ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ସ୍ମୃତିରେ ନାଗରିକ ଶୋକସଭା

ସମ୍ବଲପୁର: ଅଭିଭକ୍ତ ସମ୍ବଲପୁର ଜିଲ୍ଲା ମୁରା/ଅମାଭୋନା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନ ୧୦୨ ବର୍ଷ ବୟସରେ ୨୪ ତାରିଖ ଶୁକ୍ରବାର ସ୍ଵର୍ଗାରୋହଣ କରିଛନ୍ତି I ତାଙ୍କର ସ୍ମୃତି ରେ ସ୍ଥାନୀୟ ରାମଚଣ୍ଡୀ ସେବା ସଦନ ଦାନୀପାଲି ଠାରେ ରବିବାର ଏକ ନାଗରିକ ଶୋକସଭା ଅନୁଷ୍ଠିତ ହୋଇଯାଇଛି I ଡ. ଗୌରୀ ଦାସ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ ରେ ଉମେଶ ଚନ୍ଦ୍ର ନାୟକ, ସମାଜସେବୀ ଗୋବିନ୍ଦ ଅଗ୍ରୱାଲ, ଶ୍ରୀକୃଷ୍ଣ […] The post ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ସ୍ମୃତିରେ ନାଗରିକ ଶୋକସଭା appeared first on Odisha.News.

ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ସ୍ମୃତିରେ ନାଗରିକ ଶୋକସଭା

ସମ୍ବଲପୁର: ଅଭିଭକ୍ତ ସମ୍ବଲପୁର ଜିଲ୍ଲା ମୁରା/ଅମାଭୋନା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନ ୧୦୨ ବର୍ଷ ବୟସରେ ୨୪ ତାରିଖ ଶୁକ୍ରବାର ସ୍ଵର୍ଗାରୋହଣ କରିଛନ୍ତି I ତାଙ୍କର ସ୍ମୃତି ରେ ସ୍ଥାନୀୟ ରାମଚଣ୍ଡୀ ସେବା ସଦନ ଦାନୀପାଲି ଠାରେ ରବିବାର ଏକ ନାଗରିକ ଶୋକସଭା ଅନୁଷ୍ଠିତ ହୋଇଯାଇଛି I ଡ. ଗୌରୀ ଦାସ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ ରେ ଉମେଶ ଚନ୍ଦ୍ର ନାୟକ, ସମାଜସେବୀ ଗୋବିନ୍ଦ ଅଗ୍ରୱାଲ, ଶ୍ରୀକୃଷ୍ଣ ପ୍ରସାଦ ପ୍ରଧାନ, ଶଙ୍କର ପାତ୍ର, ଲକ୍ଷ୍ମଣ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, କୃପାସିନ୍ଧୁ ଖମାରୀ, ଦୀନବନ୍ଧୁ ସାହୁ, ଲିଙ୍ଗରାଜ ପ୍ରଧାନ, ଶରତ ପ୍ରଧାନ, ବ୍ରଜେଶ କୁମାର ସାହୁ, ଅଜିତ ସାହୁ, ଟଙ୍କ ବାରିକ, ସୁକାନ୍ତି ଗର୍ତିଆ, ଭବାନୀ ପ୍ରଧାନ, ଜଟା ଭୂଷଣ ସାହୁ, ସରୋଜ ସାହୁ ପ୍ରମୁଖ ପୂର୍ବତନ ଶତାୟୁ ବିଧାୟକ ସ୍ବର୍ଗତ ପ୍ରଧାନ ଙ୍କ କର୍ମମୟ ଜୀବନର ସୃତି ଚାରଣ କରିଥିଲେ । ୧୯୫୨ ମସିହାରେ ଭାରତ ର ପ୍ରଥମ ସାଧାରଣ ନିର୍ବାଚନରେ ମୁରା-ଅମାଭୋନା ନିର୍ବାଚନ ମଣ୍ଡଳୀରୁ ସୋସାଲିଷ୍ଟ ଦଳରୁ ପଶ୍ଚିମ ଓଡିଶାର ଏକମାତ୍ର ପ୍ରଥମ ବିଧାୟକ ଭାବରେ ନିର୍ବାଚିତ ସ୍ୱର୍ଗତ ମକରଧ୍ବଜ ପ୍ରଧାନ ଙ୍କ ରାଜନୈତିକ ବ୍ୟକ୍ତିତ୍ବର ପରାକାଷ୍ଠା, ସାଙ୍ଗଠନିକ ଦକ୍ଷତା, ସଂକଳ୍ପ ବଦ୍ଧତା ତଥା
ପ୍ରତ୍ୟୁତ୍ପନ୍ନମତିତା, ଅନନ୍ୟ ଓ ଅନୁସରଣୀୟ ବୋଲି ବକ୍ତା ଗଣ ମତ ପ୍ରକାଶ କରିଥିଲେ I ସଭା ରେ ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଙ୍କ ଲିଖିତ ଶୋକ ବାର୍ତ୍ତା କୁ ଡ. ଗୌରୀ ଦାସ ପ୍ରଧାନ ପଠନ କରିଥିଲେ I ଏହି ଅବସରରେ ଦିବଂଗତ ଆତ୍ମାର ସଦଗତି କାମନା ସ୍ୱରୂପ ୨ ମିନଟ ନୀରବ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଦିଆଯାଇଥିଲା।ପରିଶେଷରେ ରାମଧୁନ ପରିବେଷଣ ପୁର୍ବକ ସଭା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।

The post ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ସ୍ମୃତିରେ ନାଗରିକ ଶୋକସଭା appeared first on Odisha.News.