ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରିଲା ଗୁଜରାଟ ପୋଲିସ

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ବିଚ୍‌ ରାସ୍ତାରେ ଅତି ନିର୍ମମ ଭାବେ ଛୁରି ଭୂସି ହତ୍ୟା କରାଯାଇଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରଖପୁର ଗ୍ରାମର ଜିତୁ ଓରଫ ନାରାୟଣ ଜେନା(୩୩)ଙ୍କୁ ଗିରଫ କରାଯାଇ ଶୁକ୍ରବାର ପୁରୁଷୋତ୍ତମପୁର କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନା ଆଇଆଇସି ବିପିନ ବିହାରି ହୋତାଙ୍କୁ ପଚାରିବାରୁ ନାରାୟଣ ସୁରଟରୁ ଫେରିବା […] The post ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରିଲା ଗୁଜରାଟ ପୋଲିସ appeared first on Dharitri Odia News.

ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରିଲା ଗୁଜରାଟ ପୋଲିସ

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ବିଚ୍‌ ରାସ୍ତାରେ ଅତି ନିର୍ମମ ଭାବେ ଛୁରି ଭୂସି ହତ୍ୟା କରାଯାଇଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରଖପୁର ଗ୍ରାମର ଜିତୁ ଓରଫ ନାରାୟଣ ଜେନା(୩୩)ଙ୍କୁ ଗିରଫ କରାଯାଇ ଶୁକ୍ରବାର ପୁରୁଷୋତ୍ତମପୁର କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନା ଆଇଆଇସି ବିପିନ ବିହାରି ହୋତାଙ୍କୁ ପଚାରିବାରୁ ନାରାୟଣ ସୁରଟରୁ ଫେରିବା ବେଳେ ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବା କହିଛନ୍ତି।

ନାରାୟଣ ହତ୍ୟାକାଣ୍ଡ ଭିଆଇବା ପରେ ସୁରଟ ଚାଲିଯାଇ ସେଠାରେ ଏକ ସୁତାକଳରେ କାର୍ଯ୍ୟ କରୁଥିଲେ। ସେତିକିବେଳେ ସୁରଟ କ୍ରାଇମ ବ୍ରାଞ୍ଚ ପୋଲିସ ଆଧାରରେ ତାଙ୍କୁ ସେଠାରୁ ଗିରଫ କରାଯାଇଥିବା ନେଇ ସେଠିକାର ଗଣମାଧ୍ୟମରୁ ଜଣାପଡିଛି। ସୁରଟ ପୋଲିସ ନାରାୟଣଙ୍କୁ ଗିରଫ କରି ପୁରୁଷୋତ୍ତମପୁର ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଘଟଣାକୁ ୭ମାସ ବିତିଯାଇଥିବା ବେଳେ ଅପରାଧିମାନଙ୍କୁ ଧରିବା ଲାଗି ଓଡ଼ିଶା ପୋଲିସର ତପ୍ତରତା ରହୁ ନ ଥିବା ଅଭିଯୋଗ ହୋଇଛି। ଘଟଣାର ୪ମାସ ପରେ ଗତ ଅଗଷ୍ଟ ୧ ତାରିଖରେ ଟୁକୁନା ନାହାକ ନାମକ ଯୁବକଙ୍କୁ ପୁରୁଷୋତ୍ତମପୁର ପୋଲିସ ଗିରଫ କରି ଶୋଇ ରହିଥିବା ବେଳେ ବର୍ତ୍ତମାନ ଗୁଜରାଟ ପୋଲିସ ତପ୍ତରତା ଦେଖାଇ ନାରାୟଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଏପରିକି ପୋଲିସର ନିସ୍କ୍ରିୟତା ଯୋଗୁ ଏଜାବତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିକୁଳାର ସନାତନ ପ୍ରଧାନଙ୍କ ଟେର ପାଇପାରୁ ନାହିଁ ପୁରୁଷୋତ୍ତମପୁର ପୋଲିସ।

The post ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରିଲା ଗୁଜରାଟ ପୋଲିସ appeared first on Dharitri Odia News.