ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର
ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି। କୁଶପଡ଼ା ଗ୍ରାମର ଗାଡ଼ି ଚାଳକ ଶତ୍ରୁଘ୍ନ ସେଠୀ ଶନିବାର ସା ପ୍ରାୟ ସାଢ଼େ ୬ଟାରେ ବାଇକ୍ ଯୋଗେ କଲ୍ୟାଣପୁର ଗାଁରୁ ଦିଗପହଣ୍ଡି ଫେରୁଥିବା ବେଳେ ପଦ୍ମନାଭପୁର ଗାଁ ଶନି ମନ୍ଦିର ନିକଟରେ ପଦ୍ମନାଭପୁର ଗାଁର ଜଗା ସେଠୀ, ବଳିଆ ସେଠୀ ଏବଂ ଚନ୍ଦନ ସେଠୀ ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ବୋମା […] The post ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର appeared first on Dharitri Odia News.
ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।
କୁଶପଡ଼ା ଗ୍ରାମର ଗାଡ଼ି ଚାଳକ ଶତ୍ରୁଘ୍ନ ସେଠୀ ଶନିବାର ସା ପ୍ରାୟ ସାଢ଼େ ୬ଟାରେ ବାଇକ୍ ଯୋଗେ କଲ୍ୟାଣପୁର ଗାଁରୁ ଦିଗପହଣ୍ଡି ଫେରୁଥିବା ବେଳେ ପଦ୍ମନାଭପୁର ଗାଁ ଶନି ମନ୍ଦିର ନିକଟରେ ପଦ୍ମନାଭପୁର ଗାଁର ଜଗା ସେଠୀ, ବଳିଆ ସେଠୀ ଏବଂ ଚନ୍ଦନ ସେଠୀ ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ବୋମା ମାଡ଼ କରିଥିଲେ।
ହେଲେ ସେ କୌଶଳ କ୍ରମେ ଖସି ଆସି ଦିଗପହଣ୍ଡି ମେନ୍ରୋଡ଼ରେ ଥିବା ଏକ ଘରୋଇ ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ବେଳେ ତାଙ୍କୁ ପିଛା କରି ସେମାନେ ଏକ ବୁଲେଟ୍ରେ ଆସି ପୁଣି ତାଙ୍କୁ ଲକ୍ଷ୍ୟ କରି ଲଗାତାର ୨ ଟି ବୋମା ଫିଙ୍ଗିଥିଲେ। ସେ ଦୌଡ଼ି ପଳାଇଯିବାରୁ ଅଳ୍ପକେ ମରଣମୁହଁରୁ ବର୍ତ୍ତି ଯାଇଥିଲେ।
ପ୍ରାୟ ୪ ମାସ ତଳେ ଶତ୍ରୁଘ୍ନଙ୍କ ସହ ସେମାନଙ୍କ ବଚସା ହେବା ସହ ଧସ୍ତାଧସ୍ତିି ହୋଇଥିଲା। ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଜଗା ସେଠୀ କିଛିଦିନ ତଳେ ଜେଲରୁ ଜାମିନରେ ମୁକୁଳି ଥିଲେ। ଜେଲ ଫେରନ୍ତା ଜଗା ତାଙ୍କୁ ବୋମାମାଡ କରିଥିବା ଶତ୍ରୁଘ୍ନ ପୋଲିସକୁ କହିଛନ୍ତି।
ବୋମାମାଡ଼ ଖବରପାଇ ବ୍ରହ୍ମପୁର ଏସ୍ପି ଡ଼. ସର୍ବଣା .ଏମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଥାନାରେ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିବା ପରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶତ୍ରୁଘ୍ନ ଏତଲା ଦେବା ପରେ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏକ ମାମଲା(ନଂ.୪୨୦/୨୪) ରୁଜୁ ହୋଇଛି। ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୋଫିଆ ମିଶ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ସେମାନେ ଫେରାର ଥିବା ଜଣାପଡିଛି।
The post ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର appeared first on Dharitri Odia News.