ପୋଖରୀ ମାଛ ପାଲଟିଲା ବିଷ ! ତିନି ଗୁରୁତର ମେଡିକାଲରେ ଭର୍ତ୍ତି
ବାସୁଦେବପୁର ୨୫।୦୩ : ଭଦ୍ରକ ଜିଲ୍ଲା ବାସୁଦେବପୁର ପାରା ଗାଁରେ ଅଘଟଣ । ବିଷାକ୍ତ ମାଛ ଖାଇ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁ ପୋଖରୀରେ କିଏ ବିଷ ପକାଇ ଥିବା ଥାନାରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ପାରା ଗାଁର ଅକ୍ଷୟ କୁମାର ମଲ୍ଲିକଙ୍କ ଥିବା ପୋଖରୀରୁ ଅଳିଆ ବାହାର କରାଯାଇଥିଲା । ହେଲେ ପରେ କେହି ଦୁର୍ବୃତ୍ତ ସେହି ପୋଖରୀରେ କିଟନାଶକ ପକାଇ ଦେଇଥିଲେ । ଏ ସଂପର୍କରେ କୌଣସି ଲୋକ କିଛି ବି ଜାଣିପାରିନଥିଲେ । ପରେ ପୋଖରୀରୁ ମାଛ ମରାଯାଇଥିଲା । ତାକୁ ବି ହୋଇଥିଲା । ଆଉ ଅକ୍ଷୟ ନିଜ ଘରକୁ ଖାଇବାକୁ ମଧ୍ୟ ଆଣିଥିଲେ । ସେହି ମାଛକୁ ଅକ୍ଷୟଙ୍କ ସହିତ ତାଙ୍କ ଝିଅ ଏବଂ ପଡୋଶୀ ଖାଇଥିଲେ । ତେବେ ଖାଇବାର ଏକ ଘଣ୍ଟା ପରେ ହଠାତ୍ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା । ଏହାପରେ ତୁରନ୍ତ ସମସ୍ତଙ୍କୁ ବାସୁଦେବପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେପଟେ ଏହି ଘଟଣାକୁ ନେଇ ଅକ୍ଷୟଙ୍କ ପୁଅ ଜୟପ୍ରକାଶ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କେହି ଦୁର୍ବୃତ୍ତ ପୋଖରୀରେ କୀଟନାଶକ ପକାଇଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ତେବେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବାସୁଦେବପୁର ୨୫।୦୩ : ଭଦ୍ରକ ଜିଲ୍ଲା ବାସୁଦେବପୁର ପାରା ଗାଁରେ ଅଘଟଣ । ବିଷାକ୍ତ ମାଛ ଖାଇ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁ ପୋଖରୀରେ କିଏ ବିଷ ପକାଇ ଥିବା ଥାନାରେ ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, ପାରା ଗାଁର ଅକ୍ଷୟ କୁମାର ମଲ୍ଲିକଙ୍କ ଥିବା ପୋଖରୀରୁ ଅଳିଆ ବାହାର କରାଯାଇଥିଲା । ହେଲେ ପରେ କେହି ଦୁର୍ବୃତ୍ତ ସେହି ପୋଖରୀରେ କିଟନାଶକ ପକାଇ ଦେଇଥିଲେ । ଏ ସଂପର୍କରେ କୌଣସି ଲୋକ କିଛି ବି ଜାଣିପାରିନଥିଲେ । ପରେ ପୋଖରୀରୁ ମାଛ ମରାଯାଇଥିଲା । ତାକୁ ବି ହୋଇଥିଲା । ଆଉ ଅକ୍ଷୟ ନିଜ ଘରକୁ ଖାଇବାକୁ ମଧ୍ୟ ଆଣିଥିଲେ । ସେହି ମାଛକୁ ଅକ୍ଷୟଙ୍କ ସହିତ ତାଙ୍କ ଝିଅ ଏବଂ ପଡୋଶୀ ଖାଇଥିଲେ । ତେବେ ଖାଇବାର ଏକ ଘଣ୍ଟା ପରେ ହଠାତ୍ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା । ଏହାପରେ ତୁରନ୍ତ ସମସ୍ତଙ୍କୁ ବାସୁଦେବପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।
ସେପଟେ ଏହି ଘଟଣାକୁ ନେଇ ଅକ୍ଷୟଙ୍କ ପୁଅ ଜୟପ୍ରକାଶ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କେହି ଦୁର୍ବୃତ୍ତ ପୋଖରୀରେ କୀଟନାଶକ ପକାଇଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ତେବେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।