ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଜଗା ପୋଡିୟମ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ଏପରି ଘଟଣା ଘଟିଛି। ଆରାନପୁର ଥାନା ଅନ୍ତର୍ଗତ ପୋଟାଲି ସିଏଏଫ୍‌ କ୍ୟାମ୍ପଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଜଗା ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ସେଠାରେ ପହଞ୍ଚି ଧାରୁଆ ଅସ୍ତ୍ରରେ ତାଙ୍କର […] The post ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ appeared first on Dharitri Odia News.

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଜଗା ପୋଡିୟମ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ଏପରି ଘଟଣା ଘଟିଛି। ଆରାନପୁର ଥାନା ଅନ୍ତର୍ଗତ ପୋଟାଲି ସିଏଏଫ୍‌ କ୍ୟାମ୍ପଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଜଗା ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ସେଠାରେ ପହଞ୍ଚି ଧାରୁଆ ଅସ୍ତ୍ରରେ ତାଙ୍କର ଗଳା କାଟି ହତ୍ୟା କରିଛନ୍ତି। ପ୍ରାୟ ୨୦ରୁ ୩୦ ଦୁର୍ବୃତ୍ତ ଗ୍ରାମରେ ଆସି ଏହି ହତ୍ୟାକାଣ୍ଡ ଘଟାଇଥିବା ଗ୍ରାମବାସୀ କହିଛନ୍ତି।
ସୂଚନାଯୋଗ୍ୟ, ୧୦ ବର୍ଷ ପୂର୍ବେ ତାଙ୍କ ପୁଅଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ ା ଜଗା ଲୋକଙ୍କୁ ଭୋଟ୍‌ ଦେବା ଲାଗି ଉତ୍ସାହିତ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ଦାନ୍ତଓ୍ବୋଡା ପୋଲିସ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିବା ଜଣାପଡ଼ିଛି।

The post ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ appeared first on Dharitri Odia News.