ପୂର୍ବ କାଙ୍ଗୋରେ ବଡ଼ ଦୁର୍ଘଟଣା, ଡଙ୍ଗା ବୁଡ଼ି ୮୭ ଯାତ୍ରୀ ମୃତ

ନୂଆଦିଲ୍ଲୀ: ପୂର୍ବ କାଙ୍ଗୋରେ ଏକ ବଡ଼ ଦୁର୍ଘଟଣା ଘଟିଛି । କିଭୁ ହ୍ରଦରେ ୨୭୮ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ଏଥିରେ ଦୁର୍ଘଟଣାରେ ୮୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ପରେ ୫୦ ଲୋକଙ୍କ ଉଦ୍ଧାର କରାଯାଇଥିବା ବେଳେ ଏବେବି ବହୁ ସଂଖ୍ୟାରେ ଲୋକ ନିଖୋଜ ଅଛନ୍ତି । ଲୋକଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦକ୍ଷିଣ କିଭୁ ପ୍ରାନ୍ତର ଗଭର୍ଣ୍ଣର ଜିନ- ଜ୍ୟାକ୍ସ ପୁରୁସି କହିଛନ୍ତି ଯେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯାତ୍ରୀଙ୍କୁ ଧରି ଯାଉଥିବା ଡଙ୍ଗା କିଭୁ ହ୍ରଦରେ କିଟୁକୁ ବନ୍ଦରର କିଛି ମିଟର ଦୂରରୁ କୂଳରେ ଲଗାଇବା ପାଇଁ ଉଦ୍ୟମ କରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟି ଡଙ୍ଗାଟି ବୁଡ଼ି ଯାଇଛି । ଅନ୍ୟପଟେ ରାଷ୍ଟ୍ରପତି ଟିନୁବୁ ପୀଡ଼ିତଙ୍କ ପରିବାର ଏବଂ ନାଇଜର ସରକାରଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ଏହାସହ ଜଳମାର୍ଗ ପ୍ରାଧିକରଣକୁ ନାଇଜର ରାଜ୍ୟ ଏବଂ ସାରା ଦେଶରେ ଲଗାତାର ଘଟି ଚାଲିଥିବା ଡଙ୍ଗା ବୁଡ଼ି ଘଟଣା ରୋକିବା ଉପାୟ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ରାଷ୍ଟ୍ରପତିଙ୍କ ମୁଖପାତ୍ର ବାୟୋ ଓନାନୁଗା ଏକ ବୟାନରେ କହିଛନ୍ତି ଯେ ରାଷ୍ଟ୍ରପତି NIWAକୁ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ରାତିରେ ଡଙ୍ଗାରେ ପରିବହନ କଟକଣାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା କରିବା ପାଇ

ପୂର୍ବ କାଙ୍ଗୋରେ ବଡ଼ ଦୁର୍ଘଟଣା, ଡଙ୍ଗା ବୁଡ଼ି ୮୭ ଯାତ୍ରୀ ମୃତ

ନୂଆଦିଲ୍ଲୀ: ପୂର୍ବ କାଙ୍ଗୋରେ ଏକ ବଡ଼ ଦୁର୍ଘଟଣା ଘଟିଛି । କିଭୁ ହ୍ରଦରେ ୨୭୮ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ଏଥିରେ ଦୁର୍ଘଟଣାରେ ୮୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ପରେ ୫୦ ଲୋକଙ୍କ ଉଦ୍ଧାର କରାଯାଇଥିବା ବେଳେ ଏବେବି ବହୁ ସଂଖ୍ୟାରେ ଲୋକ ନିଖୋଜ ଅଛନ୍ତି । ଲୋକଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦକ୍ଷିଣ କିଭୁ ପ୍ରାନ୍ତର ଗଭର୍ଣ୍ଣର ଜିନ- ଜ୍ୟାକ୍ସ ପୁରୁସି କହିଛନ୍ତି ଯେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯାତ୍ରୀଙ୍କୁ ଧରି ଯାଉଥିବା ଡଙ୍ଗା କିଭୁ ହ୍ରଦରେ କିଟୁକୁ ବନ୍ଦରର କିଛି ମିଟର ଦୂରରୁ କୂଳରେ ଲଗାଇବା ପାଇଁ ଉଦ୍ୟମ କରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟି ଡଙ୍ଗାଟି ବୁଡ଼ି ଯାଇଛି । ଅନ୍ୟପଟେ ରାଷ୍ଟ୍ରପତି ଟିନୁବୁ ପୀଡ଼ିତଙ୍କ ପରିବାର ଏବଂ ନାଇଜର ସରକାରଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ଏହାସହ ଜଳମାର୍ଗ ପ୍ରାଧିକରଣକୁ ନାଇଜର ରାଜ୍ୟ ଏବଂ ସାରା ଦେଶରେ ଲଗାତାର ଘଟି ଚାଲିଥିବା ଡଙ୍ଗା ବୁଡ଼ି ଘଟଣା ରୋକିବା ଉପାୟ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରାଷ୍ଟ୍ରପତିଙ୍କ ମୁଖପାତ୍ର ବାୟୋ ଓନାନୁଗା ଏକ ବୟାନରେ କହିଛନ୍ତି ଯେ ରାଷ୍ଟ୍ରପତି NIWAକୁ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ରାତିରେ ଡଙ୍ଗାରେ ପରିବହନ କଟକଣାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାଙ୍ଗୋରେ ଡଙ୍ଗା ଦୁର୍ଘଟଣା ମଧ୍ୟ ଆଫ୍ରିକୀୟ ଦେଶରେ ଆଜି ଯାଏରେ ସବୁଠୁ ବଡ଼ ଦୁର୍ଘଟଣା ।