ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ

ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ ।  ଆଜି ଅପରାହ୍ନରେ ସେ କେନ୍ଦ୍ରାପଡା ଯିବା ପାଇଁ ଘରୁ ବାହାରୁଥିବା ସମୟରେ ହଠାତ ପଡିଯାଇଥିଲେ ।  ତାଙ୍କୁ ତୁରନ୍ତ ମହାନଦୀ ବିହାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି  ।  ତାଙ୍କର ରକ୍ତ ହୀନତା ସହିତ ଲୋ ବିପି ରହୁଥିବା ଜଣାପଡିଛି । ଶରୀରରୁ ଆବଶ୍ୟକ ଭିଟାମିନ ମଧ୍ୟ କମିଯାଇଛି । ରକ୍ତର ସ୍ତର 14 ରୁ 5କୁ ଖସି […] The post ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ appeared first on KNews Odisha.

ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ
pravat

ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ ।  ଆଜି ଅପରାହ୍ନରେ ସେ କେନ୍ଦ୍ରାପଡା ଯିବା ପାଇଁ ଘରୁ ବାହାରୁଥିବା ସମୟରେ ହଠାତ ପଡିଯାଇଥିଲେ ।  ତାଙ୍କୁ ତୁରନ୍ତ ମହାନଦୀ ବିହାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି  ।  ତାଙ୍କର ରକ୍ତ ହୀନତା ସହିତ ଲୋ ବିପି ରହୁଥିବା ଜଣାପଡିଛି । ଶରୀରରୁ ଆବଶ୍ୟକ ଭିଟାମିନ ମଧ୍ୟ କମିଯାଇଛି । ରକ୍ତର ସ୍ତର 14 ରୁ 5କୁ ଖସି ଆସିଥିବାରୁ ତାକୁ ବଢାଇବା ପାଇଁ ଆଇରନ ଇଞ୍ଜେକ୍ସନ ଓ ସାଲାଇନ ଦିଆଯାଇଛି । ଅବସ୍ଥା ସ୍ଥିର ଅଛି ।  ଆଜି ରାତିରେ କିଛି ପରୀକ୍ଷା କରାଯିବା ସହିତ ଆସନ୍ତା କାଲି ତାଙ୍କୁ ଡିସ୍ଚାର୍ଜ କରାଯିବ ବୋଲି ଡ଼ାକ୍ଟର କହିଛନ୍ତି । ତାଙ୍କ ଅସୁସ୍ଥତା ଖବର ପାଇଁ ବହୁ କର୍ମୀ ତାଙ୍କୁ ଭେଟିବାକୁ ହସ୍ପିଟାଲ ଆସୁଛନ୍ତି ।  ଅତ୍ୟଧିକ ପରିଶ୍ରମ, ଅଳ୍ପ ଖାଦ୍ୟ ଗ୍ରହଣ ସାଙ୍ଗକୁ ଦିନ ଦିନ ଅନିଦ୍ରା ରହିବାରୁ ଏପରି ସମସ୍ୟା ହୋଇଥିବା ତାଙ୍କ ପୁଅ ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ।

The post ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ appeared first on KNews Odisha.