କ୍ରୀଡ଼ା ବିଲ୍‌ ଅଧୀନରେ ଆସିପାରେ ବିସିସିଆଇ: ହୋଇପାରେ ବୟସ ସୀମାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ସଂସଦ ସୌସୁମୀ ଅଧିବେସନରେ କେନ୍ଦ୍ର ସରକାର ଉପସ୍ଥାପନ କରିବାକୁ ଯାଉଥିବା ଜାତୀୟ କ୍ରୀଡ଼ା ବିଲ୍ ଅଧୀନରେ ଆସିପାରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)। କ୍ରୀଡ଼ା ମନ୍ତ୍ରଣାଳୟର ସୂତ୍ରରୁ ତଥ୍ୟ ନେଇ ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ। ଏହି ବିଲ୍‌ରେ ପ୍ରଶାସକଙ୍କ ପାଇଁ ବୟସ ସୀମାର ଉପର ସୀମା ୭୦ ରୁ ୭୫ ବର୍ଷକୁ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି ବୋଲି ସୂଚନା ମିଳିଛି।ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ଥିବା ରୋଜର ବିନ୍ନି ଜୁଲାଇ ୧୯ ତାରିଖରେ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଅର୍ଥାତ୍ ସେ ବିସିସିଆଇର ନିର୍ଦ୍ଧାରିତ ବୟସ ସୀମାରେ ପହଞ୍ଚି ସାରିଛନ୍ତି। ତେଣୁ ତାଙ୍କୁ ପଦ ଛାଡିବାକୁ କୁହାଯାଇପାରେ। ତେବେ କ୍ରୀଡା ବିଲରେ ଏହି ନିୟମରେ ପରିବର୍ତ୍ତନ ହୋଇପାରେ। ଏକ ଜାତୀୟ କ୍ରୀଡା ମହାସଂଘ (NSF) ହିସାବରେ ବିସିସିଆଇ ଏହି ବିଲ୍ ପରିସର ଭିତରକୁ ଆସିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।  ଜଣେ ବ୍ୟକ୍ତି କାର୍ଯ୍ୟନିର୍ବାହୀ କମିଟିର ବୟସ ଏବଂ କାର୍ଯ୍ୟକାଳ ସମ୍ପର୍କିତ ଆନ୍ତର୍ଜାତୀୟ ଚାର୍ଟର ଏବଂ ନିୟମ ଓ ଉପ-ଆଇନ ପାଳନ ନ କଲେ, ନିର୍ବାଚନ ଲଢ଼ିବା କିମ୍ବା କାର୍ଯ୍ୟନିର୍ବାହୀ କମିଟିର ନାମାଙ୍କନ ପାଇବା ପାଇଁ ଯୋଗ୍ୟ ହେବେ ନାହିଁ। ତେବେ ତାଙ୍କ ନାମାନଙ୍କନ ତାରିଖରେ ବ୍ୟକ୍ତିଙ୍କ ବୟସ ୭୦ ବର୍ଷରୁ ଅଧିକ ନହୋଇଥବା ଆବଶ୍ୟକ। ଆହୁରି ମଧ୍ୟ, ଯଦି ଅନ୍ତର୍ଜାତୀୟ ଚାର୍ଟଟର,ନିୟମ ଏବଂ ଉପ-

କ୍ରୀଡ଼ା ବିଲ୍‌ ଅଧୀନରେ ଆସିପାରେ ବିସିସିଆଇ: ହୋଇପାରେ ବୟସ ସୀମାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ସଂସଦ ସୌସୁମୀ ଅଧିବେସନରେ କେନ୍ଦ୍ର ସରକାର ଉପସ୍ଥାପନ କରିବାକୁ ଯାଉଥିବା ଜାତୀୟ କ୍ରୀଡ଼ା ବିଲ୍ ଅଧୀନରେ ଆସିପାରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)। କ୍ରୀଡ଼ା ମନ୍ତ୍ରଣାଳୟର ସୂତ୍ରରୁ ତଥ୍ୟ ନେଇ ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ। ଏହି ବିଲ୍‌ରେ ପ୍ରଶାସକଙ୍କ ପାଇଁ ବୟସ ସୀମାର ଉପର ସୀମା ୭୦ ରୁ ୭୫ ବର୍ଷକୁ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି ବୋଲି ସୂଚନା ମିଳିଛି।

ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ଥିବା ରୋଜର ବିନ୍ନି ଜୁଲାଇ ୧୯ ତାରିଖରେ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଅର୍ଥାତ୍ ସେ ବିସିସିଆଇର ନିର୍ଦ୍ଧାରିତ ବୟସ ସୀମାରେ ପହଞ୍ଚି ସାରିଛନ୍ତି। ତେଣୁ ତାଙ୍କୁ ପଦ ଛାଡିବାକୁ କୁହାଯାଇପାରେ। ତେବେ କ୍ରୀଡା ବିଲରେ ଏହି ନିୟମରେ ପରିବର୍ତ୍ତନ ହୋଇପାରେ। ଏକ ଜାତୀୟ କ୍ରୀଡା ମହାସଂଘ (NSF) ହିସାବରେ ବିସିସିଆଇ ଏହି ବିଲ୍ ପରିସର ଭିତରକୁ ଆସିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।  

ଜଣେ ବ୍ୟକ୍ତି କାର୍ଯ୍ୟନିର୍ବାହୀ କମିଟିର ବୟସ ଏବଂ କାର୍ଯ୍ୟକାଳ ସମ୍ପର୍କିତ ଆନ୍ତର୍ଜାତୀୟ ଚାର୍ଟର ଏବଂ ନିୟମ ଓ ଉପ-ଆଇନ ପାଳନ ନ କଲେ, ନିର୍ବାଚନ ଲଢ଼ିବା କିମ୍ବା କାର୍ଯ୍ୟନିର୍ବାହୀ କମିଟିର ନାମାଙ୍କନ ପାଇବା ପାଇଁ ଯୋଗ୍ୟ ହେବେ ନାହିଁ। ତେବେ ତାଙ୍କ ନାମାନଙ୍କନ ତାରିଖରେ ବ୍ୟକ୍ତିଙ୍କ ବୟସ ୭୦ ବର୍ଷରୁ ଅଧିକ ନହୋଇଥବା ଆବଶ୍ୟକ। 

ଆହୁରି ମଧ୍ୟ, ଯଦି ଅନ୍ତର୍ଜାତୀୟ ଚାର୍ଟଟର,ନିୟମ ଏବଂ ଉପ-ଆଇନ ଦ୍ୱାରା ଅନୁମତିପ୍ରାପ୍ତ ହୁଏ, ତେବେ ୭୦ ରୁ ୭୫ ବର୍ଷ ବୟସର ଯେକୌଣସି ବ୍ୟକ୍ତି ନିର୍ବାଚନ ଲଢ଼ିପାରିବେ କିମ୍ବା ନାମାଙ୍କନ ଆବେଦନ କରିପାରିବେ। ଏପରି କ୍ଷେତ୍ରରେ, ନିର୍ବାଚିତ ବ୍ୟକ୍ତି ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ କାର୍ଯ୍ୟ କରିବେ। ଏହାର ଅର୍ଥ ହେଉଛି ଯେ ଯେତେବେଳେ ଏହି ବିଲ୍ ଚଳିତ ବର୍ଷ ଅଗଷ୍ଟରେ କାର୍ଯ୍ୟକାରୀ ହେବ, ଏହା ବିନିଙ୍କୁ ବିସିସିଆଇ ସଭାପତି ଭାବରେ ଫେରିବାକୁ ଅନୁମତି ଦେବ। ସେ ପୁନଃ ପଦବୀକୁ ଫେରି ଅତି କମ୍‌ରେ ୩ ବର୍ଷ ପାଇଁ କାର୍ଯ୍ୟ କରି ପାରିବେ। ତେବେ ଏଥିରେ କିଛି ସର୍ତ୍ତ ରହିବ। ବିନ୍ନିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରାଜୀବ ଶୁଳ୍କା ପଦବୀ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ କେନ୍ଦ୍ର ସରକାରଙ୍କର ଏହି ବିଲ୍ ବିନ୍ନିଙ୍କୁ ପୁଣିଥରେ ଏହି ସ୍ଥାନକୁ ଆଣିପାରେ।