ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ବରଗଡ଼ରେ ରହିଥିବା ବାଙ୍ଗଲାଦେଶୀମାନଙ୍କୁ ବାହାର କରିବାକୁ…
ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଛି। ସେଠାରେ ରହିଥିବା ହିନ୍ଦୁମାନଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏହି ଦାବି ନେଇ ମଙ୍ଗଳବାର ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ବରଗଡ଼ ଜିଲା ଶାଖା ପକ୍ଷରୁ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ବାଙ୍ଗଲାଦେଶରେ ମଠ, ମନ୍ଦିର ଭାଙ୍ଗିବା ସହିତ ହିନ୍ଦୁମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଜଳାପୋଡ଼ା କରାଯାଉଛି। ଏଭଳି ସ୍ଥିତିରେ ସେଠାରେ […] The post ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ବରଗଡ଼ରେ ରହିଥିବା ବାଙ୍ଗଲାଦେଶୀମାନଙ୍କୁ ବାହାର କରିବାକୁ… appeared first on Dharitri Odia News.
ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଛି। ସେଠାରେ ରହିଥିବା ହିନ୍ଦୁମାନଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏହି ଦାବି ନେଇ ମଙ୍ଗଳବାର ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ବରଗଡ଼ ଜିଲା ଶାଖା ପକ୍ଷରୁ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ବାଙ୍ଗଲାଦେଶରେ ମଠ, ମନ୍ଦିର ଭାଙ୍ଗିବା ସହିତ ହିନ୍ଦୁମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଜଳାପୋଡ଼ା କରାଯାଉଛି। ଏଭଳି ସ୍ଥିତିରେ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଥିବା ହିନ୍ଦୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଅନ୍ୟପଟେ ବରଗଡ଼ ଜିଲାରେ ରହିଥିବା ବାଙ୍ଗଲାଦେଶୀମାନଙ୍କୁ ଚିହ୍ନଟ କରି ଜିଲାରୁ ବାହାର କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି। ଏହି ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି। କାର୍ଯ୍ୟକାରୀ ସଭାପତି ମହେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ବିଶ୍ୱ ହିନ୍ଦୁ ପରିଷଦର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
The post ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ବରଗଡ଼ରେ ରହିଥିବା ବାଙ୍ଗଲାଦେଶୀମାନଙ୍କୁ ବାହାର କରିବାକୁ… appeared first on Dharitri Odia News.