ପୃଥିବୀ ନିକଟରେ ଘୂରିବୁଲୁଛି ବଡ଼ ବିଲ୍ଡିଂ ସାଇଜ୍‌ର ଗ୍ରହାଣୁ: ଲଦାଖରେ ଲାଗିଥିବା ଟେଲିସ୍କୋପରେ କଏଦ ହେଲା

ନୂଆଦିଲ୍ଲୀ: ଆକାଶରେ ଭାସୁଛି ବଡ଼ ଗ୍ରହାଣୁ। ପୃଥିବୀ ପୃଷ୍ଠର ନିକଟତର ହେବା ବେଳେ ଏହାର ଫଟୋ ଭାରତର ଲଦାଖରେ ଲାଗିଥିବା ଗ୍ରୋଥ-ଇଣ୍ଡିଆ ଟେଲିସ୍କୋପ୍‌ରେ କଏଦ ହୋଇଛି। ଏହି ଗ୍ରହାଣୁଟି ୧୧୬ ମିଟର ଉଚ୍ଚ ଏକ ବଡ଼ ବିଲ୍ଡିଂ ସାଇଜ୍‌ର।୨୦୧୧ଏମ୍‌ଡବ୍ଲୁ୧ ନାମକ ଏହି ଗ୍ରହାଣୁ ଉପରେ ଦୂରବିକ୍ଷଣ ଯନ୍ତ୍ର(ଟେଲିସ୍କୋପ) ଦ୍ୱାରା ନଜର ରଖାଯାଇଛି। ଲଦାଖର ହେନ୍‌ଲେରେ ଥିବା ଭାରତୀୟ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଏହି ଦୂରବିକ୍ଷଣ ଯନ୍ତ୍ରରେ ଲାଗିଛି। ୨୦୧୧ଏମ୍‌ଡବ୍ଲୁ୧କୁ ପୃଥିବୀ ନିକଟତର ଗ୍ରହାଣୁ(ଏନ୍‌ଇଏ) କ୍ୟାଟେଗୋରିରେ ରଖାଯାଇଥିଲା। ଏହା ଘଣ୍ଟାକୁ ୨୮.୯୪୬ କିମି ବେଗରେ ପୃଥିବୀ ଆଡ଼କୁ ଆସୁଥିଲା। ଏହି ଗ୍ରହାଣୁର ଗତି ଏତେ ତୀବ୍ର ଥିଲା ଯେ ଟେଲିସ୍କୋପ୍‌ରେ ଏହା ଏକ ତାରା ଭଳି ଦୃଶ୍ୟମାନ ହେଉଛି। ତେବେ ଗ୍ରହାଣୁ ଉପରେ ନଜର ରଖିବା ଗ୍ରୋଥ ଇଣ୍ଡିଆ ପ୍ରୋଜେକ୍ଟର ଏକ କାର୍ଯ୍ୟ। ସମୟ ଅନୁସାରେ ଗତି କରୁଥିବା ଗ୍ରହାଣୁ ଓ ବ୍ରହ୍ମାଣ୍ଡରେ ପରିବର୍ତ୍ତନଶୀଳ ଉତ୍ସଗୁଡ଼ିକ ଉପରେ ଅଧ୍ୟୟନ ଅଧ୍ୟୟନ କରିବାକୁ ଏହା ଏକ ମିଳିତ ପ୍ରୟାସ।ପୃଥିବୀର ନିକଟରେ ଥିବା ଏହି ଗ୍ରହାଣୁକୁ ଆଇଆଇଟି ବମ୍ବେର ସ୍ପେସ୍ ଟେକ୍ନୋଲୋଜି ଏବଂ ଜ୍ୟୋତିର୍ବିଜ୍ଞାନ ଅନୁସନ୍ଧାନ (STAR) ଲ୍ୟାବର ଜ୍ୟୋତିର୍ବିଜ୍ଞାନୀ ବରୁଣ ଭାଲେରାଓ ସୋସିଆଲ୍ ପ୍ଲାଟଫର୍ମ ଏକ୍ସରେ ଶେୟାର କରିଛନ୍ତି। ଗରୋଥ-ଇଣ୍ଡିଆ ଟେଲିସ୍କୋପ, ଭାରତର ପ୍ରଥମ ସମ୍ପୂର୍ଣ୍ଣ ରୋବୋଟିକ୍ ଅପ୍

ପୃଥିବୀ ନିକଟରେ ଘୂରିବୁଲୁଛି ବଡ଼ ବିଲ୍ଡିଂ ସାଇଜ୍‌ର ଗ୍ରହାଣୁ: ଲଦାଖରେ ଲାଗିଥିବା ଟେଲିସ୍କୋପରେ କଏଦ ହେଲା

ନୂଆଦିଲ୍ଲୀଆକାଶରେ ଭାସୁଛି ବଡ଼ ଗ୍ରହାଣୁ। ପୃଥିବୀ ପୃଷ୍ଠର ନିକଟତର ହେବା ବେଳେ ଏହାର ଫଟୋ ଭାରତର ଲଦାଖରେ ଲାଗିଥିବା ଗ୍ରୋଥ-ଇଣ୍ଡିଆ ଟେଲିସ୍କୋପ୍‌ରେ କଏଦ ହୋଇଛି। ଏହି ଗ୍ରହାଣୁଟି ୧୧୬ ମିଟର ଉଚ୍ଚ ଏକ ବଡ଼ ବିଲ୍ଡିଂ ସାଇଜ୍‌ର।

୨୦୧୧ଏମ୍‌ଡବ୍ଲୁ୧ ନାମକ ଏହି ଗ୍ରହାଣୁ ଉପରେ ଦୂରବିକ୍ଷଣ ଯନ୍ତ୍ର(ଟେଲିସ୍କୋପ) ଦ୍ୱାରା ନଜର ରଖାଯାଇଛି। ଲଦାଖର ହେନ୍‌ଲେରେ ଥିବା ଭାରତୀୟ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଏହି ଦୂରବିକ୍ଷଣ ଯନ୍ତ୍ରରେ ଲାଗିଛି। ୨୦୧୧ଏମ୍‌ଡବ୍ଲୁ୧କୁ ପୃଥିବୀ ନିକଟତର ଗ୍ରହାଣୁ(ଏନ୍‌ଇଏ) କ୍ୟାଟେଗୋରିରେ ରଖାଯାଇଥିଲା। ଏହା ଘଣ୍ଟାକୁ ୨୮.୯୪୬ କିମି ବେଗରେ ପୃଥିବୀ ଆଡ଼କୁ ଆସୁଥିଲା। 

ଏହି ଗ୍ରହାଣୁର ଗତି ଏତେ ତୀବ୍ର ଥିଲା ଯେ ଟେଲିସ୍କୋପ୍‌ରେ ଏହା ଏକ ତାରା ଭଳି ଦୃଶ୍ୟମାନ ହେଉଛି। ତେବେ ଗ୍ରହାଣୁ ଉପରେ ନଜର ରଖିବା ଗ୍ରୋଥ ଇଣ୍ଡିଆ ପ୍ରୋଜେକ୍ଟର ଏକ କାର୍ଯ୍ୟ। ସମୟ ଅନୁସାରେ ଗତି କରୁଥିବା ଗ୍ରହାଣୁ ଓ ବ୍ରହ୍ମାଣ୍ଡରେ ପରିବର୍ତ୍ତନଶୀଳ ଉତ୍ସଗୁଡ଼ିକ ଉପରେ ଅଧ୍ୟୟନ ଅଧ୍ୟୟନ କରିବାକୁ ଏହା ଏକ ମିଳିତ ପ୍ରୟାସ।

ପୃଥିବୀର ନିକଟରେ ଥିବା ଏହି ଗ୍ରହାଣୁକୁ ଆଇଆଇଟି ବମ୍ବେର ସ୍ପେସ୍ ଟେକ୍ନୋଲୋଜି ଏବଂ ଜ୍ୟୋତିର୍ବିଜ୍ଞାନ ଅନୁସନ୍ଧାନ (STAR) ଲ୍ୟାବର ଜ୍ୟୋତିର୍ବିଜ୍ଞାନୀ ବରୁଣ ଭାଲେରାଓ ସୋସିଆଲ୍ ପ୍ଲାଟଫର୍ମ ଏକ୍ସରେ ଶେୟାର କରିଛନ୍ତି। ଗରୋଥ-ଇଣ୍ଡିଆ ଟେଲିସ୍କୋପ, ଭାରତର ପ୍ରଥମ ସମ୍ପୂର୍ଣ୍ଣ ରୋବୋଟିକ୍ ଅପ୍ଟିକାଲ୍ ରିସର୍ଚ୍ଚ ଟେଲିସ୍କୋପ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (DST) ଓ ଇଣ୍ଡୋ-ୟୁଏସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ ଫୋରମ ସହଯୋଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (IIA) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ (IITB)ର ମିଳିତ ଭାବେ ଏହାକୁ ନିର୍ମାଣ କରିଥିଲେ। 

.