ବାଂଲାଦେଶ କ୍ରିକେଟରଙ୍କୁ ଆଇସିସିର ବାସନ୍ଦ
ଡର୍ବାନ, ୧୭ା୧ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ଅଭିଯୋଗରେ ବାଂଲାଦେଶ ଅଲରାଉଣ୍ଡର ନାସିର ହୋସେନଙ୍କୁ ୨ ବର୍ଷ ବାସନ୍ଦ କରିଛି। ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିବାରଣ ସଂହିତାର ସେ ୩ଟି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଅଣାଯାଇଥିବା ସମସ୍ତ ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି। ଆଚରଣ ସଂହିତାର ଧାରା ୨.୩.୪ ଅନୁସାରେ ତାଙ୍କ ବିରୋଧରେ ଅଣାଯାଇଥିବା ପ୍ରଥମ ଅଭିଯୋଗ ହେଲା ସେ ୭୫୦ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ୱ […] The post ବାଂଲାଦେଶ କ୍ରିକେଟରଙ୍କୁ ଆଇସିସିର ବାସନ୍ଦ appeared first on Dharitri Odia News.
ଡର୍ବାନ, ୧୭ା୧ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ଅଭିଯୋଗରେ ବାଂଲାଦେଶ ଅଲରାଉଣ୍ଡର ନାସିର ହୋସେନଙ୍କୁ ୨ ବର୍ଷ ବାସନ୍ଦ କରିଛି। ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିବାରଣ ସଂହିତାର ସେ ୩ଟି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଅଣାଯାଇଥିବା ସମସ୍ତ ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି। ଆଚରଣ ସଂହିତାର ଧାରା ୨.୩.୪ ଅନୁସାରେ ତାଙ୍କ ବିରୋଧରେ ଅଣାଯାଇଥିବା ପ୍ରଥମ ଅଭିଯୋଗ ହେଲା ସେ ୭୫୦ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ୱ ମୂଲ୍ୟର ଏକ ଆଇ-ଫୋନ୍ର ରସିଦ୍ ଉପହାର ଆକାରରେ ପାଇଥିଲେ। ଦୁର୍ନୀତି ନିବାରଣ ଅଫିସିଆଲକୁ ଏନେଇ ଆବଶ୍ୟକ ତଥ୍ୟ ପ୍ରଦାନରେ ସେ ଅଯଥା ବିଳମ୍ବ ଘଟାଇଥିଲେ। ଦ୍ୱିତୀୟତଃ ତାଙ୍କୁ କାହିଁକି ଏହି ଅଫର ଦିଆଯାଇଥିଲା ସେ ସମ୍ପର୍କିତ ପୂର୍ଣ୍ଣାଙ୍ଗ ବିବରଣୀ ସେ ଦେଇ ନ ଥିଲେ। ତୃତୀୟତଃ ତାଙ୍କୁ ମିଳିଥିବା ଉପହାର ସମ୍ପର୍କରେ ସେ ସମ୍ପୃକ୍ତ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ଅବଗତ କରି ନ ଥିଲେ। ୩୨ ବର୍ଷୀୟ ଏହି କ୍ରିକେଟର ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକୁ ସ୍ବୀକାର କରିବା ସହ ଦଣ୍ଡକୁ ମାନି ନେଇଥିଲେ।
The post ବାଂଲାଦେଶ କ୍ରିକେଟରଙ୍କୁ ଆଇସିସିର ବାସନ୍ଦ appeared first on Dharitri Odia News.