ପେଟିଏମ୍‌ FASTag ଗ୍ରାହକଙ୍କ ପାଇଁ NHAIର ନୋଟିଫିକେସନ, ଅନ୍ୟ ବ୍ୟାଙ୍କ୍‌ରୁ ନୂଆ ଫାଷ୍ଟ୍ୟାଗ୍‌ ନେବାକୁ ପରାମର୍ଶ

ନୂଆଦିଲ୍ଲୀ: ପେଟିଏମ ଫାଷ୍ଟ୍ୟାଗ୍‌ ଗ୍ରାହକଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି ଏନଏଚଏଆଇ। ଯେଉଁଥିରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ୍‌ ଗ୍ରାହକଙ୍କୁ ମାର୍ଚ୍ଚ ୧୫ ପୂର୍ବରୁ ଅନ୍ୟ ବ୍ୟାଙ୍କରୁ ନିଅନ୍ତୁ ନୂଆ ଫାଷ୍ଟ୍ୟାଗ୍‌ ନେବାକୁ ପରାମର୍ଶ ଦିଆଯାଇଛି । ଯାହାଦ୍ବାରା ଟୋଲ ପ୍ଲାଜାରେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ। ଆଉ ବିନା ଫାଷ୍ଟ୍ୟାଗରେ ଅଧିକ ଚାର୍ଜ ଦେବାରୁ ବର୍ତ୍ତିପାରିବେ।ସୂଚନାଥାଉକି, ବିଭିନ୍ନ ନିୟମ ଉଲ୍ଲଘଂନ ମାମଲାରେ ରିଜର୍ଭ ବ୍ୟାଙ୍କ୍‌ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍‌ ଉପରେ କନା କାର୍ଯ୍ୟାନୁଷ୍ଠାନ ନେଇଛି। ଏହି କ୍ରମରେ ପେଟିଏମ ପେମେଣ୍ଟ ବ୍ୟାଙ୍କ୍‌ର ବିଭିନ୍ନ ସୁବିଧା ଉପରେ ମାର୍ଚ୍ଚ ୧୫ ତାରିଖରୁ ପ୍ରତିବନ୍ଧକ ଲାଗିଯିବ। ଯେଉଁଥିରେ ଫାଷ୍ଟ୍ୟଗ୍‌ ମଧ୍ୟ ରହିଛି । ଅର୍ଥାତ୍‌ ମାର୍ଚ୍ଚ ୧୫ ପରଠାରୁ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍ ଦ୍ବାରା ଜାରି ଫାଷ୍ଟ୍ୟାଗ୍‌ ରିଚାର୍ଜ କରିପାରିବେ ନାହିଁ।ଅବଶ୍ୟ ଯଦି ପୂର୍ବରୁ ଟଙ୍କା ରହିଛି ତାହା ବ୍ୟବହାର ହୋଇପାରିବ। ଏହା ସହ ଏନଏଚଆଇ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍‌ ଫାଷ୍ଟ୍ୟାଗ୍‌ ଗ୍ରାହକଙ୍କୁ ବ୍ୟାଙ୍କରୁ ନୂଆ ଫାଷ୍ଟ୍ୟାଗ୍‌ କରାଇନେବାକୁ କହିଛି। 

ପେଟିଏମ୍‌ FASTag ଗ୍ରାହକଙ୍କ ପାଇଁ NHAIର ନୋଟିଫିକେସନ, ଅନ୍ୟ ବ୍ୟାଙ୍କ୍‌ରୁ ନୂଆ ଫାଷ୍ଟ୍ୟାଗ୍‌ ନେବାକୁ ପରାମର୍ଶ

ନୂଆଦିଲ୍ଲୀ: ପେଟିଏମ ଫାଷ୍ଟ୍ୟାଗ୍‌ ଗ୍ରାହକଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି ଏନଏଚଏଆଇ। ଯେଉଁଥିରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ୍‌ ଗ୍ରାହକଙ୍କୁ ମାର୍ଚ୍ଚ ୧୫ ପୂର୍ବରୁ ଅନ୍ୟ ବ୍ୟାଙ୍କରୁ ନିଅନ୍ତୁ ନୂଆ ଫାଷ୍ଟ୍ୟାଗ୍‌ ନେବାକୁ ପରାମର୍ଶ ଦିଆଯାଇଛି । ଯାହାଦ୍ବାରା ଟୋଲ ପ୍ଲାଜାରେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ। ଆଉ ବିନା ଫାଷ୍ଟ୍ୟାଗରେ ଅଧିକ ଚାର୍ଜ ଦେବାରୁ ବର୍ତ୍ତିପାରିବେ।

ସୂଚନାଥାଉକି, ବିଭିନ୍ନ ନିୟମ ଉଲ୍ଲଘଂନ ମାମଲାରେ ରିଜର୍ଭ ବ୍ୟାଙ୍କ୍‌ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍‌ ଉପରେ କନା କାର୍ଯ୍ୟାନୁଷ୍ଠାନ ନେଇଛି। ଏହି କ୍ରମରେ ପେଟିଏମ ପେମେଣ୍ଟ ବ୍ୟାଙ୍କ୍‌ର ବିଭିନ୍ନ ସୁବିଧା ଉପରେ ମାର୍ଚ୍ଚ ୧୫ ତାରିଖରୁ ପ୍ରତିବନ୍ଧକ ଲାଗିଯିବ। ଯେଉଁଥିରେ ଫାଷ୍ଟ୍ୟଗ୍‌ ମଧ୍ୟ ରହିଛି । ଅର୍ଥାତ୍‌ ମାର୍ଚ୍ଚ ୧୫ ପରଠାରୁ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍ ଦ୍ବାରା ଜାରି ଫାଷ୍ଟ୍ୟାଗ୍‌ ରିଚାର୍ଜ କରିପାରିବେ ନାହିଁ।

ଅବଶ୍ୟ ଯଦି ପୂର୍ବରୁ ଟଙ୍କା ରହିଛି ତାହା ବ୍ୟବହାର ହୋଇପାରିବ। ଏହା ସହ ଏନଏଚଆଇ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍‌ ଫାଷ୍ଟ୍ୟାଗ୍‌ ଗ୍ରାହକଙ୍କୁ ବ୍ୟାଙ୍କରୁ ନୂଆ ଫାଷ୍ଟ୍ୟାଗ୍‌ କରାଇନେବାକୁ କହିଛି।