ପେଟ୍ରୋଲ ବିକ୍ରି ବେଳେ ଦୋକାନ ଉପରେ ପଡ଼ିଲା ବାଣ, ନିମିଷକେ ସବୁ ପୋଡ଼ି ପାଉଁଶ
ରାୟଗଡ଼ା: ଦୀପାବଳିରେ ଅଘଟଣ। ବାଣ ନିଆଁରେ ଜଳିଗଲା ଦୋକାନ। ରାଜ୍ୟ ରାଜପଥ ନିକଟ ଜଗନ୍ନାଥ ମନ୍ଦିର ସାହିରେ ଥିବା ସନ୍ତୋଷ ବେହେରାଙ୍କ ପାନ ଦୋକାନରେ ଖୋଲା ପେଟ୍ରୋଲ ବିକ୍ରି ସମୟରେ ବାଣ ନିଆଁ ପଡି ଦୋକାନ ଗୃହ ଜଳିଯାଇଥିବା ନେଇ ସୂଚନା ମିଳିଛି।ଦୋକାନରେ ପାଖାପାଖି ୫୦ ହଜାର ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବା ନେଇ ପ୍ରକାଶ କରିଛନ୍ତି ଦୋକାନ ମାଲିକ। ଖବର ପାଇ ଘଟଣାସ୍ଥଳରେ ରାୟଗଡା ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ।
ରାୟଗଡ଼ା: ଦୀପାବଳିରେ ଅଘଟଣ। ବାଣ ନିଆଁରେ ଜଳିଗଲା ଦୋକାନ। ରାଜ୍ୟ ରାଜପଥ ନିକଟ ଜଗନ୍ନାଥ ମନ୍ଦିର ସାହିରେ ଥିବା ସନ୍ତୋଷ ବେହେରାଙ୍କ ପାନ ଦୋକାନରେ ଖୋଲା ପେଟ୍ରୋଲ ବିକ୍ରି ସମୟରେ ବାଣ ନିଆଁ ପଡି ଦୋକାନ ଗୃହ ଜଳିଯାଇଥିବା ନେଇ ସୂଚନା ମିଳିଛି।
ଦୋକାନରେ ପାଖାପାଖି ୫୦ ହଜାର ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବା ନେଇ ପ୍ରକାଶ କରିଛନ୍ତି ଦୋକାନ ମାଲିକ। ଖବର ପାଇ ଘଟଣାସ୍ଥଳରେ ରାୟଗଡା ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ।