ପୃଥିବୀ ଉପରେ ମାଡିଆସୁଛି ବିପଦ: ନାସା ଦେଲା ଚେତାବନୀ

ନୂଆଦିଲ୍ଲୀ୨୬।୬: ଗ୍ରୀନହାଉସ ଗ୍ୟାସ ପୃଥିବୀରେ କ’ଣ ଖରାପ ପ୍ରଭାବ ପକାଏ, ଆମେରିକାର ସ୍ପେସ ଏଜେନ୍ସି ନାସା ଦ୍ୱାରା ଭିଜୁଆଲାଇଜେସନ ମାଧ୍ୟମରେ ଦର୍ଶାଯାଇଛି। ନାସା ଏହି ଭିଜୁଆଲାଇଜେସନକୁ ସୋସିଆଲ ମିଡିଆରେ ଶେୟାର କରିଛି। ନାସା ଲେଖିଛି ଯେ, ମାନବ କାର୍ଯ୍ୟକଳାପ ଦ୍ୱାରା ଉତ୍ପାଦିତ ଗ୍ୟାସ ସମୁଦ୍ରରେ ପରିବର୍ତ୍ତନ ଆଣୁଛି। ଏହି ପରିବର୍ତ୍ତନଗୁଡ଼ିକ ପୃଥିବୀ ଉପରେ ଜୀବନ ପାଇଁ ବିପଜ୍ଜନକ ପ୍ରମାଣିତ ହେଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନାସା ଏକ ଗ୍ରାଫିକ ଭିଡିଓ ଶେୟାର କରିଛି। ନାସା ଏ […] The post ପୃଥିବୀ ଉପରେ ମାଡିଆସୁଛି ବିପଦ: ନାସା ଦେଲା ଚେତାବନୀ appeared first on Dharitri Odia News.

ପୃଥିବୀ ଉପରେ ମାଡିଆସୁଛି ବିପଦ: ନାସା ଦେଲା ଚେତାବନୀ

ନୂଆଦିଲ୍ଲୀ୨୬।୬: ଗ୍ରୀନହାଉସ ଗ୍ୟାସ ପୃଥିବୀରେ କ’ଣ ଖରାପ ପ୍ରଭାବ ପକାଏ, ଆମେରିକାର ସ୍ପେସ ଏଜେନ୍ସି ନାସା ଦ୍ୱାରା ଭିଜୁଆଲାଇଜେସନ ମାଧ୍ୟମରେ ଦର୍ଶାଯାଇଛି। ନାସା ଏହି ଭିଜୁଆଲାଇଜେସନକୁ ସୋସିଆଲ ମିଡିଆରେ ଶେୟାର କରିଛି। ନାସା ଲେଖିଛି ଯେ, ମାନବ କାର୍ଯ୍ୟକଳାପ ଦ୍ୱାରା ଉତ୍ପାଦିତ ଗ୍ୟାସ ସମୁଦ୍ରରେ ପରିବର୍ତ୍ତନ ଆଣୁଛି। ଏହି ପରିବର୍ତ୍ତନଗୁଡ଼ିକ ପୃଥିବୀ ଉପରେ ଜୀବନ ପାଇଁ ବିପଜ୍ଜନକ ପ୍ରମାଣିତ ହେଉଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନାସା ଏକ ଗ୍ରାଫିକ ଭିଡିଓ ଶେୟାର କରିଛି। ନାସା ଏ ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଛି। ନାସା କହିଛି ଯେ, ବିଭିନ୍ନ ରଙ୍ଗ ସମୁଦ୍ର ପୃଷ୍ଠର ସ୍ରୋତର ହାରାହାରି ତାପମାତ୍ରାକୁ ପ୍ରତିଫଳିତ କରିଥାଏ। ନାଲି, କମଳା ଏବଂ ହଳଦିଆ ଗରମ ତାପମାତ୍ରାକୁ ଏବଂ ସବୁଜ ଏବଂ ନୀଳ ଶୀତଳ ତାପମାତ୍ରାକୁ ପ୍ରତିପାଦିତ କରେ।
ନାସା କ୍ୟାପସନରେ ଲେଖିଛନ୍ତି, ପୃଥିବୀର ୭୦ ପ୍ରତିଶତ ଜଳ ଆଚ୍ଛାଦିତ ହୋଇଥିବାରୁ ପୃଥିବୀରେ ଜୀବନ ଏବଂ ଜଳବାୟୁ ସନ୍ତୁଳନ ବଜାୟ ରଖିବା ପାଇଁ ମହାସାଗରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ଏହା ସତ୍ତ୍ୱେ ମାନବ କାର୍ଯ୍ୟକଳାପରୁ ଗ୍ରୀନ ହାଉସ ଗ୍ୟାସ ବୃଦ୍ଧି ସମୁଦ୍ରରେ ପରିବର୍ତ୍ତନ ଆଣେ। ନାସା ଅନୁଯାୟୀ, ଏହି ପ୍ରସଙ୍ଗରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଏଜେନ୍ସି ଏକ ମିଶନ ଉପରେ କାର୍ଯ୍ୟ କରୁଛି।
ନାସାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହଜାର ହଜାର ଲୋକ ଏହାକୁ ପସନ୍ଦ କରିଥିବାବେଳେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଦେଖିଛନ୍ତି। ନାସାର ଏହି ଚେତାବନୀକୁ ନେଇ ଲୋକମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି।

The post ପୃଥିବୀ ଉପରେ ମାଡିଆସୁଛି ବିପଦ: ନାସା ଦେଲା ଚେତାବନୀ appeared first on Dharitri Odia News.