ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ନବଦମ୍ପତି

ଥିରୁଭାନନ୍ତପୁରମ୍‌,୧୭।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରର ୬ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ବୁଧବାର ସକାଳେ ପ୍ରବଳ ଥଣ୍ଡା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ଧଳା ଧୋତି, କୁର୍ତ୍ତା ଏବଂ ଶାଲ୍‌ ପିନ୍ଧି କେରଳର ଗୁରୁବାୟୁର ମନ୍ଦିରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେରଳର ଗୁରବାୟୁର ମନ୍ଦିରରେ ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ସୁରେଶ ଗୋପୀଙ୍କ ଝିଅଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନବ […] The post ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ନବଦମ୍ପତି appeared first on Dharitri Odia News.

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ନବଦମ୍ପତି

ଥିରୁଭାନନ୍ତପୁରମ୍‌,୧୭।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରର ୬ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ବୁଧବାର ସକାଳେ ପ୍ରବଳ ଥଣ୍ଡା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ଧଳା ଧୋତି, କୁର୍ତ୍ତା ଏବଂ ଶାଲ୍‌ ପିନ୍ଧି କେରଳର ଗୁରୁବାୟୁର ମନ୍ଦିରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେରଳର ଗୁରବାୟୁର ମନ୍ଦିରରେ ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ସୁରେଶ ଗୋପୀଙ୍କ ଝିଅଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ଅବସରରେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ମୋହନଲାଲ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ମଧ୍ୟ ଉପସ୍ଥିତ ଥିଲେ। ପିଏମ ମୋଦିଙ୍କ ପାଦ ଛୁଇଁ ନବଦମ୍ପତି ଆଶୀର୍ବାଦ ମଧ୍ୟ ନେଇଥିଲେ। ଏହି ସମୟରେ ଉଭୟ ମୋଦିଙ୍କ ସହ ଫଟୋଗ୍ରାଫ କରିଥିଲେ।

The post ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ନବଦମ୍ପତି appeared first on Dharitri Odia News.