ଇମ୍ରାନ ଖାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି ଆସିମ ମୁନିର…ସାଂଘାତିକ ଖୁଲାସା ପରେ ବିଶ୍ୱରେ ହଇଚଇ
ଇସଲାମାବାଦ,୫।୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ଗୁଡ୍ଓ୍ବିଲ୍ ଆମ୍ବାସାଡାର ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ ସଲମାନ ଅହମ୍ମଦଙ୍କୁ ଇମ୍ରାନ ଖାନଙ୍କ ନିକଟତର ବୋଲି ବିବେଚନା କରାଯାଏ। ସେ ଶୀର୍ଷ ଗୁଇନ୍ଦା ସୂତ୍ରରୁ ସୂଚନା ଦେଇ ଏହା କହିବା ସହ ପାକିସ୍ତାନ ସେନାକୁ କଟାକ୍ଷ କରିଥିଲେ। ଏହି ବୟାନକୁ ନେଇ ପାକିସ୍ତାନ […] The post ଇମ୍ରାନ ଖାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି ଆସିମ ମୁନିର…ସାଂଘାତିକ ଖୁଲାସା ପରେ ବିଶ୍ୱରେ ହଇଚଇ appeared first on Dharitri Odia News.
ଇସଲାମାବାଦ,୫।୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ଗୁଡ୍ଓ୍ବିଲ୍ ଆମ୍ବାସାଡାର ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ ସଲମାନ ଅହମ୍ମଦଙ୍କୁ ଇମ୍ରାନ ଖାନଙ୍କ ନିକଟତର ବୋଲି ବିବେଚନା କରାଯାଏ। ସେ ଶୀର୍ଷ ଗୁଇନ୍ଦା ସୂତ୍ରରୁ ସୂଚନା ଦେଇ ଏହା କହିବା ସହ ପାକିସ୍ତାନ ସେନାକୁ କଟାକ୍ଷ କରିଥିଲେ। ଏହି ବୟାନକୁ ନେଇ ପାକିସ୍ତାନ ସହିତ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।
ସଲମାନ ଅହମ୍ମଦଙ୍କ ଅନୁଯାୟୀ, ଇମ୍ରାନ ଖାନଙ୍କ ସ୍ପଷ୍ଟ ମତ ଥିଲା ଯେ ସେନା କେବଳ ବାରାକରେ ସୀମିତ ରହିବା ଉଚିତ। ଦେଶର ଶାସନ ଏବଂ ନୀତିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ସେ କହିଛନ୍ତି ଯେ ଇମ୍ରାନ ବିଶ୍ୱାସ କରୁଥିଲେ ଯେ ସେନାର ବୈଦେଶିକ ନୀତି, ଅର୍ଥନୀତି, ଶିକ୍ଷା ଏବଂ କ୍ରୀଡ଼ା ଭଳି ବିଷୟଗୁଡ଼ିକର କୌଣସି ଜ୍ଞାନ ନାହିଁ। ଏହାର କାମ କେବଳ ସୀମା ସୁରକ୍ଷା ପର୍ଯ୍ୟନ୍ତ ସୀମିତ ହେବା ଉଚିତ।
ସଲମାନ ଅହମ୍ମଦ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ଗତ ୭୮ ବର୍ଷ ଧରି ଏକ ସାମରିକ ଦଳ କବଜାରେ ରହିଛି। ଫିଲ୍ଡ ମାର୍ଶାଲ ଆୟୁବ ଖାନ୍, ଜେନେରାଲ ୟାହ୍ୟା ଖାନ୍ ଏବଂ ଜେନେରାଲ ଜିଆଉଲ ହକଙ୍କ ନାମ ନେଇ ସେ କହିଥିଲେ ଯେ ପ୍ରତ୍ୟେକ ଜେନେରାଲ କ୍ଷମତା ହଡ଼ପ କରିବାକୁ ଚେଷ୍ଟା କରିଛନ୍ତି। ଜେନେରାଲ ଅସୀମ ମୁନିର ମଧ୍ୟ ସମାନ ପଥ ଅନୁସରଣ କରୁଛନ୍ତି।
ସେ ଦାବି କରିଥିଲେ ଯେ ମୁନିର ଇମ୍ରାନ ଖାନଙ୍କୁ ସମର୍ଥନ କରୁଥିବା ସମସ୍ତଙ୍କୁ ତାଙ୍କ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ସାମରିକ ନେତୃତ୍ୱ କେବଳ କ୍ଷମତା ଏବଂ ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି, ଦେଶ ସେବା କରିବାକୁ ନୁହେଁ।
ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବଂ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ସେନା ଏବଂ ପିଟିଆଇ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଥିବା ସମୟରେ ଏହି ବିବୃତ୍ତି ଆସିଛି। ଏପରିକି ଏବେ ଭାରତ ସହିତ ଉତ୍ତେଜନା ବୃଦ୍ଧି ପାଇଥିବାରୁ, ସେନାର ଦୁର୍ବଳ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି।
The post ଇମ୍ରାନ ଖାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି ଆସିମ ମୁନିର…ସାଂଘାତିକ ଖୁଲାସା ପରେ ବିଶ୍ୱରେ ହଇଚଇ appeared first on Dharitri Odia News.