ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ, ନୀଳଗିରି ପୋଷ୍ଟ ଅଫିସ୍‌ରେ ଖୋଲିବ ସ୍ଥାୟୀ ଆଧାର ସଂଶୋଧନ କେନ୍ଦ୍ର

ନୀଳଗିରି: ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ। ନୀଳଗିରି ପୋଷ୍ଟ ଅଫିସରେ ଖୋଲିବ ସ୍ଥାୟୀ ଆଧାର କେନ୍ଦ୍ର। ପ୍ରକୃତରେ ଅଞ୍ଚଳରେ କୌଣସି ଆଧାର ସଂଶୋଧନ ଏବଂ ପଞ୍ଜିକରଣ କେନ୍ଦ୍ର ନଥିବାରୁ ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଉ ଏହି ଅସୁବିଧାକୁ ନେଇ ବାଲେଶ୍ଵର ଡାକ ଅଧିକ୍ଷକଙ୍କୁ, ନୀଳଗିରି ଉପଡାକଘରରେ ଏକ ସ୍ଥାୟୀ ଆଧାର କେନ୍ଦ୍ର ପାଇଁ ଚିଠି ଲେଖିଥିଲେ। ଆଉ ବିଧାୟକଙ୍କ ଦାବିକୁ ବାଲେଶ୍ଵର ଡାକ ଅଧିକ୍ଷକ ହୃଦବୋଧ କରିବା ସହ ନୀଳଗିରି ପୋଷ୍ଟ ଅଫିସରେ ଆସନ୍ତା ସୋମବାର ଠାରୁ ଏକ ସ୍ଥାୟୀ ଆଧାର କେନ୍ଦ୍ର ଖୋଲିବା ପାଇଁ ଅନୁମୋଦନ କରାଯିବା ନେଇ ବିଧାୟକଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଚିଠି ଲେଖିବାର ୨ ଦିନ ମଧ୍ୟରେ ଦାବି ପୂରଣ ହେବା ସହିତ ନୀଳଗିରିବାସୀ ଉପକୃତ ହେବା ନେଇ ବିଧାୟକ ସନ୍ତୋଷ ଖଟୁଆ ବାଲେଶ୍ଵର ଡାକ ଅଧିକ୍ଷକଙ୍କ ତତକ୍ଷଣାତ୍ ପଦକ୍ଷେପ ପାଇଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ସେପଟେ ନୀଳଗିରିବାସୀ ମଧ୍ୟ ବିଧାୟକଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ, ନୀଳଗିରି ପୋଷ୍ଟ ଅଫିସ୍‌ରେ ଖୋଲିବ ସ୍ଥାୟୀ ଆଧାର ସଂଶୋଧନ କେନ୍ଦ୍ର

ନୀଳଗିରି: ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ। ନୀଳଗିରି ପୋଷ୍ଟ ଅଫିସରେ ଖୋଲିବ ସ୍ଥାୟୀ ଆଧାର କେନ୍ଦ୍ର। ପ୍ରକୃତରେ ଅଞ୍ଚଳରେ କୌଣସି ଆଧାର ସଂଶୋଧନ ଏବଂ ପଞ୍ଜିକରଣ କେନ୍ଦ୍ର ନଥିବାରୁ ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଉ ଏହି ଅସୁବିଧାକୁ ନେଇ ବାଲେଶ୍ଵର ଡାକ ଅଧିକ୍ଷକଙ୍କୁ, ନୀଳଗିରି ଉପଡାକଘରରେ ଏକ ସ୍ଥାୟୀ ଆଧାର କେନ୍ଦ୍ର ପାଇଁ ଚିଠି ଲେଖିଥିଲେ। 

ଆଉ ବିଧାୟକଙ୍କ ଦାବିକୁ ବାଲେଶ୍ଵର ଡାକ ଅଧିକ୍ଷକ ହୃଦବୋଧ କରିବା ସହ ନୀଳଗିରି ପୋଷ୍ଟ ଅଫିସରେ ଆସନ୍ତା ସୋମବାର ଠାରୁ ଏକ ସ୍ଥାୟୀ ଆଧାର କେନ୍ଦ୍ର ଖୋଲିବା ପାଇଁ ଅନୁମୋଦନ କରାଯିବା ନେଇ ବିଧାୟକଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଚିଠି ଲେଖିବାର ୨ ଦିନ ମଧ୍ୟରେ ଦାବି ପୂରଣ ହେବା ସହିତ ନୀଳଗିରିବାସୀ ଉପକୃତ ହେବା ନେଇ ବିଧାୟକ ସନ୍ତୋଷ ଖଟୁଆ ବାଲେଶ୍ଵର ଡାକ ଅଧିକ୍ଷକଙ୍କ ତତକ୍ଷଣାତ୍ ପଦକ୍ଷେପ ପାଇଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ସେପଟେ ନୀଳଗିରିବାସୀ ମଧ୍ୟ ବିଧାୟକଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।