ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ, “ମତେ ବାଧ୍ୟକରି ଏଠୁ ନିର୍ବାଚନ ଲଢ଼ାଇଲେ”

ଭୁବନେଶ଼୍ବର, ୮/୬: ବିଜେଡି ନେତା ଉମା ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ଉମା ତାଙ୍କର ଅସନ୍ତୋଷର ପେଡ଼ି ଖୋଲିଛନ୍ତି। ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିବା ସେ କହିଛନ୍ତି । ସେ ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ହୋଇଥିବା ବେଳେ ତାଙ୍କୁ ଚକ୍ରାନ୍ତ କରି ବ୍ରହ୍ମଗିରିରୁ ଛିଡ଼ାହେବାକୁ କୁହାଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ଡାକି ବ୍ରହ୍ମଗିରିରୁ ଲଢ଼ିବାକୁ କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ […] The post ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ, “ମତେ ବାଧ୍ୟକରି ଏଠୁ ନିର୍ବାଚନ ଲଢ଼ାଇଲେ” appeared first on Dharitri Odia News.

ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ, “ମତେ ବାଧ୍ୟକରି ଏଠୁ ନିର୍ବାଚନ ଲଢ଼ାଇଲେ”

ଭୁବନେଶ଼୍ବର, ୮/୬: ବିଜେଡି ନେତା ଉମା ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ଉମା ତାଙ୍କର ଅସନ୍ତୋଷର ପେଡ଼ି ଖୋଲିଛନ୍ତି। ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିବା ସେ କହିଛନ୍ତି । ସେ ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ହୋଇଥିବା ବେଳେ ତାଙ୍କୁ ଚକ୍ରାନ୍ତ କରି ବ୍ରହ୍ମଗିରିରୁ ଛିଡ଼ାହେବାକୁ କୁହାଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ଡାକି ବ୍ରହ୍ମଗିରିରୁ ଲଢ଼ିବାକୁ କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛ ଯଦି ବ୍ରହ୍ମଗିରିରୁ ନିର୍ବାଚନ ଲଢ଼ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ସେ ତାଙ୍କ ବୟାନରେ କହିଛନ୍ତି।

ସେଥିପାଇଁ ସେ ବାଧ୍ୟ ହୋଇ ବ୍ରହ୍ମଗିରିରୁ ବିଜେଡିର ପ୍ରାର୍ଥୀ ଭାବେ ଇଚ୍ଛା ନଥାଇ ବି ନିର୍ବାଚନ ଲଢ଼ିଥିଲେ । ଏତେ ବଡ଼ ଅଞ୍ଚଳ ଖୁବ୍‌ କମ୍‌ ସମୟ ମଧ୍ୟରେ କଭର୍‌ କରିବାକୁ ସେ ସମୟ ପାଇନଥିଲେ। ଯଦି ବ୍ରହ୍ମଗିରି ବଦଳରେ ସତ୍ୟବଦୀରୁ ନିର୍ବାଚନ ଲଢ଼ିଥାନ୍ତି ତେବେ ସେଠାରୁ ନିଶ୍ଚୟ ଜିତିଥାନ୍ତି ବୋଲି ଉମା ସାମନ୍ତରାୟ କହିଛନ୍ତି। ଏଥି ସହିତ ସେ ସବୁବେଳେ ସତ୍ୟବାଦୀ ଲୋକଙ୍କ ସହିତ ଥିଲେ ଏବଂ ରହିବେ ବୋଲି ପ୍ରକାଶ କରିଛନ୍ତି ।
ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ

The post ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ, “ମତେ ବାଧ୍ୟକରି ଏଠୁ ନିର୍ବାଚନ ଲଢ଼ାଇଲେ” appeared first on Dharitri Odia News.