ବିଜେଡି ସରକାରରେ ବନ୍ଦ ଥିବା ସ୍କୁଲ ଏବେ ଖୋଲିବ 

ଭୁବନେଶ୍ୱର,୨।୭: ବିଜେଡି ସରକାର ଚାଲିଥିବା ବେଳେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ  ଖୋଲାଯିବ। ଏ ନେଇ ମଙ୍ଗଳବାର ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ପିଲାଙ୍କୁ ପାଠ ପଢିବା ପାଇଁ ଦୂରକୁ ସ୍କୁଲ ଯିବାକୁ ପଡୁଛି, ଅନ୍ୟପକ୍ଷେ ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇ ଯେଉଁ  ସବୁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରାଯାଇଛି  ସେହି ସବୁ ସ୍ଥାନରେ  ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ସ୍କୁଲ ଖୋଲିବାକୁ ଭାଜପା ସରକାର ଯୋଜନା କରିଛି। […] The post ବିଜେଡି ସରକାରରେ ବନ୍ଦ ଥିବା ସ୍କୁଲ ଏବେ ଖୋଲିବ  appeared first on Dharitri Odia News.

ବିଜେଡି ସରକାରରେ ବନ୍ଦ ଥିବା ସ୍କୁଲ ଏବେ ଖୋଲିବ 
ଭୁବନେଶ୍ୱର,୨।୭: ବିଜେଡି ସରକାର ଚାଲିଥିବା ବେଳେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ  ଖୋଲାଯିବ। ଏ ନେଇ ମଙ୍ଗଳବାର ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଯେଉଁଠି ପିଲାଙ୍କୁ ପାଠ ପଢିବା ପାଇଁ ଦୂରକୁ ସ୍କୁଲ ଯିବାକୁ ପଡୁଛି, ଅନ୍ୟପକ୍ଷେ ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇ ଯେଉଁ  ସବୁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରାଯାଇଛି  ସେହି ସବୁ ସ୍ଥାନରେ  ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ସ୍କୁଲ ଖୋଲିବାକୁ ଭାଜପା ସରକାର ଯୋଜନା କରିଛି। ସ୍କୁଲକୁ ନେଇ ଲୋକଙ୍କ ଦାବି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଉଛି । ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସ୍କୁଲ ଗୁଡିକୁ ଖୋଲାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

The post ବିଜେଡି ସରକାରରେ ବନ୍ଦ ଥିବା ସ୍କୁଲ ଏବେ ଖୋଲିବ  appeared first on Dharitri Odia News.