ପୂରଣ ହେବ କି କେଜ୍‌ରିଓ୍ବାଲଙ୍କ ଦାବି, ଦିଲ୍ଲୀ ନିର୍ବାଚନକୁ ନେଇ ECI ଦେଲେ ବଡ଼ ସୂଚନା, କହିଲେ…

ନୂଆଦିଲ୍ଲୀ,୧୫ା୯: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ରାଜନୈତିକ କାର୍ଡ ଖେଳିଛନ୍ତି। ଯେଉଁଥିରେ ସେ କହିଛନ୍ତି, ସେ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏହି ସମୟରେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ସହିତ ନଭେମ୍ବରରେ ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ କରାଯାଉ ବୋଲି କେଜ୍‌ରିଓ୍ବାଲ ଦାବି କରିଛନ୍ତି। ତେବେ ନିର୍ବାଚନ ଆୟୋଗ ଏହା ଉପରେ ସ୍ପଷ୍ଟୀକରଣ […] The post ପୂରଣ ହେବ କି କେଜ୍‌ରିଓ୍ବାଲଙ୍କ ଦାବି, ଦିଲ୍ଲୀ ନିର୍ବାଚନକୁ ନେଇ ECI ଦେଲେ ବଡ଼ ସୂଚନା, କହିଲେ… appeared first on Dharitri Odia News.

ପୂରଣ ହେବ କି କେଜ୍‌ରିଓ୍ବାଲଙ୍କ ଦାବି, ଦିଲ୍ଲୀ ନିର୍ବାଚନକୁ ନେଇ ECI ଦେଲେ ବଡ଼ ସୂଚନା, କହିଲେ…

ନୂଆଦିଲ୍ଲୀ,୧୫ା୯: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ରାଜନୈତିକ କାର୍ଡ ଖେଳିଛନ୍ତି। ଯେଉଁଥିରେ ସେ କହିଛନ୍ତି, ସେ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏହି ସମୟରେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ସହିତ ନଭେମ୍ବରରେ ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ କରାଯାଉ ବୋଲି କେଜ୍‌ରିଓ୍ବାଲ ଦାବି କରିଛନ୍ତି। ତେବେ ନିର୍ବାଚନ ଆୟୋଗ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।

ସୂଚନାନୁସାରେ, ନିର୍ବାଚନ ଆୟୋଗ କହିଛନ୍ତି ଯେ, ବର୍ତ୍ତମାନ ସମୟ ପୂର୍ବରୁ ଦିଲ୍ଲୀରେ ନିର୍ବାଚନ ହେବାର ସମ୍ଭାବନା ନାହିଁ। ଏତେ କମ୍‌ ସମୟ ମଧ୍ୟରେ ବିଧାନସଭା ନିର୍ବାଚନ ସମ୍ଭବ ନୁହେଁ ବୋଲି ଆୟୋଗ କହିଛନ୍ତି।

ଦଳୀୟ ମୁଖ୍ୟାଳୟରେ ତାଙ୍କ କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଦୁଇ ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଯେପର୍ଯ୍ୟନ୍ତ ଜନସାଧାରଣ ଏହାର ନିଷ୍ପତ୍ତି ନ ଦିଅନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବି ନାହିଁ। ମୁଁ ପ୍ରତ୍ୟେକ ଘର ଏବଂ ଗଳିକନ୍ଦିକୁ ଯିବି ଏବଂ ଜନସାଧାରଣଙ୍କ ନିଷ୍ପତ୍ତି ନ ପାଇବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ।’

ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ସର୍ବଦା ଆଶୀର୍ବାଦ ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ଆମେ ସମସ୍ତ ସମସ୍ୟାର ସମାଧାନ କରୁଛୁ। ଆମେ ବଡ଼ ଶତ୍ରୁମାନଙ୍କ ସହ ଲଢୁଛୁ ଏବଂ ସଫଳ ବି ହେଉଛୁ। ଆମେ କେବଳ ଏକ ଛୋଟ ଦଳ। ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ, ସେମାନଙ୍କର ଷଡ଼ଯନ୍ତ୍ର ମୋ’ ପଥର ପରି ଆତ୍ମାକୁ ଭାଙ୍ଗି ପାରିବ ନାହିଁ, ମୁଁ ଦେଶ ପାଇଁ ସଂଗ୍ରାମ ଜାରି ରଖିବି।

The post ପୂରଣ ହେବ କି କେଜ୍‌ରିଓ୍ବାଲଙ୍କ ଦାବି, ଦିଲ୍ଲୀ ନିର୍ବାଚନକୁ ନେଇ ECI ଦେଲେ ବଡ଼ ସୂଚନା, କହିଲେ… appeared first on Dharitri Odia News.