ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର

ଲୋଇସିଂହା,୨୪।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଭାରତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ,ବଲାଙ୍ଗୀର -ବରଗଡ଼ ୨୬ ନଂ ଜାତୀୟ ରାଜପଥ କଡରେ ଥିବା ଉକ୍ତ ପେଟ୍ରୋଲ ପମ୍ପରେ ସୁବର୍ନପୁର ଜିଲା ତରଭା ବ୍ଲକ ରାଣୀସର୍ଡ଼ା ଗ୍ରାମର ଜଣେ ଯୁବତୀ କାମ କରୁଛନ୍ତି। ସମ୍ପୃକ୍ତ ଯୁବତୀ ଜଣକ ଥିବା ସେଲ ପଏଣ୍ଟକୁ ତରଭା ବ୍ଲକ ପୁଆ ଗ୍ରାମର ମହେନ୍ଦ୍ର ବାଗ ତେଲ […] The post ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର appeared first on Dharitri Odia News.

ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର

ଲୋଇସିଂହା,୨୪।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଭାରତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ,ବଲାଙ୍ଗୀର -ବରଗଡ଼ ୨୬ ନଂ ଜାତୀୟ ରାଜପଥ କଡରେ ଥିବା ଉକ୍ତ ପେଟ୍ରୋଲ ପମ୍ପରେ ସୁବର୍ନପୁର ଜିଲା ତରଭା ବ୍ଲକ ରାଣୀସର୍ଡ଼ା ଗ୍ରାମର ଜଣେ ଯୁବତୀ କାମ କରୁଛନ୍ତି। ସମ୍ପୃକ୍ତ ଯୁବତୀ ଜଣକ ଥିବା ସେଲ ପଏଣ୍ଟକୁ ତରଭା ବ୍ଲକ ପୁଆ ଗ୍ରାମର ମହେନ୍ଦ୍ର ବାଗ ତେଲ ପକାଇବାକୁ ଆସିଥିଲେ। ମହେନ୍ଦ୍ର ନିଜ ବାଇକରେ ୫୦ ଟଙ୍କାର ତେଳ ପକାଇବାକୁ କାର୍ଯ୍ୟରତ ଯୁବତୀଙ୍କୁ କହିଥିଲେ। ହେଲେ ଯୁବତୀ ଜଣକ ତେଲ ଦେବାକୁ କୁଆଡ଼େ ଯୁବକଙ୍କୁ ମନା କରିଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥାକଟା କାଟି ହୋଇଥିଲା । ଏହାପରେ ମହେନ୍ଦ୍ର ସମ୍ପୃକ୍ତ ଉତ୍ତକ୍ଷିପ୍ତ ହୋଇ ଯୁବତୀଙ୍କୁ ମାଡ଼ ମାରିବା ସହ କୌଣସି ଅସ୍ତ୍ରରେ ମୁଣ୍ଡ, ହାତରେ ଆକ୍ରମଣ କରି ଫେରାର ହୋଇ ଯାଉଥିଲେ। ଏହି ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ସେଠାରେ ଉପସ୍ଥିତି ବ୍ୟକ୍ତି ଯୁବକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ।
ଏହାପରେ ସମ୍ପୃକ୍ତ ଯୁବକ ଜଣକ କହିଥିଲେ ଯେ ସମ୍ପୃକ୍ତ ଯୁବତୀଙ୍କ ସହ ତାଙ୍କର ୫ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ସର୍ବସ୍ବାନ୍ତ କଲା ପରେ ଅନ୍ୟସହ ପ୍ରେମ ସମ୍ପର୍କ ରଖି ଧୋକା ଦେଇଛି। ଆଜି ଟାଙ୍କି ଆସି ତେଲ ମାଗିବାରୁ ମନା କରିବାରୁ ରାଗି ଯାଇ ଏପରି କାଣ୍ଡ କରିଥିବା ସମ୍ପୃକ୍ତ ଯୁବକ ଜଣକ କହିଛନ୍ତି। ପ୍ରକାଶ ଥାଉ କି ପ୍ରେମ ବିବାଦକୁ ନେଇ ପୂର୍ବରୁ ତରଭା ଥାନାରେ ମାମଲା ରହିଛି। ଉଲ୍ଲେଖ ଯୋଗ୍ୟ ଯେ,ଉକ୍ତ ପେଟ୍ରୋଲ ପମ୍ପରେ ନିୟୋଜିତ ଯୁବତୀମାନେ ଅନେକ ସମୟରେ ଗ୍ରାହକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି।
ଆଇଆଇସି ଯାଜ୍ଞସିନୀ ନାୟକ କହିଛନ୍ତି,ଆକ୍ରମଣକୁ ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ରେମ ସମ୍ପର୍କରେ ଫାଟ ଯୋଗୁ ଏପରି କାଣ୍ଡ ଘଟିଛି। ପୂର୍ବରୁ ମଧ୍ୟ ଏକ ମାମଲା ରହିଛି ବୋଲି ସେ କହିଛନ୍ତି।

The post ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର appeared first on Dharitri Odia News.