ପୃଥିବୀରେ ଶକ୍ତିଶାଳୀ ସୌରଝଡ଼; ଅଲବାମା ଓ କାଲିଫର୍ଣ୍ଣିଆରେ ଜିଓମାଗ୍ନେଟିକ୍ ଷ୍ଟର୍ମ ଲାଇଟ୍
ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠ ଶକ୍ତିଶାଳୀ ସୌର ଝଡ଼ । ଦୀର୍ଘ ୨୦ ବର୍ଷ ପରେ ପୃଥିବୀରେ ସୌର ଝଡ଼ ମାଡ଼ ହୋଇଛି। ଆମେରିକାର ଦି ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟ୍ମୋସ୍ପିୟରିକ୍ ଆଡମିନିଷ୍ଟ୍ରେସନ୍ (ଏନ୍ଓଓଏ)ଏ ସଂପର୍କରେ ଜି-୪ ଜିଓମାଗ୍ନେଟିକ୍ ଷ୍ଟର୍ମ ୱାଚ୍ ଜାରି କରିଥିଲା । ଏହା ପୃଥିବୀ ଅକ୍ଷପଥରେ ଘୂରୁଥିବା ସମସ୍ତ ସାଟେଲାଇଟ୍ ଗୁଡ଼ିକ ପାଇଁ ବିପଦ । ଏହା ସହିତ ପାଓ୍ବାର ଗ୍ରୀଡ୍, କମ୍ୟୁନିକେସନ ନେଟଓ୍ବାର୍କ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ପାଇଁ ପ୍ରଭାବିତ ହୋଇଥାଏ ।ଏହି ସୌରଝଡ଼ ଶୁକ୍ରବାର ପୃଥିବୀ ପୃଷ୍ଠରେ ମାଡ଼ ହୋଇଛି । ଦକ୍ଷିଣ ଅଲବାମା ଏବଂ ଉତ୍ତର କାଲିଫୋର୍ନିଆର କିଛି ଅଞ୍ଚଳରେ ଏହି ଜିଓମାଗ୍ନେଟିକ୍ ଷ୍ଟର୍ମ ଲାଇଟ୍ ଦେଖିବାକୁ ମିଳିଥିଲା । ନ୍ୟୁଜ୍ ଏଜେନ୍ସି ସିଏନଏମ ରିପୋର୍ଟ ମୁତାବକ, ଶନିବାର ରାତି କିମ୍ବା ସପ୍ତାହ ଅନ୍ତ ବେଳକୁ ଏହା ଦେଖାଯିବାର ଥିଲା । ପାଓ୍ବାର ଗ୍ରୀଡ୍, କମ୍ୟୁନିକେସନ ନେଟଓ୍ବାର୍କ ଏବଂ ଇଲେକ୍ଟ୍ରୋନିକ୍ ଉପକରଣକୁ ପ୍ରଭାବିତ କରିବ । ୨୦୦୩ରେ ଏଭଳି ସୌରଝଡ଼ ପୃଥିବୀ ଉପରେ ମାଡ଼ ହୋଇଥିଲା । ୨୦୦୩ ପରେ ଏହା ସବୁଠୁ ଭୟଙ୍କର ସୌରଝଡ଼ । ଏନ୍ଓଓଏର ଅନ୍ତରୀକ୍ଷ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଅନୁସାରେ, ବୁଧବାରଠାରୁ ସୂର୍ଯ୍ୟ ଅପେକ୍ଷାକୃତ ତୀବ୍ର ସୋଲାର ଫ୍ଲେୟାର ବିକିରଣ କରୁଛି । ସୋଲାର ଫ୍ଲେୟାର ଆମର ସୌରମଣ୍ଡଳର ସବୁଠୁ ବଡ଼ ବିସ୍ଫୋରକ ଘଟଣା । ଏହାକୁ କରୋନାଲ୍ ମାସ୍ ଇଜେକସନ୍
ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠ ଶକ୍ତିଶାଳୀ ସୌର ଝଡ଼ । ଦୀର୍ଘ ୨୦ ବର୍ଷ ପରେ ପୃଥିବୀରେ ସୌର ଝଡ଼ ମାଡ଼ ହୋଇଛି। ଆମେରିକାର ଦି ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟ୍ମୋସ୍ପିୟରିକ୍ ଆଡମିନିଷ୍ଟ୍ରେସନ୍ (ଏନ୍ଓଓଏ)ଏ ସଂପର୍କରେ ଜି-୪ ଜିଓମାଗ୍ନେଟିକ୍ ଷ୍ଟର୍ମ ୱାଚ୍ ଜାରି କରିଥିଲା । ଏହା ପୃଥିବୀ ଅକ୍ଷପଥରେ ଘୂରୁଥିବା ସମସ୍ତ ସାଟେଲାଇଟ୍ ଗୁଡ଼ିକ ପାଇଁ ବିପଦ । ଏହା ସହିତ ପାଓ୍ବାର ଗ୍ରୀଡ୍, କମ୍ୟୁନିକେସନ ନେଟଓ୍ବାର୍କ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ପାଇଁ ପ୍ରଭାବିତ ହୋଇଥାଏ ।
ଏହି ସୌରଝଡ଼ ଶୁକ୍ରବାର ପୃଥିବୀ ପୃଷ୍ଠରେ ମାଡ଼ ହୋଇଛି । ଦକ୍ଷିଣ ଅଲବାମା ଏବଂ ଉତ୍ତର କାଲିଫୋର୍ନିଆର କିଛି ଅଞ୍ଚଳରେ ଏହି ଜିଓମାଗ୍ନେଟିକ୍ ଷ୍ଟର୍ମ ଲାଇଟ୍ ଦେଖିବାକୁ ମିଳିଥିଲା । ନ୍ୟୁଜ୍ ଏଜେନ୍ସି ସିଏନଏମ ରିପୋର୍ଟ ମୁତାବକ, ଶନିବାର ରାତି କିମ୍ବା ସପ୍ତାହ ଅନ୍ତ ବେଳକୁ ଏହା ଦେଖାଯିବାର ଥିଲା । ପାଓ୍ବାର ଗ୍ରୀଡ୍, କମ୍ୟୁନିକେସନ ନେଟଓ୍ବାର୍କ ଏବଂ ଇଲେକ୍ଟ୍ରୋନିକ୍ ଉପକରଣକୁ ପ୍ରଭାବିତ କରିବ । ୨୦୦୩ରେ ଏଭଳି ସୌରଝଡ଼ ପୃଥିବୀ ଉପରେ ମାଡ଼ ହୋଇଥିଲା ।
୨୦୦୩ ପରେ ଏହା ସବୁଠୁ ଭୟଙ୍କର ସୌରଝଡ଼ । ଏନ୍ଓଓଏର ଅନ୍ତରୀକ୍ଷ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଅନୁସାରେ, ବୁଧବାରଠାରୁ ସୂର୍ଯ୍ୟ ଅପେକ୍ଷାକୃତ ତୀବ୍ର ସୋଲାର ଫ୍ଲେୟାର ବିକିରଣ କରୁଛି । ସୋଲାର ଫ୍ଲେୟାର ଆମର ସୌରମଣ୍ଡଳର ସବୁଠୁ ବଡ଼ ବିସ୍ଫୋରକ ଘଟଣା । ଏହାକୁ କରୋନାଲ୍ ମାସ୍ ଇଜେକସନ୍ ବୋଲି ମଧ୍ୟ କୁହାଯାଇଥାଏ । ଏହାଦ୍ୱାରା କୋଟି କୋଟି ହାଇଡ୍ରୋଜେନ୍ ବୋମା ଭଳି ଶକ୍ତି ନିର୍ଗତ ହୋଇଥାଏ । ସୋଲାର ଫ୍ଲେୟାର ଦ୍ୱାରା ପୃଥିବୀ ଚାରିପଟେ ବୁଲୁଥିବା ଉପଗ୍ରହର କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ଫଳରେ ବିଦ୍ୟୁତ୍ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବି ହୋଇପାରେ ।