ପେଜର ବ୍ଲାଷ୍ଟକୁ ନେଇ ଇରାନର ବଡ଼ ନିଷ୍ପତ୍ତି; ଏହି କମ୍ପାନୀର ଫୋନ୍ ବିକ୍ରି ଉପରେ ରୋକ୍
ନୂଆଦିଲ୍ଲୀ: ଇସ୍ରାଏଲର ପେଜର ଆଟାକ୍ ଥରି ଉଠଥିଲା ଲେବାନନ । ଏଥିରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେହିପରି ଶତାଧିକ ଗୁରୁତର ଭାବେ ଆହତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଇରାନ୍ ମୋଟୋରୋଲା ମୋବାଇଲକୁ ବ୍ୟାନ କରିଛି । ଦେଶରେ ମୋଟୋରୋଲା ଫୋନ୍ ବ୍ୟବହାର ଏବଂ ଆମଦାନୀ ଉପରେ ରୋକ୍ ଲାଗିଛି । ଏହା ପୂର୍ବରୁ ଫ୍ଲାଇଟ୍ରେ ପେଜର ଏବଂ ଓ୍ବାକିଟକି ବ୍ୟବହାର ଏବଂ ସାଥିରେ ଧରି ଯାତ୍ରା କରୁଥିବା ଲୋକଙ୍କୁ ବାରଣ କରିଥିବା ଇରାନ ସରକାର । ମିଡିଆ ରିପୋର୍ଟ ମୁତାବକ, ଇରାନ ସରକାରର ମନ୍ତ୍ରୀ ମହମ୍ମଦ ମେହଦୀ ବାରଦରାନ ମୋଟୋରୋଲା ମୋବାଇଲକୁ ବ୍ୟାନ ଘୋଷଣା କରିଛନ୍ତି । ଇରାନ ଭିତରେ ଏବଂ ସୀମାନ୍ତ ଅଞ୍ଚଳରେ ମୋଟୋରାଲା ଫୋନ୍ ବ୍ରିକ୍ରି ଉପରେ ରୋକ୍ ଲାଗିଛି । ଡିଜିୟାଟେ ରିପୋର୍ଟରେ କୁହାଯାଇଛି, ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ଉପରେ ହେଉଥିବା ମୋଟୋରୋଲା ମୋବାଇଲର ବିକ୍ରି ମଧ୍ୟ ବନ୍ଦ କରି ଦିଆଯାଇଛି । ଇ-କମର୍ସର ଲିଷ୍ଟରୁ ହଟାଇ ଦିଆଯାଇଛି ସହ ଆଉଟ୍ ଅଫ୍ ଷ୍ଟକ୍ କରି ଦିଆଯାଇଛି । ସେପ୍ଟେମ୍ବର ୧୭ ଏବଂ ୧୮ ତାରିଖରେ ଲେବାନନରେ ପେଜର ବ୍ଲାଷ୍ଟ ହୋଇଥିଲା । ଏହାକୁ ଅଧିକାଂଶ ହିଜବୁଲ୍ଲା ଆତଙ୍କୀ ବ୍ୟବହାର କରୁଥିଲେ । ଏହି ପେଜର ବିସ୍ଫୋରଣ ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ହଜାରରୁ ଅଧିକ ଲୋକଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ଏଭଳି କାମ ଇସ୍ରାଏଲ କରିଥିବ ବୋଲି ଆଭିଯୋଗ ଆଣିଥିବା ଲେବାନନ ।
ନୂଆଦିଲ୍ଲୀ: ଇସ୍ରାଏଲର ପେଜର ଆଟାକ୍ ଥରି ଉଠଥିଲା ଲେବାନନ । ଏଥିରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେହିପରି ଶତାଧିକ ଗୁରୁତର ଭାବେ ଆହତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଇରାନ୍ ମୋଟୋରୋଲା ମୋବାଇଲକୁ ବ୍ୟାନ କରିଛି । ଦେଶରେ ମୋଟୋରୋଲା ଫୋନ୍ ବ୍ୟବହାର ଏବଂ ଆମଦାନୀ ଉପରେ ରୋକ୍ ଲାଗିଛି । ଏହା ପୂର୍ବରୁ ଫ୍ଲାଇଟ୍ରେ ପେଜର ଏବଂ ଓ୍ବାକିଟକି ବ୍ୟବହାର ଏବଂ ସାଥିରେ ଧରି ଯାତ୍ରା କରୁଥିବା ଲୋକଙ୍କୁ ବାରଣ କରିଥିବା ଇରାନ ସରକାର ।
ମିଡିଆ ରିପୋର୍ଟ ମୁତାବକ, ଇରାନ ସରକାରର ମନ୍ତ୍ରୀ ମହମ୍ମଦ ମେହଦୀ ବାରଦରାନ ମୋଟୋରୋଲା ମୋବାଇଲକୁ ବ୍ୟାନ ଘୋଷଣା କରିଛନ୍ତି । ଇରାନ ଭିତରେ ଏବଂ ସୀମାନ୍ତ ଅଞ୍ଚଳରେ ମୋଟୋରାଲା ଫୋନ୍ ବ୍ରିକ୍ରି ଉପରେ ରୋକ୍ ଲାଗିଛି । ଡିଜିୟାଟେ ରିପୋର୍ଟରେ କୁହାଯାଇଛି, ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ଉପରେ ହେଉଥିବା ମୋଟୋରୋଲା ମୋବାଇଲର ବିକ୍ରି ମଧ୍ୟ ବନ୍ଦ କରି ଦିଆଯାଇଛି । ଇ-କମର୍ସର ଲିଷ୍ଟରୁ ହଟାଇ ଦିଆଯାଇଛି ସହ ଆଉଟ୍ ଅଫ୍ ଷ୍ଟକ୍ କରି ଦିଆଯାଇଛି ।
ସେପ୍ଟେମ୍ବର ୧୭ ଏବଂ ୧୮ ତାରିଖରେ ଲେବାନନରେ ପେଜର ବ୍ଲାଷ୍ଟ ହୋଇଥିଲା । ଏହାକୁ ଅଧିକାଂଶ ହିଜବୁଲ୍ଲା ଆତଙ୍କୀ ବ୍ୟବହାର କରୁଥିଲେ । ଏହି ପେଜର ବିସ୍ଫୋରଣ ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ହଜାରରୁ ଅଧିକ ଲୋକଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ଏଭଳି କାମ ଇସ୍ରାଏଲ କରିଥିବ ବୋଲି ଆଭିଯୋଗ ଆଣିଥିବା ଲେବାନନ ।