ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ପାଇଁ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ଆବେଦନ ବୟସ ସୀମା ୩ ବର୍ଷ ବୃଦ୍ଧି ପରେ ପୁଣି ଥରେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ବୟସ ସୀମା ବଢ଼ିବା ପରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ ପାଇଁ ସାଧାରଣ ବର୍ଗଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ ଥିବା ବେଳେ ସର୍ବୋଚ୍ଚ ବୟସସୀମା ୨୮ ରଖାଯାଇଛି । ସେହିପରି ଏସ୍‌ଇବିସି, […]

ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ
ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ପାଇଁ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ଆବେଦନ ବୟସ ସୀମା ୩ ବର୍ଷ ବୃଦ୍ଧି ପରେ ପୁଣି ଥରେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ବୟସ ସୀମା ବଢ଼ିବା ପରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ ପାଇଁ ସାଧାରଣ ବର୍ଗଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ ଥିବା ବେଳେ ସର୍ବୋଚ୍ଚ ବୟସସୀମା ୨୮ ରଖାଯାଇଛି । ସେହିପରି ଏସ୍‌ଇବିସି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ୩୩ ବର୍ଷ ରଖାଯାଇଛି।

ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହେବ। ୧୦ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଓଡ଼ିଶା ପୁଲିସ୍‌ ୱେବସାଇଟ୍‌ odishapolice.gov.in ରେ ଅନ୍‌ଲାଇନ୍‌ରେ ଆବେଦନ ହେବ ବୋଲି ଓଡ଼ିଶା ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ ବୋର୍ଡ (ଓପିଆର୍‌ବି) ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ଗତ ଜାନୁଆରୀ ୧୭ ତାରିଖରେ ଏହି ନିଯୁକ୍ତି ପାଇଁ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ମାର୍ଚ୍ଚ ୮ ଓ ୯ରେ ପ୍ରିଲିମିନାରୀ ପରୀକ୍ଷା ହେବାକୁ ସ୍ଥିର ହୋଇଥିବାବେଳେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହେବାରୁ ପରୀକ୍ଷାର ଦୁଇଦିନ ପୂର୍ବରୁ ବାତିଲ୍‌ କରାଯାଇଥିଲା। ସେହିପରି ବୟସସୀମା କୋହଳ କରିବାକୁ ବହୁ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ରାଜ୍ୟ ସରକାର ଏକକାଳୀନ ୩ ବର୍ଷ ପାଇଁ ବୟସ କୋହଳ କରିଛନ୍ତି।