ପୁଲିସ ଛାଡିବା ପରେ ବି ଥାନା ଛାଡୁ ନାହାନ୍ତି ଟିଏମ୍‌ସି ସାଂସଦ

ଦିଲ୍ଲୀ ପୁଲିସ ଦ୍ୱାରା ୧୦ ଜଣ ଟିଏମ୍‌ସି ସାଂସଦଙ୍କୁ ଗତକାଲି ଗିରଫ କରାଯାଇଥିଲା। ଏହାର କିଛି ସମୟ ପରେ ପୁଲିସ ଏମାନଙ୍କୁ ଛାଡି ଦେଇଥିଲା। କିନ୍ତୁ ଟିଏମସି ନେତାମାନେ ପୁଲିସ ଷ୍ଟେସନରୁ ବାହାରକୁ ଯିବାକୁ ରାଜି ହେଉନାହାନ୍ତି।

ପୁଲିସ ଛାଡିବା ପରେ ବି ଥାନା ଛାଡୁ ନାହାନ୍ତି ଟିଏମ୍‌ସି ସାଂସଦ

ଦିଲ୍ଲୀରେ ତୃଣମୂଳ କଂଗ୍ରେସ ସାଂସଦଙ୍କ ଜାରି ରହିଛି ହାଇଭୋଲଟେଜ ଡ୍ରାଭା। ଅଟକ ରଖି ପୁଲିସ ଛାଡିବା ପରେ ବି ଥାନା ଛାଡୁ ନାହାନ୍ତି ଟିଏମ୍‌ସି ସାଂସଦ। ପୁଲିସ ତାଙ୍କୁ ଅଟକ ରଖିଥିବା ନେଇ ସେମାନେ ଦାବି କରୁଛନ୍ତି। କିନ୍ତୁ ପୁଲିସ ସେମାନଙ୍କୁ ଅଟକ ରଖିନଥିବା କହୁଛି। ନେତା ଓ ପୁଲିସ ମଧ୍ୟରେ ଏଭଳି କିଛି ଡ୍ରାମା ଜାରି ରହିଛି।

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ଟିଏମସି ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ଆଦିର ମୁଖ୍ୟଙ୍କ ବଦଳି ଦାବିରେ ସୋମବାର ଦିଲ୍ଲୀର ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ଟିଏମ୍‌ସି ସାଂସଦମାନେ ଧାରଣାରେ ବସିଥିଲେ।

ତେବେ ଦିଲ୍ଲୀ ପୁଲିସ ଦ୍ୱାରା ୧୦ ଜଣ ଟିଏମ୍‌ସି ସାଂସଦଙ୍କୁ ଗତକାଲି ଗିରଫ କରାଯାଇଥିଲା। ଏହାର କିଛି ସମୟ ପରେ ପୁଲିସ ଏମାନଙ୍କୁ ଛାଡି ଦେଇଥିଲା। କିନ୍ତୁ ଟିଏମସି ନେତାମାନେ ପୁଲିସ ଷ୍ଟେସନରୁ ବାହାରକୁ ଯିବାକୁ ରାଜି ହୋଇନଥିଲେ। ଆଜି ମଧ୍ୟ ଟିଏମସି ପ୍ରତିନିଧିମାନେ ପୁଲିସ ଷ୍ଟେସନରେ ଧାରଣାରେ ବସି ରହିଛନ୍ତି। ପୁଲିସ ଏମାନଙ୍କୁ ଥାନା ଖାଲି କରିବାକୁ ଅପିଲ କରିଛି। ଏହାରି ଭିତରେ ଦିଲ୍ଲୀ ସରକାରର ଜଣେ ମନ୍ତ୍ରୀ ଓ ଆମ୍‌ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ସାଂସଦଙ୍କୁ ଭେଟିଛନ୍ତି। କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ କୋଲକାତରେ ଟିଏମ୍‌ସିର ବରିଷ୍ଠ ନେତା ଅଭିଷେକ ବାନାର୍ଜୀ ଦିଲ୍ଲୀ ପୁଲିସ ଦ୍ୱାରା ଦଳର ନେତାଙ୍କୁ ଅଟକ ରଖିବାକୁ ନେଇ ପଶ୍ଚିମ ବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋସ୍‌ଙ୍କ ଭେଟି ଅଭିଯୋଗ କରିଛନ୍ତି। ଅଭିଷେକ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ୧୧ ଜଣିଆ ପ୍ରତିନିଧୀ ମଣ୍ଡଳ ଗତକାଲି ରାତି ୯ଟାରେ ରାଜ୍ୟପାଳଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ। ସେମାନେ ଦିଲ୍ଲୀ ପୁଲିର କାର୍ଯ୍ୟକୁ ନିନ୍ଦା କରିବା ସହ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ।