୧୦ମ ପାସ୍ କରିଥିଲେ ଭାରତୀୟ ରେଲଓ୍ବେରେ ମିଳିବ ଚାକିରି, ପାଇବେ ମୋଟା ଅଙ୍କର ଦରମା
ନୂଆଦିଲ୍ଲୀ,୧୨।୧୧: ଭାରତୀୟ ରେଲଓ୍ବେରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଉତ୍ତର-ପୂର୍ବ ସୀମାନ୍ତ ରେଳ(NFR) ଏହି ସୁଯୋଗ ନେଇ ଆସିଛି। ଆପ୍ରେଣ୍ଟିସ ଆକ୍ଟ, ୧୯୬୧ ଅନୁଯାୟୀ ଏହି ନିଯୁକ୍ତି ହେବ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି ଭାରତାୟ ରେଳ ବିଭାଗ । ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ଜାଣି ନିଅନ୍ତୁ ଆବେଦନ ପ୍ରକ୍ରିୟା । ଉତ୍ତର-ପୂର୍ବ ସୀମାନ୍ତ ରେଳରେ ଆପ୍ରେଣ୍ଟିସ ପଦବୀ ପୂରଣ ହେବ। […] The post ୧୦ମ ପାସ୍ କରିଥିଲେ ଭାରତୀୟ ରେଲଓ୍ବେରେ ମିଳିବ ଚାକିରି, ପାଇବେ ମୋଟା ଅଙ୍କର ଦରମା appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧୧: ଭାରତୀୟ ରେଲଓ୍ବେରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଉତ୍ତର-ପୂର୍ବ ସୀମାନ୍ତ ରେଳ(NFR) ଏହି ସୁଯୋଗ ନେଇ ଆସିଛି। ଆପ୍ରେଣ୍ଟିସ ଆକ୍ଟ, ୧୯୬୧ ଅନୁଯାୟୀ ଏହି ନିଯୁକ୍ତି ହେବ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି ଭାରତାୟ ରେଳ ବିଭାଗ । ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ଜାଣି ନିଅନ୍ତୁ ଆବେଦନ ପ୍ରକ୍ରିୟା ।
ଉତ୍ତର-ପୂର୍ବ ସୀମାନ୍ତ ରେଳରେ ଆପ୍ରେଣ୍ଟିସ ପଦବୀ ପୂରଣ ହେବ। ଏନେଇ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡିବ ବୋଲି ଜଣାପଡିଛି। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୫,୬୦୦ରୁ ଅଧିକ ପଦବୀ ପୂରଣ ହେବ। ଆଗ୍ରହୀ ପ୍ରାର୍ଥୀମାନେ ଉତ୍ତର-ପୂର୍ବ ସୀମାନ୍ତ ରେଳର ଅଫିସିଆଲ ୱେବସାଇଟ nfr.indianrailways.gov.in କୁ ଯାଇ ଆବେଦନ କରିପାରିବେ। ମୋଟ ୫,୬୪୭ଟି ପୋଷ୍ଟରେ ନିଯୁକ୍ତି ହେବ।
ଏଥିରେ ଆବେଦନ କରିବାକୁ ହେଲେ ୫୦% ଏଗ୍ରିଗେଟ ମାର୍କ ସହିତ ମ୍ୟାଟ୍ରିକ (ଦଶମ) ପାଶ କରିଥିବା ଦରକାର । ଏକ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ପୃକ୍ତ ଟ୍ରେଡରେ ITI କରିଥିବା ଆବଶ୍ୟକ । ଲାବୋରେଟୋରୀ ଟେକ୍ନିସିଆନ ପାଥୋଲୋଜି ଏବଂ ରେଡିଓଲୋଜି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଆବଶ୍ୟକ ITI ସାର୍ଟିଫିକେଟ ସହିତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନରେ ଦ୍ୱାଦଶ ଶ୍ରେଣୀ ଯୋଗ୍ୟତା ଥିବା ଆବଶ୍ୟକ। ଏତିରେ ସର୍ବନିମ୍ନ ବୟସ – ୧୫ ବର୍ଷ ଓ ସର୍ବାଧିକ ବୟସ – ୨୪ ବର୍ଷ ରହିଛି।
ଅଫିସିଆଲ ୱେବସାଇଟ nfr.indianrailways.gov.in କୁ ଯାଆନ୍ତୁ ହୋମପେଜରେ ସାଧାରଣ ସୂଚନା ଟ୍ୟାବକୁ ଯାଆନ୍ତୁ । ରେଳବାଇ ନିଯୁକ୍ତି ସେଲ GHY ଉପରେ କ୍ଲିକ କରନ୍ତୁ ଆବେଦନ ଲଙ୍କରେ କ୍ଲିକ କରନ୍ତୁ । ଏହାପରେ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ ଫଟୋ ଏବଂ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଶୁଳ୍କ ଦେବାପରେ Submit’ ବଟନରେ କ୍ଲିକ କରନ୍ତୁ।
The post ୧୦ମ ପାସ୍ କରିଥିଲେ ଭାରତୀୟ ରେଲଓ୍ବେରେ ମିଳିବ ଚାକିରି, ପାଇବେ ମୋଟା ଅଙ୍କର ଦରମା appeared first on Dharitri Odia News.