ପେଟ୍ରୋଲ-ଡିଜେଲରେ ଲାଗିବ ଜିଏସଟି! ମୋଦି ୩.o ରେ ଏପରି ହେବ ବୋଲି ଦାବି କଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୨୪।୫: ଶେଷ ପର୍ଯ୍ୟାୟରେ ୨୦୨୪ ଲୋକ ସଭା ନିର୍ବାଚନ। ଜନତା ଏବେ ୪ ଜୁନର ଫଳାଫଳକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ରେଜଲ୍ଟ ଆସିବା ପୂର୍ବରୁ ଦେଶ-ବିଦେଶର ଅନେକ ବିଶେଷଜ୍ଞ ଏନେଇ ଅନେକ ଭବିଷ୍ୟବାଣୀ କରୁଛନ୍ତି । ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ନିରନ୍ତର ଦାବି କରୁଛନ୍ତି ଯେ ଏନଡିଏ ପୁଣି କ୍ଷମତାକୁ ଆସିବ। ଏବଂ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଏହି ଦାବିଗୁଡିକ ମଧ୍ୟରେ ବର୍ତ୍ତମାନ ପିକେ ଦାବି କରିଛନ୍ତି […] The post ପେଟ୍ରୋଲ-ଡିଜେଲରେ ଲାଗିବ ଜିଏସଟି! ମୋଦି ୩.o ରେ ଏପରି ହେବ ବୋଲି ଦାବି କଲେ ପ୍ରଶାନ୍ତ କିଶୋର appeared first on Dharitri Odia News.
ନୂଆଦିଲ୍ଲୀ,୨୪।୫: ଶେଷ ପର୍ଯ୍ୟାୟରେ ୨୦୨୪ ଲୋକ ସଭା ନିର୍ବାଚନ। ଜନତା ଏବେ ୪ ଜୁନର ଫଳାଫଳକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ରେଜଲ୍ଟ ଆସିବା ପୂର୍ବରୁ ଦେଶ-ବିଦେଶର ଅନେକ ବିଶେଷଜ୍ଞ ଏନେଇ ଅନେକ ଭବିଷ୍ୟବାଣୀ କରୁଛନ୍ତି ।
ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ନିରନ୍ତର ଦାବି କରୁଛନ୍ତି ଯେ ଏନଡିଏ ପୁଣି କ୍ଷମତାକୁ ଆସିବ। ଏବଂ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଏହି ଦାବିଗୁଡିକ ମଧ୍ୟରେ ବର୍ତ୍ତମାନ ପିକେ ଦାବି କରିଛନ୍ତି ଯେ, ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯିବ।
ଏକ ସାକ୍ଷାତକାରରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ପିଏମ ମୋଦି ତାଙ୍କ ତୃତୀୟ କାର୍ଯ୍ୟକାଳରେ ପେଟ୍ରୋଲିୟମକୁ ଜିଏସଟି ତାଲିକାରେ ଅନ୍ତର୍ଭୁକ୍ତ କରିପାରନ୍ତି। କେବଳ ଏତିକି ନୁହେଁ, ମୋଦି ସରକାର ରାଜ୍ୟଗୁଡ଼ିକର ଆର୍ଥିକ ସ୍ବାଧୀନତା ଉପରେ ରୋକ ଳଗାଇ ପାରନ୍ତି।
କହିରଖୁଛୁ କି, ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଭଳି ଇନ୍ଧନ ଉପରେ ୧୦୦ ଶତକଡାରୁ ଅଧିକ ଟ୍ୟାକ୍ସ ଅଛି । ଉଭୟକୁ ଜିଏସଟି ତାଲିକାରେ ଆଣିବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି । ଏଥିସହ ପେଟ୍ରୋଲ ଓ ଡିଜେଲରେ ଜିଏସଟି ଲାଗୁ ହେଲେ କ’ଣ କ୍ଷୟକ୍ଷତି ହେବ ଏନେଇ ମଧ୍ୟ ପ୍ରଶାନ୍ତ କିଶୋର ମଧ୍ୟ କହିଛନ୍ତି। ସେ କହିଛନ୍ତି, ଯଦି ଜିଏସଟି ଅଧୀନରେ ଇନ୍ଧନ ଆସେ, ତା’ହେଲେ ଏଥିରେ ସର୍ବାଧିକ ଟିକସ ୨୮ ପ୍ରତିଶତ ହେବ, କିନ୍ତୁ ଏହାଦ୍ୱାରା ରାଜ୍ୟଗୁଡିକ ପାଇଁ ଟିକସ କ୍ଷତି ସହିବକୁ ପଡିବ। ଏବଂ ସେମାନଙ୍କ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇବ।
The post ପେଟ୍ରୋଲ-ଡିଜେଲରେ ଲାଗିବ ଜିଏସଟି! ମୋଦି ୩.o ରେ ଏପରି ହେବ ବୋଲି ଦାବି କଲେ ପ୍ରଶାନ୍ତ କିଶୋର appeared first on Dharitri Odia News.