ପୂଜାସ୍ଥଳ ଆଇନ ୧୯୯୧: ଅସଦୁଦ୍ଦିନ ଓବେସୀଙ୍କ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ପ୍ରସ୍ତୁତ
ନୂଆଦିଲ୍ଲୀ ୨।୧: ସୁପ୍ରିମକୋର୍ଟ ୧୯୯୧ ପୂଜାସ୍ଥଳ ଆଇନ ଲାଗୁ ନିମନ୍ତେ ଦାବି କରୁଥିବା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ଆବେଦନ ଉପରେ ବିଚାର କରିବା ପାଇଁ ଗୁରୁବାର ସହମତ ହୋଇଛନ୍ତି। କୋର୍ଟ ପୂଜାସ୍ଥଳ ଆଇନ ଉପରେ ଓବେସୀଙ୍କ ଆବେଦନକୁ ଏ ସମ୍ପର୍କିତ ଲମ୍ବିତ ମାମଲାଗୁଡିକ ସହିତ ଟ୍ୟାଗ୍ କରି ଏହା ଉପରେ ଫେବୃଆରୀ ୧୭ ତାରିଖ ଦିନ ଶୁଣାଣି ହେବ ବୋଲି କହିଛନ୍ତି। ୧୫ଅଗଷ୍ଟ ୧୯୪୭ ଅନୁସାରେ ଆଇନ କାୟମ କରିବାକୁ ଦାବି ଏହି ଆଇନ କୌଣସି ସ୍ଥଳର ଧାର୍ମିକ ଚରିତ୍ରକୁ ସେପରି କାୟମ ରଖିବାକୁ ରଖିବାକୁ କୁହେ ଯେଉଁ ପରି ୧୫ ଅଗଷ୍ଟ ୧୯୪୭ ବେଳେ ଥିଲା। ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଓବେସୀ ଓକିଲ ଫୁଜେଲ ଅହମ୍ମଦ ଆୟୁବୀଙ୍କ ମାଧ୍ୟମରେ ୧୭ ଡିସେମ୍ବର ୨୦୨୪ରେ ଆବେଦନ ଦାୟର କରିଥିଲେ। ଏହା ପରେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ପୀଠ ୧୯୯୧ ଆଇନ ବିରୋଧରେ ଏହିପରି ଆବେଦନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କରି ସମସ୍ତ ନ୍ୟାୟାଳୟଙ୍କୁ ଧାର୍ମିକ ସ୍ଥଳଙ୍କ ପୁନଃ ପ୍ରାପ୍ତ ନିମନ୍ତେ ନୂଆ ମକଦ୍ଦମା ଉପରେ ବିଚାର କରିବା ଅଥବା ଲମ୍ବିତ ମାମଲାରେ କୌଣସି ଅନ୍ତରୀଣ କିମ୍ବା ଚୂଡାନ୍ତ ରାୟ ଉପରେ ରୋକ ଲଗାଇ ଦେଇଛନ୍ତି। ଉପାସନାସ୍ଥଳ ଅଧିନିୟମ ୧୯୯୧ କୌଣସି ଉପାସନା ସ୍ଥଳର ଧାର୍ମିକ ଚରିତ୍ର ବଦାଇବାରେ ରୋକ ଲଗାଇଥାଏ ଓ ଏହା ସେମିତି ରଖିବାକୁ ପ୍ରାବଧାନ କରିଥାଏ ଏହା ଯେପରି ୧୫ ଅଗଷ୍ଟ ୧୯୪୭ ମସିହାରେ ଥିଲା। ଏଆଇଏମଆଇଏ
ନୂଆଦିଲ୍ଲୀ ୨।୧: ସୁପ୍ରିମକୋର୍ଟ ୧୯୯୧ ପୂଜାସ୍ଥଳ ଆଇନ ଲାଗୁ ନିମନ୍ତେ ଦାବି କରୁଥିବା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ଆବେଦନ ଉପରେ ବିଚାର କରିବା ପାଇଁ ଗୁରୁବାର ସହମତ ହୋଇଛନ୍ତି। କୋର୍ଟ ପୂଜାସ୍ଥଳ ଆଇନ ଉପରେ ଓବେସୀଙ୍କ ଆବେଦନକୁ ଏ ସମ୍ପର୍କିତ ଲମ୍ବିତ ମାମଲାଗୁଡିକ ସହିତ ଟ୍ୟାଗ୍ କରି ଏହା ଉପରେ ଫେବୃଆରୀ ୧୭ ତାରିଖ ଦିନ ଶୁଣାଣି ହେବ ବୋଲି କହିଛନ୍ତି।
୧୫ଅଗଷ୍ଟ ୧୯୪୭ ଅନୁସାରେ ଆଇନ କାୟମ କରିବାକୁ ଦାବି
ଏହି ଆଇନ କୌଣସି ସ୍ଥଳର ଧାର୍ମିକ ଚରିତ୍ରକୁ ସେପରି କାୟମ ରଖିବାକୁ ରଖିବାକୁ କୁହେ ଯେଉଁ ପରି ୧୫ ଅଗଷ୍ଟ ୧୯୪୭ ବେଳେ ଥିଲା। ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଓବେସୀ ଓକିଲ ଫୁଜେଲ ଅହମ୍ମଦ ଆୟୁବୀଙ୍କ ମାଧ୍ୟମରେ ୧୭ ଡିସେମ୍ବର ୨୦୨୪ରେ ଆବେଦନ ଦାୟର କରିଥିଲେ। ଏହା ପରେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ପୀଠ ୧୯୯୧ ଆଇନ ବିରୋଧରେ ଏହିପରି ଆବେଦନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କରି ସମସ୍ତ ନ୍ୟାୟାଳୟଙ୍କୁ ଧାର୍ମିକ ସ୍ଥଳଙ୍କ ପୁନଃ ପ୍ରାପ୍ତ ନିମନ୍ତେ ନୂଆ ମକଦ୍ଦମା ଉପରେ ବିଚାର କରିବା ଅଥବା ଲମ୍ବିତ ମାମଲାରେ କୌଣସି ଅନ୍ତରୀଣ କିମ୍ବା ଚୂଡାନ୍ତ ରାୟ ଉପରେ ରୋକ ଲଗାଇ ଦେଇଛନ୍ତି।
ଉପାସନାସ୍ଥଳ ଅଧିନିୟମ ୧୯୯୧ କୌଣସି ଉପାସନା ସ୍ଥଳର ଧାର୍ମିକ ଚରିତ୍ର ବଦାଇବାରେ ରୋକ ଲଗାଇଥାଏ ଓ ଏହା ସେମିତି ରଖିବାକୁ ପ୍ରାବଧାନ କରିଥାଏ ଏହା ଯେପରି ୧୫ ଅଗଷ୍ଟ ୧୯୪୭ ମସିହାରେ ଥିଲା। ଏଆଇଏମଆଇଏମ ମୁଖ୍ୟଙ୍କ ଓକିଲ କହିଛନ୍ତି ଯେ ଓବେସୀ ତାଙ୍କ ଆବେଦନରେ କେନ୍ଦ୍ରକୁ ଆଇନର ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ଆଗ୍ରହ କରିଛନ୍ତି। ସେ ତାଙ୍କ ଆବେଦନରେ ସେହି ଉଦାହରଣର ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁଥିରେ କେତେକ କୋର୍ଟ ହିନ୍ଦୁ ବାଦୀମାନଙ୍କ ଆବେଦନ ଉପରେ ମସଜିଦମାନଙ୍କର ସର୍ଭେକ୍ଷଣ ପାଇଁ ଆଦେଶ ଦେଇଥିଲେ।
ଶୀର୍ଷ ନ୍ୟାୟାଳୟ ଗୁରୁବାର ଓବେସୀଙ୍କ ଆବେଦନକୁ ଶୁଣାଣି ପାଇଁ ଲମ୍ବିତ ଥିବା ମାମଲାଗୁଡିକ ସହିତ ସଲଗ୍ନ କରିଦେଇଛନ୍ତି। ଏହା ଉପରେ ଏବେ ଫେବୃଆରୀ ୧୭ ତାରିଖ ଦିନ ଶୁଣାଣି ହେବ।