦ା୪(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଏହି ନରରୂପୀ ରାକ୍ଷସମାନେ ଶିଶୁକନ୍ୟାଟିକୁ ରକ୍ତାକ୍ତ ଅବସ୍ଥାରେ ବରଡ଼ା ଘୋଡ଼ାଇ ଫିଙ୍ଗି ଦେଇ ଫେରାର୍‌ ହୋଇଯାଇଛନ୍ତ। ଶିଶୁକନ୍ୟାକୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟା ଜଣକ ଶନିବାର ସନ୍ଧ୍ୟାରେ ଖେଳୁଥିବା ବେଳେ ଦୁର୍ବୃତ୍ତମାନେ ନିଶାସକ୍ତ ହୋଇ ଏଭଳି […] The post ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ appeared first on Dharitri Odia News.

ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ

ଢେଙ୍କାନାଳ,୨୦ା୪(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଏହି ନରରୂପୀ ରାକ୍ଷସମାନେ ଶିଶୁକନ୍ୟାଟିକୁ ରକ୍ତାକ୍ତ ଅବସ୍ଥାରେ ବରଡ଼ା ଘୋଡ଼ାଇ ଫିଙ୍ଗି ଦେଇ ଫେରାର୍‌ ହୋଇଯାଇଛନ୍ତ। ଶିଶୁକନ୍ୟାକୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶିଶୁକନ୍ୟା ଜଣକ ଶନିବାର ସନ୍ଧ୍ୟାରେ ଖେଳୁଥିବା ବେଳେ ଦୁର୍ବୃତ୍ତମାନେ ନିଶାସକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ରବିବାର ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ହୋଇ ନ ଥିବା ହିନ୍ଦୋଳ ଏସ୍‌ଡିପିଓ ସତ୍ୟ କୁମାର ନନ୍ଦ ସୂଚନା ଦେଇଛନ୍ତି।

The post ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ appeared first on Dharitri Odia News.