ପୂର୍ବୋତ୍ତରରେ ତାଣ୍ଡବ ରଚିଛି ବାତ୍ୟା ରେମଲ, ୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବତ୍ୟା ରେମଲ ପୂର୍ବୋତ୍ତର ରାଜ୍ୟରେ ତାଣ୍ଡବ ରଚିଛି । ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ ବାତ୍ୟା ଯୋଗୁଁ ଭୂସ୍ଖଳନର ଅନେକ ଘଟଣା ଘଟିଛି । ଚାରି ପୂର୍ବୋତ୍ତର ରାଜ୍ୟ ମିଜୋରାମ, ଆସାମ, ମେଘାଳୟ ଏବଂ ନାଗାଲାଣ୍ଡରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ମିଜୋରାମର ଆଇଜୋଲ ଜିଲ୍ଲାରେ ପଥର ଖାଦନର ଫସି ୧୨ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି । ପୋଲିସ ସୂଚନା ଅନୁସାରେ ରେମଲ ଯୋଗୁଁ ଲଗାତାର ଲଗାଣ ବର୍ଷା ମଧ୍ୟରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି ।ଆଇଜୋଲ ଡେପୁଟୀ କମିଶନର ନାଜୁକ କୁମାର କହିଛନ୍ତି ଯେ ଏବେ ସୁଦ୍ଧା ୧୨ ମୃତ ଦେହ ବାହାର କରାଯାଇଛି । ଘଟଣାସ୍ଥଳକୁ ସଫା ନକରାଯିବା ଯାଏ ଅଭିଯାନ ଜାରି ରହିବ । ପୋଲିସ ଡିଜି ଅନିଲ ଶୁକ୍ଲା କହିଛନ୍ତି ଯେ ଲଗାଣ ବର୍ଷା କାରଣରୁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ୨ ଜଣ ପାଣିରେ ଭାସି ଯାଇଛନ୍ତି ।ଆସାମରେ ବାତ୍ୟା ରେମଲର ପ୍ରକୋପ ଯୋଗୁଁ ମଙ୍ଗଳବାର ବ୍ୟାପକ କ୍ଷତି ହୋଇଛି । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୭ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଆଗାମୀ କିଛି ଦିନ ବି ପାଗ ଖରାପ ରହିବାର ଅନୁମାନ ରହିଛି । ଏହାକୁ ନଜରରେ ରଖି ପ୍ରଶାସନକୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସାମ, ମେଘାଳୟ ଏବଂ ନାଗାଲାଣ୍ଡ

ପୂର୍ବୋତ୍ତରରେ ତାଣ୍ଡବ ରଚିଛି ବାତ୍ୟା ରେମଲ, ୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବତ୍ୟା ରେମଲ ପୂର୍ବୋତ୍ତର ରାଜ୍ୟରେ ତାଣ୍ଡବ ରଚିଛି । ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ ବାତ୍ୟା ଯୋଗୁଁ ଭୂସ୍ଖଳନର ଅନେକ ଘଟଣା ଘଟିଛି । ଚାରି ପୂର୍ବୋତ୍ତର ରାଜ୍ୟ ମିଜୋରାମ, ଆସାମ, ମେଘାଳୟ ଏବଂ ନାଗାଲାଣ୍ଡରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ମିଜୋରାମର ଆଇଜୋଲ ଜିଲ୍ଲାରେ ପଥର ଖାଦନର ଫସି ୧୨ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି । ପୋଲିସ ସୂଚନା ଅନୁସାରେ ରେମଲ ଯୋଗୁଁ ଲଗାତାର ଲଗାଣ ବର୍ଷା ମଧ୍ୟରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି ।

ଆଇଜୋଲ ଡେପୁଟୀ କମିଶନର ନାଜୁକ କୁମାର କହିଛନ୍ତି ଯେ ଏବେ ସୁଦ୍ଧା ୧୨ ମୃତ ଦେହ ବାହାର କରାଯାଇଛି । ଘଟଣାସ୍ଥଳକୁ ସଫା ନକରାଯିବା ଯାଏ ଅଭିଯାନ ଜାରି ରହିବ । ପୋଲିସ ଡିଜି ଅନିଲ ଶୁକ୍ଲା କହିଛନ୍ତି ଯେ ଲଗାଣ ବର୍ଷା କାରଣରୁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ୨ ଜଣ ପାଣିରେ ଭାସି ଯାଇଛନ୍ତି ।

ଆସାମରେ ବାତ୍ୟା ରେମଲର ପ୍ରକୋପ ଯୋଗୁଁ ମଙ୍ଗଳବାର ବ୍ୟାପକ କ୍ଷତି ହୋଇଛି । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୭ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଆଗାମୀ କିଛି ଦିନ ବି ପାଗ ଖରାପ ରହିବାର ଅନୁମାନ ରହିଛି । ଏହାକୁ ନଜରରେ ରଖି ପ୍ରଶାସନକୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସାମ, ମେଘାଳୟ ଏବଂ ନାଗାଲାଣ୍ଡରେ ମଧ୍ୟ ବାତ୍ୟା ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।