୯୯% ଆକ୍ରମଣ ଫେଲ୍‌, ତଥାପି ଇରାନ କହୁଛି-ଇସ୍ରାଏଲ ବିରୋଧରେ ଅପରେଶନ ସଫଳ

ଜେରୁଜେଲମ,୧୪।୪: ଦୂତାବାସ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ। ରାତି ସାରା ଇସ୍ରାଏଲ ଉପରେ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଗୋଟିଏ ପଟେ ଇରାନ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଆକ୍ରମଣ କରିଥିବା କହୁଥିବା ବେଳେ ଇସ୍ରାଏଲ ସେନା ୯୯% ଆକ୍ରମଣକୁ ବିଫଳ କରିଥିବା ଦାବି କରିଛି। କାରଣ ଏହା ପ୍ରାୟ ସମସ୍ତ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେଇଛି। ଏହାସତ୍ତ୍ୱେ ଇରାନ ଇସ୍ରାଏଲ ବିପକ୍ଷରେ ନିଜର ଅପରେଶନକୁ ସଫଳ ବୋଲି କହିଛି। ଇସ୍ରାଏଲ […] The post ୯୯% ଆକ୍ରମଣ ଫେଲ୍‌, ତଥାପି ଇରାନ କହୁଛି-ଇସ୍ରାଏଲ ବିରୋଧରେ ଅପରେଶନ ସଫଳ appeared first on Dharitri Odia News.

୯୯% ଆକ୍ରମଣ ଫେଲ୍‌, ତଥାପି ଇରାନ କହୁଛି-ଇସ୍ରାଏଲ ବିରୋଧରେ ଅପରେଶନ ସଫଳ

ଜେରୁଜେଲମ,୧୪।୪: ଦୂତାବାସ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ। ରାତି ସାରା ଇସ୍ରାଏଲ ଉପରେ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଗୋଟିଏ ପଟେ ଇରାନ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଆକ୍ରମଣ କରିଥିବା କହୁଥିବା ବେଳେ ଇସ୍ରାଏଲ ସେନା ୯୯% ଆକ୍ରମଣକୁ ବିଫଳ କରିଥିବା ଦାବି କରିଛି। କାରଣ ଏହା ପ୍ରାୟ ସମସ୍ତ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେଇଛି। ଏହାସତ୍ତ୍ୱେ ଇରାନ ଇସ୍ରାଏଲ ବିପକ୍ଷରେ ନିଜର ଅପରେଶନକୁ ସଫଳ ବୋଲି କହିଛି।

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟ ପୂର୍ବରେ ଉତ୍ତେଜନା ବୃଦ୍ଧି ପାଇଛି। ଆକ୍ରମଣକୁ ନେଇ ଆମେରିକାଠାରୁ ଲେବାନନ୍‌ ପର୍ଯ୍ୟନ୍ତ ଆଲୋଡ଼ନ ସୃଷ୍ଟି ହୋଇଛି। କାରଣ ଇରାନ ଇସ୍ରାଏଲ ସହ ଆମେରିକାକୁ ମଧ୍ୟ ଚେତାବନୀ ଦେଇଛି। ଯଦି କେହି ତା’ ଉପରେ ଆକ୍ରମଣ କରନ୍ତି ତେବେ ଏହାର ପରିଣାମ ଖରାପ ହେବ ବୋଲି ଇରାନ କହିଛି।

ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ ପରେ ଇରାନ କହିଛି ଯେ ଆମର ଅପରେଶନ ସଫଳ ହୋଇଛି। ଏହି ଅପରେଶନକୁ ଆମେ ଏକ ସମ୍ପୂର୍ଣ୍ଣ ଫଳାଫଳ ଭାବେ ଦେଖୁଛୁ। ଅପରେଶନ ଜାରି ରଖିବାର କୌଣସି ଉଦ୍ଦେଶ୍ୟ ନାହିଁ। ଏହି ଅପରେଶନର ସବୁଠାରୁ ବଡ଼ କାରଣ ହେଉଛି ଜିଓନିଷ୍ଟ ଶାସନ ଇରାନର ଲାଲ୍‌ ରେଖା ଅତିକ୍ରମ କରିଛି। କିନ୍ତୁ ଯଦି ଜିଓନିଷ୍ଟ ଶାସନ ଆମ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆମର ପରବର୍ତ୍ତୀ ଅପରେଶନ ବହୁତ ବଡ଼ ହେବ।

The post ୯୯% ଆକ୍ରମଣ ଫେଲ୍‌, ତଥାପି ଇରାନ କହୁଛି-ଇସ୍ରାଏଲ ବିରୋଧରେ ଅପରେଶନ ସଫଳ appeared first on Dharitri Odia News.