ପୂର୍ବତନ ଅମଲା ଜ୍ଞାନେଶ କୁମାର, ସୁଖବୀର ସନ୍ଧୁ ନୂଆ ନିର୍ବାଚନ କମିସନର ହେବେ : ଅଧୀର ରଂଜନ

ନୂଆଦିଲ୍ଲୀ : ପୂର୍ବତନ ଅମଲା ସୁଖବୀର ସନ୍ଧୁ ଏବଂ ଜ୍ଞାନେଶ କୁମାର ନିର୍ବାଚନ କମିସନର ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ କମିଟି ସୁଖବୀର ସନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କୁ ନୂଆ ନିର୍ବାଚନ କମିସନର ଭାବେ ଚୟନ କରିଛନ୍ତି ବୋଲି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦାବି କରିଛନ୍ତି। କମିଟିରେ ବିରୋଧୀ ଦଳ ସଦସ୍ୟ ଥିବା ଅଧୀର ରଂଜନ ଚୌଧୁରୀ କିନ୍ତୁ ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଏଥିରେ ସେ ତୀବ୍ର ଅସନ୍ତୋଷ […]

ପୂର୍ବତନ ଅମଲା ଜ୍ଞାନେଶ କୁମାର, ସୁଖବୀର ସନ୍ଧୁ ନୂଆ ନିର୍ବାଚନ କମିସନର ହେବେ : ଅଧୀର ରଂଜନ

ନୂଆଦିଲ୍ଲୀ : ପୂର୍ବତନ ଅମଲା ସୁଖବୀର ସନ୍ଧୁ ଏବଂ ଜ୍ଞାନେଶ କୁମାର ନିର୍ବାଚନ କମିସନର ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ କମିଟି ସୁଖବୀର ସନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କୁ ନୂଆ ନିର୍ବାଚନ କମିସନର ଭାବେ ଚୟନ କରିଛନ୍ତି ବୋଲି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦାବି କରିଛନ୍ତି। କମିଟିରେ ବିରୋଧୀ ଦଳ ସଦସ୍ୟ ଥିବା ଅଧୀର ରଂଜନ ଚୌଧୁରୀ କିନ୍ତୁ ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଏଥିରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନ କମିସନର ଚୟନ କରିବାପାଇଁ ସର୍ଟଲିଷ୍ଟ୍ ହୋଇଥିବା ନାଁ ଗୁଡ଼ିକ ତାଙ୍କୁ ପୂର୍ବରୁ ଦିଆଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଅଧୀର ଆଜି ତାଙ୍କ ବାସଭବନରେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି। ଅଧୀର କହିଛନ୍ତି, କମିଟି ନିକଟରେ ୬ଟି ନାଁ ରଖାଯାଇଥିଲା। ଏ୍ଥି ମଧ୍ୟରୁ ୨ ଜଣଙ୍କୁ ନିର୍ବାଚନ କମିସନର ଭାବେ ଚୟନ କରାଯାଇଛି ଏବଂ ସେମାନେ ହେଉଛନ୍ତି ସୁଖବୀର ସନ୍ଧୁ ଏବଂ ଜ୍ଞାନେଶ କୁମାର। ଅଧୀର କହିଛନ୍ତି, ପ୍ରଧାନ ବିଚାରପତି ଏହି ଚୟନ କମିଟିର ସଦସ୍ୟ ହେବା ଉଚିତ। ତେବେ ସର୍ଟଲିଷ୍ଟ ହୋଇଥିବା ୬ଟି ନାମ ହେଉଛି ଉତ୍ପଳ କୁମାର ସିଂହ, ପ୍ରଦୀପ କୁମାର ତ୍ରିପାଠୀ, ଜ୍ଞାନେଶ କୁମାର, ଇନ୍ଦେବର ପାଣ୍ଡେ, ସୁଖବୀର ସିଂହ ସନ୍ଧୁ, ସୁଧୀର କୁମାର ଗଙ୍ଗାଧର ରହତେ।