ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଅଦାଲତରୁ ମିଳିଲା ଆଶ୍ବସ୍ତି
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଅଦାଲତରୁ ମିଳିଛି ଆଶ୍ବସ୍ତି। କୋଲ୍ ସ୍କାମ ମାମଲାରେ... The post ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଅଦାଲତରୁ ମିଳିଲା ଆଶ୍ବସ୍ତି appeared first on .
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଅଦାଲତରୁ ମିଳିଛି ଆଶ୍ବସ୍ତି। କୋଲ୍ ସ୍କାମ ମାମଲାରେ ତଳକୋର୍ଟ ଦ୍ବାରା ହୋଇଥିବା ୩ ବର୍ଷ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତଳକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଦିଲ୍ଲୀପ ରାୟ ହାଇକୋର୍ଟରେ ଅପିଲ କରିଥିଲେ।
୧୯୯୯ ଝାଡ଼ଖଣ୍ଡର ଗିରିଡ଼ିହର ଏକ କୋଇଲା ବ୍ଲକ କାଷ୍ଟ୍ରନ ଟେକ୍ନୋଲୋଜିକୁ ମିଳିଥିଲା। ଏଥିରେ ଅନିୟମିତତା ଅଭିଯୋଗ ହେବାପରେ ଏହି ମାମଲାର ତଦନ୍ତ ସିବିଆଇ କରିଥିଲା। ସିବିଆଇ ଚୂଡ଼ାନ୍ତ ରିପୋର୍ଟରେ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ୫ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ସିବିଆଇ ରିପୋର୍ଟ ଆଧାରରେ ଦିଲ୍ଲୀର ଟ୍ରାଏଲ କୋର୍ଟ ଅକ୍ଟୋବର ୬, ୨୦୨୦ରେ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଏବଂ ୩ବର୍ଷ କାରାଦଣ୍ଡ ଶୁଣାଇଥିଲେ। ଟ୍ରାଏଲ କୋର୍ଟ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ହାଇକୋର୍ଟ ଯାଇଥିଲେ ଦିଲ୍ଲୀପ।
ଦିଲ୍ଲୀପଙ୍କ ରାଜନୈତିକ କ୍ୟାରିୟରକୁ ତର୍ଜମା କରିବା ସହ ହାଇକୋର୍ଟ ସମସ୍ତ ପକ୍ଷର ଯୁକ୍ତି ଶୁଣିଥିଲେ। ତିନି ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିଥିଲେ ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନ ଲଢିବାର ସୁଯୋଗ ହରାଇଥାନ୍ତେ। ସମସ୍ତ ଦିଗକୁ ବିଚାର କରି ହାଇକୋର୍ଟ ତଳକୋର୍ଟର ରାୟକୁ ସ୍ଥଗିତ ରଖିଛନ୍ତି। ଏହା ଫଳରେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢିବାର ବାଟ ଫିଟିଛି।
The post ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଅଦାଲତରୁ ମିଳିଲା ଆଶ୍ବସ୍ତି appeared first on .