ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)। ସେ ଭିନଳା ଗାଁର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ପ୍ରତିଦିନ ପରି ପ୍ରଶାନ୍ତ କୁଣ୍ଡା ବେପାର କରି ଘରକୁ ଫେରିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ୫ ଜଣ ଯୁବକ ସରଦାପୁର ବ୍ରିଜ୍‌ ପାଖରେ ଅଟକାଇ ହତ୍ୟା କରିଥିବା ସୂଚନା ମଳିଛି। ରାତିରେ କ୍ଷତାକ୍ତ ଅବସ୍ଥାରେ ଗୁରାଣ୍ଡି ପୋଲିସ ପାରଳାଖେମୁଣ୍ଡି ମେଡିକାଲରେ […] The post ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ appeared first on Dharitri Odia News.

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)। ସେ ଭିନଳା ଗାଁର ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ପ୍ରତିଦିନ ପରି ପ୍ରଶାନ୍ତ କୁଣ୍ଡା ବେପାର କରି ଘରକୁ ଫେରିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ୫ ଜଣ ଯୁବକ ସରଦାପୁର ବ୍ରିଜ୍‌ ପାଖରେ ଅଟକାଇ ହତ୍ୟା କରିଥିବା ସୂଚନା ମଳିଛି। ରାତିରେ କ୍ଷତାକ୍ତ ଅବସ୍ଥାରେ ଗୁରାଣ୍ଡି ପୋଲିସ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ନେବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବା ବେଳେ ଗୁରାଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇଛି।

The post ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ appeared first on Dharitri Odia News.