ପୂର୍ବତନ କ୍ରିକେଟର ରମନ ସୁବ୍ବା ରୋଙ୍କ ପରଲୋକ, କ୍ରିକେଟ ଜଗତରେ ଶୋକ

ଲଣ୍ଡନ ୧୮।୪:  ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ମଧ୍ୟରେ କ୍ରିକେଟ ଜଗତ ଲାଗି ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହି ଖବର କ୍ରିକେଟ ଜଗତ ସମେତ ଖେଳ ଜଗତକୁ ଦୁଃଖି କରିଛି। ଇଂଲଣ୍ଡର ପୂର୍ବତନ କ୍ରିକେଟର ରମନ ସୁବ୍ବା ରୋଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଛି। ସେ ଇଂଲଣ୍ଡ ପୁରୁଷ ଟେଷ୍ଟ ଟିମ୍‌ର ସବୁଠୁ ବୟଷ୍କ ଖେଳାଳି ଥିଲେ। ସେ ୧୯୬୧ ମସିହାରେ କ୍ରିକେଟରୁ ସନ୍ୟାସ ନେଇଥିଲେ। ରମନ ତାଙ୍କ କ୍ୟାରିୟରରେ ୧୩ଟି ଟେଷ୍ଟମ୍ୟାଚ୍ ଖେଳିଥିଲେ। ଏହି ସମୟରେ ସେ ୨୨ଟି ଇନିଂସରୁ ୯୮୪ ରନ ସଂଗ୍ରହ କରିଥିଲେ। Everyone at Northamptonshire County Cricket Club is saddened to learn of the passing of former Northamptonshire captain Raman Subba Row CBE at the age of 92.We offer our sincere condolences to Raman's family and friends.— Northamptonshire CCC (@NorthantsCCC) April 18, 2024୧୯୩୨ ମସିହାରେ ଲଣ୍ଡନର ଷ୍ଟ୍ରିଥମରେ ଜନ୍ମିତ ରମନ ପ୍ରଥମ ଥର ୧୯୫୧ ଭର୍ସିଟି ମ୍ୟାଚ୍‌ରେ ୨୧ ରନ ବଦଳେ ୫ ୱିକେଟ୍ ଦେଇ କେମ୍ବ୍ରିଜରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ୧୯୫୩ରେ ପାଠ ପଢା ଶେଷ ହେବା ପରେ ସେ ଲଣ୍ଡନର ଓଭଲରେ ସରେ କାଉଣ୍ଟି କ୍ରିକେଟ କ୍ଲବ ସହିତ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ସରେକୁ ସେ ତାଙ୍କର ଦ୍ୱିତୀୟ ଘର ବୋଲି କହୁଥିଲେ। ସେ ଜୁଲାଇ ୧୯୫୮ରେ ନ୍ୟୁଜି

ପୂର୍ବତନ କ୍ରିକେଟର ରମନ ସୁବ୍ବା ରୋଙ୍କ ପରଲୋକ, କ୍ରିକେଟ ଜଗତରେ ଶୋକ

ଲଣ୍ଡନ ୧୮।୪:  ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ମଧ୍ୟରେ କ୍ରିକେଟ ଜଗତ ଲାଗି ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହି ଖବର କ୍ରିକେଟ ଜଗତ ସମେତ ଖେଳ ଜଗତକୁ ଦୁଃଖି କରିଛି। ଇଂଲଣ୍ଡର ପୂର୍ବତନ କ୍ରିକେଟର ରମନ ସୁବ୍ବା ରୋଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଛି। ସେ ଇଂଲଣ୍ଡ ପୁରୁଷ ଟେଷ୍ଟ ଟିମ୍‌ର ସବୁଠୁ ବୟଷ୍କ ଖେଳାଳି ଥିଲେ। ସେ ୧୯୬୧ ମସିହାରେ କ୍ରିକେଟରୁ ସନ୍ୟାସ ନେଇଥିଲେ। ରମନ ତାଙ୍କ କ୍ୟାରିୟରରେ ୧୩ଟି ଟେଷ୍ଟମ୍ୟାଚ୍ ଖେଳିଥିଲେ। ଏହି ସମୟରେ ସେ ୨୨ଟି ଇନିଂସରୁ ୯୮୪ ରନ ସଂଗ୍ରହ କରିଥିଲେ। 


୧୯୩୨ ମସିହାରେ ଲଣ୍ଡନର ଷ୍ଟ୍ରିଥମରେ ଜନ୍ମିତ ରମନ ପ୍ରଥମ ଥର ୧୯୫୧ ଭର୍ସିଟି ମ୍ୟାଚ୍‌ରେ ୨୧ ରନ ବଦଳେ ୫ ୱିକେଟ୍ ଦେଇ କେମ୍ବ୍ରିଜରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ୧୯୫୩ରେ ପାଠ ପଢା ଶେଷ ହେବା ପରେ ସେ ଲଣ୍ଡନର ଓଭଲରେ ସରେ କାଉଣ୍ଟି କ୍ରିକେଟ କ୍ଲବ ସହିତ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ସରେକୁ ସେ ତାଙ୍କର ଦ୍ୱିତୀୟ ଘର ବୋଲି କହୁଥିଲେ। ସେ ଜୁଲାଇ ୧୯୫୮ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। 



ଟେଷ୍ଟରେ ସେ ୩ଟି ଶତକ ଓ ୪ଟି ଅର୍ଦ୍ଧ ଶତକ କରିଥିଲେ। ଏହି ଫର୍ମାଟରେ ତାଙ୍କର ସର୍ବାଧିକ ସ୍କୋର ୧୩୭ ରନ ଥିଲା। ସେ ୧୯୫୫ରେ ନର୍ଥମ୍ପଟନଶାୟର କାଉଣ୍ଟି କ୍ରିକେଟ କ୍ଲବକୁ ଚାଲିଯାଇଥିଲା। ୧୯୫୮ରେ ସେ କାଉଣ୍ଟି କ୍ୟାପ୍ଟେନ ହୋଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ପ୍ରଦର୍ଶନ କଥା କହିଲେ ସେ ୨୬୦ ମ୍ୟାଚ୍‌ର ୪୦୭ଟି ଇନିଂସରେ ୧୪,୧୮୨ ରନ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୭୩ଟି ଅର୍ଦ୍ଧ ଶତକ ସହିତ ୩୦ଟି ଶତକ କରିଥିଲେ।