ପୁଷ୍ପା-୨ ପ୍ରିମିୟରରେ ପ୍ରାଣ ହରାଇଥିଲେ ମହିଳା, ବଡ ହୃଦୟ ଦେଖାଇଲେ ସାଉଥ୍ ସୁପରଷ୍ଟାର
ହାଇଦ୍ରାବାଦ,୦୭/୧୨: ହାଇଦ୍ରାବାଦରେ ‘ପୁଷ୍ପା-୨’ ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ । Deeply heartbroken by the tragic incident at Sandhya Theatre. My heartfelt condolences go out to the grieving family during this unimaginably difficult time. I want to assure them they are not alone in this pain and will meet the family personally. While respecting their need for… pic.twitter.com/g3CSQftucz— Allu Arjun (@alluarjun) December 6, 2024ଏକ୍ସରେ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସନ୍ଧ୍ୟା ଥିଏଟରରେ ଘଟିଥିବା ଘଟଣା ତାଙ୍କୁ ବ୍ୟଥିତ କରିଛି । ମୃତା ମହିଳାଙ୍କ ପରିବାରକୁ ସମବେଦନା ଜଣାଉଛି । ଏଭଳି କଷ୍ଟକର ସମୟରେ ତାଙ୍କ ପରିବାରକୁ ଏକୁଟିଆ ଛାଡ଼ିପାରିବିନି । ସେମାନଙ୍କୁ ସବୁ ପ୍ରକାର ସହାୟତା କରିବି । you can alsi read‘ପୁଷ୍ପା-୨’ ପ୍ରିମିୟରରେ ଦଳାଚକଟା, ଅଲ୍ଲୁ ଅର୍ଜୁନ୍ଙ୍କୁ ଦେଖିବାକୁ ଯାଇ ଜଣେ ମୃତଏଥିସହ ମୃତା ମହିଳା ରେବତୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବା ସହ ଆହତ ହୋଇଥିବା ତାଙ୍କ ୧୩ ବର୍ଷୀୟ ପୁଅଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବେ ବୋଲି ଅଲ୍ଲୁ ଅର୍ଜୁନ ଘୋଷଣା କରିଛନ୍ତି । ଦଳାଚକଟା ଘ
ହାଇଦ୍ରାବାଦ,୦୭/୧୨: ହାଇଦ୍ରାବାଦରେ ‘ପୁଷ୍ପା-୨’ ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ ।
Deeply heartbroken by the tragic incident at Sandhya Theatre. My heartfelt condolences go out to the grieving family during this unimaginably difficult time. I want to assure them they are not alone in this pain and will meet the family personally. While respecting their need for… pic.twitter.com/g3CSQftucz— Allu Arjun (@alluarjun) December 6, 2024
ଏକ୍ସରେ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସନ୍ଧ୍ୟା ଥିଏଟରରେ ଘଟିଥିବା ଘଟଣା ତାଙ୍କୁ ବ୍ୟଥିତ କରିଛି । ମୃତା ମହିଳାଙ୍କ ପରିବାରକୁ ସମବେଦନା ଜଣାଉଛି । ଏଭଳି କଷ୍ଟକର ସମୟରେ ତାଙ୍କ ପରିବାରକୁ ଏକୁଟିଆ ଛାଡ଼ିପାରିବିନି । ସେମାନଙ୍କୁ ସବୁ ପ୍ରକାର ସହାୟତା କରିବି ।
you can alsi read
‘ପୁଷ୍ପା-୨’ ପ୍ରିମିୟରରେ ଦଳାଚକଟା, ଅଲ୍ଲୁ ଅର୍ଜୁନ୍ଙ୍କୁ ଦେଖିବାକୁ ଯାଇ ଜଣେ ମୃତ
ଏଥିସହ ମୃତା ମହିଳା ରେବତୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବା ସହ ଆହତ ହୋଇଥିବା ତାଙ୍କ ୧୩ ବର୍ଷୀୟ ପୁଅଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବେ ବୋଲି ଅଲ୍ଲୁ ଅର୍ଜୁନ ଘୋଷଣା କରିଛନ୍ତି । ଦଳାଚକଟା ଘଟଣା ପରେ ମୃତକଙ୍କ ପରିବାରର ଏତଲା କ୍ରମେ ପୁଲିସ ଅଲ୍ଲୁଙ୍କ ନାଁରେ ମାମଲା ରୁଜୁ କରିଛି ।