ପୂର୍ବତନ ବିଧାୟକଙ୍କ କାର୍‌ ସହ ପିଟିହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ଆସୁଥିବା କାର୍‌

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାର୍‌ରେ ବସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ (୭୮)ତାଙ୍କ ଝିଅ ଅନିତା (୩୮), ନାତୁଣୀ ଅନବିକା ଧାମେ (୧୧) ସହ ଗାଡ଼ିର ଚାଳକ ସଞ୍ଜୟ ବେଉରା ଗୁରୁତର ହୋଇଛନ୍ତି l ସେମାନଙ୍କୁ ହଣ୍ଡପା ଆଇଆଇସି ନମିତା ନାୟକ […] The post ପୂର୍ବତନ ବିଧାୟକଙ୍କ କାର୍‌ ସହ ପିଟିହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ଆସୁଥିବା କାର୍‌ appeared first on Dharitri Odia News.

ପୂର୍ବତନ ବିଧାୟକଙ୍କ କାର୍‌ ସହ ପିଟିହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ଆସୁଥିବା କାର୍‌

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାର୍‌ରେ ବସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ (୭୮)ତାଙ୍କ ଝିଅ ଅନିତା (୩୮), ନାତୁଣୀ ଅନବିକା ଧାମେ (୧୧) ସହ ଗାଡ଼ିର ଚାଳକ ସଞ୍ଜୟ ବେଉରା ଗୁରୁତର ହୋଇଛନ୍ତି l ସେମାନଙ୍କୁ ହଣ୍ଡପା ଆଇଆଇସି ନମିତା ନାୟକ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି l

ଘଟଣାରୁ ଜଣାପଡ଼ିଛି ଯେ, ସମ୍ବଲପୁରରୁ ଭୁବନେଶ୍ୱର ଅଭିମୁଖେ ପୂର୍ବତନ ବିଧାୟକ ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀ ଏକ ଇନୋଭା ନମ୍ବର (OD 05 BZ 4040) ଯୋଗେ ଯାଉଥିବା ବେଳେ ପଛରେ ଏକ କାର୍‌ ନମ୍ବର (OD 23 N 5225) ଯୋଗେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ଭୁବନେଶ୍ୱର ଯାଉଥିଲେ। ହେଲେ ହଣ୍ଡପା ବଜାର ନିକଟରେ ଭାରସାମ୍ୟ ହରାଇ ଇନୋଭା ପଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପୂର୍ବତନ ବିଧାୟକଙ୍କର କୌଣସି କ୍ଷତି ହୋଇ ନ ଥିବା ହଣ୍ଡପା ପୋଲିସ ସୂଚନା ଦେଇଛି। ପୋଲିସ ତଦନ୍ତ ଚଳାଇଛି l

The post ପୂର୍ବତନ ବିଧାୟକଙ୍କ କାର୍‌ ସହ ପିଟିହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ଆସୁଥିବା କାର୍‌ appeared first on Dharitri Odia News.